‘ପରିବେଶର କ୍ଷତି କରୁଥିବା ବିକାଶ ଦରକାର ନାହିଁ’

Advertisment

ଉଜୁଡ଼ୁଛି ପରିବେଶ। ବିଗୁଡ଼ୁଛି ଜୀବନ। ନଈଗୁଡ଼ିକ ନାଳ ପାଲଟିଗଲାଣି। ଭୂତଳ ଜଳ ବିଷାକ୍ତ ହୋଇଗଲାଣି। ନଈକୁ ମା’ ଓ ଗଛକୁ ଦେବତା ରୂପେ ପୂଜା କରିବାର ମାନସିକତା ହଜିଗଲାଣି। ମଙ୍ଗଳା ନଈକୁ ମାରିଦେଲେଣି।

ଉଜୁଡ଼ୁଛି ପରିବେଶ। ବିଗୁଡ଼ୁଛି ଜୀବନ। ନଈଗୁଡ଼ିକ ନାଳ ପାଲଟିଗଲାଣି। ଭୂତଳ ଜଳ ବିଷାକ୍ତ ହୋଇଗଲାଣି। ନଈକୁ ମା’ ଓ ଗଛକୁ ଦେବତା ରୂପେ ପୂଜା କରିବାର ମାନସିକତା ହଜିଗଲାଣି। ମଙ୍ଗଳା ନଈକୁ ମାରିଦେଲେଣି।

jljgjglgjlgjlgjl

ପୁରୀ: ଉଜୁଡ଼ୁଛି ପରିବେଶ। ବିଗୁଡ଼ୁଛି ଜୀବନ। ନଈଗୁଡ଼ିକ ନାଳ ପାଲଟିଗଲାଣି। ଭୂତଳ ଜଳ ବିଷାକ୍ତ ହୋଇଗଲାଣି। ନଈକୁ ମା’ ଓ ଗଛକୁ ଦେବତା ରୂପେ ପୂଜା କରିବାର ମାନସିକତା ହଜିଗଲାଣି। ମଙ୍ଗଳା ନଈକୁ ମାରିଦେଲେଣି। ବାଲୁଖଣ୍ଡରୁ ବାଲିବନ୍ତ ତାଡ଼ିନେଲେଣି। ଅଭୟାରଣ୍ୟରେ ଜାଗା ପ୍ଲଟିଂ ହେଲାଣି। ପରିବେଶ ଉପରେ ଅତ୍ୟାଚାର ବହୁତ ହେଇଗଲା। ପରିବେଶକୁ ହାନି ପହଞ୍ଚାଉଥିବା ବିକାଶ ଦରକାର ନାହିଁ। ଅଦିନିଆ ବାତ୍ୟା ଓ ବନ୍ୟା ରୂପରେ ପରିବେଶ ବାରମ୍ବାର ସତର୍କ ଘଣ୍ଟି ବଜାଇ ସାରିଲାଣି। ପରିବେଶ ପାଇଁ ଚିନ୍ତା କର। ମାଟି, ପାଣି ଓ ପବନର ସୁରକ୍ଷା ପାଇଁ ସମୟ ଦିଅ। ଗଛ ଲଗାଇ ଯତ୍ନ ନିଅ। ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ପୁରୀ ନିର୍ବାଚନମଣ୍ଡଳୀର ଖଡ଼ିପଦା ମେଳଣପଡ଼ିଆରେ ଆୟୋଜିତ ‘ପରିବେଶ ପଞ୍ଚାୟତ’ରେ ଏଭଳି ମତ ପ୍ରକାଶ ପାଇଛି। 

ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିବାକର ପାତ୍ର କହିଛନ୍ତି, ୧୯୯୯ ମସିହାରୁ ୨୦୨୪ ମଧ୍ୟରେ ୫ଥର ବାତ୍ୟା ହୋଇଛି। ଗଛ ଲଗାଇବା ସହ ଗଛକୁ ବଞ୍ଚାଇବାର ମାନସିକତା ନେଇ ବର୍ତ୍ତମାନ ପିଢ଼ି ଆଗେଇ ଆସିବାକୁ ପଡ଼ିବ। ନଚେତ ଦିଲ୍ଲୀରେ ସୃଷ୍ଟି ହୋଇଥିବା ପରିବେଶଜନିତ ସମସ୍ୟା ଏଠି ମଧ୍ୟ ଉପୁଜିବ। ମଙ୍ଗଳା ନଈକୁ ୬୨ଟି ନଳା ମୁହାଁଇ ଦିଆଯାଇଛି। ପରିବେଶକୁ ନେଇ ଯୁଦ୍ଧଂ ଦେହି ଡାକରାର ସମୟ ଉପନୀତ ହେଲାଣି। ଏବେଠୁ ସଚେତନ ନହେଲେ ଏହାର କୁପରିଣାମ ଆମକୁ ଭୋଗିବାକୁ ପଡ଼ିବ ବୋଲି ସେ କହିଛନ୍ତି।  ପରିବେଶ କର୍ମୀ  ବଦ୍ରି ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ଅଧ୍ୟାପକ ସୁକାନ୍ତ ମହାନ୍ତି, ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ପାଇଁ କାମ କରୁଥିବା ସରୋଜ ଜେନା, ଆମ୍‌ ଆଦମୀ ପାର୍ଟିର ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି, ପରିବେଶ କର୍ମୀ ଛାୟାକାନ୍ତ ନାୟକ, ସମିତିସଭ୍ୟ ଅଜୟ ପ୍ରଧାନ, ସୂର୍ଯ୍ୟନାରାୟଣ ରଥ, ସୁଧାଂଶୁ ଜେନା, ପ୍ରଦୀପ ପ୍ରଧାନ, ସୁରେଶ ନନ୍ଦ, ଦୀପକ ବେହେରା, ନିହାରିକା ତ୍ରିପାଠୀ, ସନ୍ତୋଷ ରାଉତ, ସନ୍ଧ୍ୟାରାଣୀ ପଣ୍ଡା, ସ୍ବର୍ଣ୍ଣଲତା ଦାଶ, ଜୟଶ୍ରୀ ବାରିକ ପ୍ରମୁଖ ମତ ରଖିଥିଲେ। ସରପଞ୍ଚ ମୀନାକୁମାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe