ଅଙ୍କୁର ବିଚାର: ବୃକ୍ଷରୋପଣର ବିକଳ୍ପ ନାହିଁ

ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ଏହାର ମୁଖ୍ୟ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ। ଜଳବାୟୁ ପରିବର୍ତ୍ତନର ବଡ଼ କାରଣ ଅଧିକ ଗଛକଟା ଓ  କମ୍‌ ସଂଖ୍ୟାରେ ବୃକ୍ଷ ରୋପଣ। ବର୍ଷକୁ ବର୍ଷ ନୂଆ ନୂଆ ଜ୍ଞାନକୌଶଳ ଆସିବାରେ ଲାଗିଛି।

Punascha Pruthibi

ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ଏହାର ମୁଖ୍ୟ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ। ଜଳବାୟୁ ପରିବର୍ତ୍ତନର ବଡ଼ କାରଣ ଅଧିକ ଗଛକଟା ଓ  କମ୍‌ ସଂଖ୍ୟାରେ ବୃକ୍ଷ ରୋପଣ। ବର୍ଷକୁ ବର୍ଷ ନୂଆ ନୂଆ ଜ୍ଞାନକୌଶଳ ଆସିବାରେ ଲାଗିଛି। କିନ୍ତୁୁ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣ ରୋକିବାରେ ଗଛ ଓ ଜଙ୍ଗଲ ଯେଉଁଭଳି କାମ କରିବ ନୂଆ ପ୍ରଯୁକ୍ତି ସେଭଳି କିଛି କରିପାରିବ ନାହିଁ। ସେଥିପାଇଁ ଆମେ ଗଛ ଲଗାଇବାକୁ ପ୍ରାଧାନ୍ୟ ଦେବା ଦରକାର। ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ତ୍ତମାନ କେବଳ ବାତ୍ୟା, ଘଡ଼ଘଡ଼ି ଓ ବିଜୁଳି ସଂଖ୍ୟା ବଢ଼ିନି, ବରଂ ଏହାର ତୀବ୍ରତାରେ ଆଶାତୀତ ବୃଦ୍ଧି ଘଟିଛି। ପୂର୍ବାପେକ୍ଷା ଏବେ ଅଧିକ ଖରା, ତାତି ଅନୁଭୂତ ହେଉଛି। ଏହାକୁ ପ୍ରତିହତ କରିବାକୁ ହେଲେ ଆମକୁ ଅଧିକ ଯତ୍ନବାନ ହେବାକୁ ପଡ଼ିବ। ମତେ ଗଛ ଲଗାଇବାକୁ ବହୁତ ଭଲ ଲାଗେ। ବାପାଙ୍କ କାର୍ଯ୍ୟାଳୟରେ ଯେତେବେଳେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଏ ମଁୁ ତାଙ୍କ ସହ ଯାଇଥାଏ। ଘରେ ବି ମା’ଙ୍କ ସହ ଗଛର ଯତ୍ନ ନିଏ, ପାଣି ଦିଏ। ସେଥିପାଇଁ ମଁୁ ସମସ୍ତଙ୍କୁ ଅନୁରୋଧ କରିବି ଯେ ସମସ୍ତେ ଗଛ ଲଗାଇବା ଉପରେ ଗୁରୁତ୍ବ ଦିଅନ୍ତୁ। ‌ଯଦି ଗଛ ହସିବ ତେବେ ଆମ ପୃଥିବୀ ହସିବ।
- ସାଇସୌରଭ ରାଉତ
ପଞ୍ଚମ ଶ୍ରେଣୀ, ଓଡିଏମ୍‌ ଇଣ୍ଟର୍‌ନେସ୍‌ନାଲ୍‌ ସ୍କୁଲ୍‌
ହାକିମପଡ଼ା, ଅନୁଗୁଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe