ପାଣିପାଗ ଅସନ୍ତୁଳିତ: ଖରା ବଢ଼ୁଛି, ବର୍ଷା କମୁଛି

Advertisment

ଗୋଟିଏ ଦଶନ୍ଧି ହେଲା ବଲାଙ୍ଗୀର ଜିଲ୍ଲାରେ ବର୍ଷା କମୁଛି। ବାର୍ଷିକ ବୃଷ୍ଟିପାତ ହାର ଖସିବାରେ ଲାଗିଛି। ବିଗତ ୧୦ ବର୍ଷର ପରିସଂଖ୍ୟାନ ଦେଖିଲେ ସ୍ଥିତି ଉଦ୍‌ବେଗଜନକ ଥିବା ସ୍ପଷ୍ଟ ବାରି ହେଉଛି।

ଗୋଟିଏ ଦଶନ୍ଧି ହେଲା ବଲାଙ୍ଗୀର ଜିଲ୍ଲାରେ ବର୍ଷା କମୁଛି। ବାର୍ଷିକ ବୃଷ୍ଟିପାତ ହାର ଖସିବାରେ ଲାଗିଛି। ବିଗତ ୧୦ ବର୍ଷର ପରିସଂଖ୍ୟାନ ଦେଖିଲେ ସ୍ଥିତି ଉଦ୍‌ବେଗଜନକ ଥିବା ସ୍ପଷ୍ଟ ବାରି ହେଉଛି।

sffssfhsfh

ବଲାଙ୍ଗୀର: ଗୋଟିଏ ଦଶନ୍ଧି ହେଲା ବଲାଙ୍ଗୀର ଜିଲ୍ଲାରେ ବର୍ଷା କମୁଛି। ବାର୍ଷିକ ବୃଷ୍ଟିପାତ ହାର ଖସିବାରେ ଲାଗିଛି। ବିଗତ ୧୦ ବର୍ଷର ପରିସଂଖ୍ୟାନ ଦେଖିଲେ ସ୍ଥିତି ଉଦ୍‌ବେଗଜନକ ଥିବା ସ୍ପଷ୍ଟ ବାରି ହେଉଛି। ଏହି ଅବଧି ମଧ୍ୟରେ ଅସ୍ୱାଭାବିକ ପାଣିପାଗ, ମୌସୁମୀ ଗାଏବ୍‌ ହେବା ଭଳି ଅନେକ ଦୃଷ୍ଟାନ୍ତ ରହିଛି। ଚାଷ ଗୋଟିଏ ହିସାବରେ କେବଳ ଲଘୁଚାପ ବର୍ଷା ଉପରେ ହିଁ ନିର୍ଭରଶୀଳ। ଖରାଦିନର ଅବଧି ବଢ଼ୁଥିବା ବେଳେ ଶୀତ ଏବଂ ବର୍ଷାଦିନ କମୁଛି। ଜିଲ୍ଲାକୁ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମନା କରିବାକୁ ପଡ଼ୁଛି। ବର୍ଷାଭାବ ସହ ଭୂତଳ ଜଳସ୍ତର ମଧ୍ୟ କ୍ରମାଗତ ଭାବେ ଖସୁଛି।

ଯାହାର ସିଧାସଳଖ ପ୍ରଭାବ କୃଷି କ୍ଷେତ୍ରରେ ପଡ଼ିଛି। ଜଳାଭାବ ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ମରୁଡ଼ି ପରିସ୍ଥିତିର ସାମନା କରିବାକୁ ପଡ଼ୁଛି। ୨୦୦୬ରୁ ୨୦୨୪ ମସିହାର ପାଣିପାଗ ସ୍ଥିତି ଦେଖିଲେ ଜିଲ୍ଲାରେ ତାପମାତ୍ରା ବଢ଼ୁଥିବାବେଳେ ବର୍ଷା ପରିମାଣ କମି ଚାଲିଛି। ୨୦୦୬ ମାର୍ଚ୍ଚରେ ହାରାହାରି ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ଥିଲାବେଳେ ଏପ୍ରିଲ୍‌ରେ ୩୯ ଡିଗ୍ରି, ମେ’ରେ ୪୦ ଡିଗ୍ରି ଓ ଜୁନ୍‌ରେ ୩୬ ଡିଗ୍ରି ରହିଥିଲା। ୨୦୨୪ରେ ଏହା ଯଥାକ୍ରମେ ମାର୍ଚ୍ଚରେ ୪୦.୨ ଡିଗ୍ରି, ଏପ୍ରିଲ୍‌ରେ ୪୪ ଡିଗ୍ରି ଏବଂ ମେ’ରେ ୪୬.୪ ହାରାହାରି ତାପମାତ୍ରା ରହିଥିଲା।  ଏହି ସମୟ ମଧ୍ୟରେ ଜିଲ୍ଲାରେ ହାରାହାରି ତାପମାତ୍ରା ୬ ରୁ ୮ଡିଗ୍ରି ବୃଦ୍ଧି ପାଇଛି। ଅପରପକ୍ଷରେ ବୃଷ୍ଟିପାତ ଦିନ ପ୍ରତିବର୍ଷ ଖସି ଚାଲିଛି। ୧୯୦୧ ମସିହାରୁ ୧୯୫୦ ମସିହା ଯାଏ ଜିଲ୍ଲାର ବାର୍ଷିକ ବୃଷ୍ଟିପାତ ହାର ୧୪୪୦ ମିଲିମିଟର ରହିଥିଲା। ଯାହା କ୍ରମଶଃ ଖସି ୧୨୮୯.୮ ମିମିକୁ ପହଞ୍ଚିଛି। ଏହି ଅବଧି ଭିତରେ ବୃଷ୍ଟିପାତ ଦିନ ସଂଖ୍ୟା ମଧ୍ୟ କମିଛି। ୧୯୦୧ରୁ ୧୯୫୦ ମସିହା ଭିତରେ ଜିଲ୍ଲାରେ ବର୍ଷକୁ ୬୭ ଦିନ ବର୍ଷା ହେଉଥିଲା। ୧୯୫୦ରୁ ୧୯୯୦ ମସିହାରେ ତାହା ୫୯ ଦିନକୁ ଖସିଛି। ଏବେ ବର୍ଷା ଦିନ ସଂଖ୍ୟା ୫୦ ତଳେ ରହିଛି। ତେଣୁ ଜିଲ୍ଲାର ପାଣିପାଗ ଅସନ୍ତୁଳିତ ‌ହୋଇରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe