ପାହାଡ଼ରେ ବିସ୍ଫୋରଣ ବିଗୁଡୁଛି ପରିବେଶ

Advertisment

ମାଫିଆମାନେ ବେଆଇନ ଭାବେ ପାହାଡ଼ ଫଟାଉଛନ୍ତି। ବିସ୍ଫୋରଣରେ ନିକଟସ୍ଥ ଅଧିକାଂଶ ଘର କାନ୍ଥ ଓ ଛାତ ଫାଟି ଆଁ କଲାଣି। ଏପରି ସ୍ଥିତି ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ଅଧୀନ ମହୁମୁହାଣ ଓ କେଶରୀପୁର ପଞ୍ଚାୟତରେ। 

ମାଫିଆମାନେ ବେଆଇନ ଭାବେ ପାହାଡ଼ ଫଟାଉଛନ୍ତି। ବିସ୍ଫୋରଣରେ ନିକଟସ୍ଥ ଅଧିକାଂଶ ଘର କାନ୍ଥ ଓ ଛାତ ଫାଟି ଆଁ କଲାଣି। ଏପରି ସ୍ଥିତି ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ଅଧୀନ ମହୁମୁହାଣ ଓ କେଶରୀପୁର ପଞ୍ଚାୟତରେ। 

Punascha Pruthibi

ସୋର: ମାଫିଆମାନେ ବେଆଇନ ଭାବେ ପାହାଡ଼ ଫଟାଉଛନ୍ତି। ବିସ୍ଫୋରଣରେ ନିକଟସ୍ଥ ଅଧିକାଂଶ ଘର କାନ୍ଥ ଓ ଛାତ ଫାଟି ଆଁ କଲାଣି। ଏପରି ସ୍ଥିତି ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ଅଧୀନ ମହୁମୁହାଣ ଓ କେଶରୀପୁର ପଞ୍ଚାୟତରେ। ମହୁମୁହାଣ ଗାଁ ନିକଟରେ ରହିଛି ଖଞ୍ଜାମହାଲ ପାହାଡ଼। ଏଥିରେ ଥିବା ସମୁଦାୟ ୬୩ଟି ପଥର ଖଣିକୁ ସରକାର ନିଲାମ ଦେଉଥିଲେ। ହେଲେ ହାତୀ ଚଲାପଥ ଓ ପରିବେଶ ମଞ୍ଜୁରୀ ନ ମିଳିବା କାରଣରୁ ଏବେ ଖଣିଗୁଡ଼ିକରୁ ପଥର ଉତ୍ତୋଳନ ପାଇଁ ଅନୁମତି ମିଳିନି। ହେଲେ ମାଫିଆମାନେ ବେଆଇନ ଭାବେ ଉକ୍ତ ଖଣିଗୁଡ଼ିକରୁ ପଥର ଉତ୍ତୋଳନ କରୁଛନ୍ତି। ଏଥିପାଇଁ ସେମାନେ ବିସ୍ଫୋରକ ବ୍ୟବହାର କରି ପାହାଡ଼ ଫଟାଉଛନ୍ତି। ଯାହାର କୁପ୍ରଭାବ ମହୁମୁହାଣ ପଞ୍ଚାୟତ ଅଧୀନ ଗୋହିରାପଦା, ଗୋବିନ୍ଦପୁର, କିଆମୁଣ୍ଡିଆ, କାଳନ୍ଦୀ ପାଟଣା ଓ ଗୋପାଳପୁର ସହ କେଶରୀପୁର ପଞ୍ଚାୟତର କେଶରୀପୁର ଓ ଆଙ୍ଗୁଳା ଗାଁ ଉପରେ ପଡ଼ୁଛି। ଅଧିକାଂଶ ଘରର କାନ୍ଥ ଓ ଛାତରେ ଫାଟ ସୃଷ୍ଟି ହେଲାଣି।

ଯାହାକୁ ନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଚଳିତ ମାସ ୨୧ ତାରିଖ ଦିନ ସନ୍ଧ୍ୟା ବେଳେ ଖଞ୍ଜାମାହାଲ ପାହଡ଼ରେ ବିସ୍ଫୋରଣ କରାଯାଇଥିଲା। ଫଳରେ ମହୁମୁହାଣ ଗ୍ରାମର ତ୍ରିଲୋଚନ ମହାପାତ୍ରଙ୍କ ଘର କାନ୍ଥର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ସେହିପରି ଛାତରେ ମଧ୍ୟ ଫାଟ ଦେଖିବାକୁ ମିଳିଛି। ତେଣୁ ତ୍ରିଲୋଚନ ଏନେଇ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହା ସହିତ ସେ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ଏସ୍‌ପି ଓ  ସୋର ତହସିଲଦାରଙ୍କୁ ମଧ୍ୟ ଅବଗତ କରିଥିବା ଜଣାପଡ଼ିଛି।

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଘୋର ଅସନ୍ତୋଷ ଦେଖାଦେଇଛି। ବେଆଇନ ପଥର ଉତ୍ତୋଳନ ନେଇ ପ୍ରଶାସନ କାହିଁକି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉନି ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଏହା ସହିତ ସେମାନେ ଅଭିଯୋଗ କରିଛନ୍ତି ଯେ ମାଫିଆ ଓ ପ୍ରଶାସନିକ ଅଧିକାରୀମାନେ ସଲାସୁତୁରାରରେ ଖଞ୍ଜାମାହାଲା ପାହାଡ଼ ଲୁଟ୍‌ କରିବାରେ ଲାଗିଛନ୍ତି। ଉଲ୍ଲେଖଥାଉକି; ଖଞ୍ଜାମାହାଲ ପାହାଡ଼ରେ ମନଇଚ୍ଛା ବିସ୍ଫୋରଣ ଯୋଗୁଁ ଯେ କେବଳ ଗାଁ’ର ଘରଗୁଡ଼ିକ ଉପରେ କୁପ୍ରଭାବ ପଡ଼ୁଛି, ତାହା ନୁହେଁ; କୁଲଡ଼ିହା ଅଭୟାରଣ୍ୟର ଜୀବଜନ୍ତୁ ଏବଂ ବୃକ୍ଷଲତା ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ୁଛି। ମୋଟାମୋଟି କହିବାକୁ ଗଲେ, ସ୍ଥାନୀୟ ଜଳବାୟୁ ପ୍ରଦୂଷିତ ହେଉଛି। ତେଣୁ ଏନେଇ ସରକାର ଧ୍ୟାନ ଦେବା ଉଚିତ ବୋଲି ପରିବେଶପ୍ରେମୀ ଶଙ୍କର୍ଷଣ ବାରିକ, ଯୋଗେନ୍ଦ୍ର ଜେନା, ବୁଦ୍ଧିରାମ ଜେନା, ସୀତାରାମ ପାତ୍ର ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe