ଶିମିଳିପାଳକୁ ସୁରକ୍ଷିତ ରଖିବାର ସମୟ ଆସିଛି: ମନ୍ତ୍ରୀ ଗଣେଶରାମ

Advertisment

ଶିମିଳିପାଳରେ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ଜୈବମଣ୍ଡଳ, ବ୍ୟାଘ୍ର ପ୍ରକଳ୍ପ, ହସ୍ତୀ ପ୍ରକଳ୍ପ ଓ କୁମ୍ଭୀର ପ୍ରକଳ୍ପ ଆଦି କାର୍ଯ୍ୟକାରୀ ହେଉଛି। ଓଡ଼ିଶାର ଜଳବାୟୁକୁ ନିୟନ୍ତ୍ରଣ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି।

ଶିମିଳିପାଳରେ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ଜୈବମଣ୍ଡଳ, ବ୍ୟାଘ୍ର ପ୍ରକଳ୍ପ, ହସ୍ତୀ ପ୍ରକଳ୍ପ ଓ କୁମ୍ଭୀର ପ୍ରକଳ୍ପ ଆଦି କାର୍ଯ୍ୟକାରୀ ହେଉଛି। ଓଡ଼ିଶାର ଜଳବାୟୁକୁ ନିୟନ୍ତ୍ରଣ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି।

gdjgdgdgdg

ଯଶିପୁର/ରରୁଆଁ: ଶିମିଳିପାଳରେ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ଜୈବମଣ୍ଡଳ, ବ୍ୟାଘ୍ର ପ୍ରକଳ୍ପ, ହସ୍ତୀ ପ୍ରକଳ୍ପ ଓ କୁମ୍ଭୀର ପ୍ରକଳ୍ପ ଆଦି କାର୍ଯ୍ୟକାରୀ ହେଉଛି। ଓଡ଼ିଶାର ଜଳବାୟୁକୁ ନିୟନ୍ତ୍ରଣ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି। ଶିମିଳିପାଳ ଜୈବମଣ୍ଡଳ ବିଶ୍ବର ୫୦ତମ ସ୍ଥାନରେ ରହିଛି। ଶିମିଳିପାଳର ସୁରକ୍ଷା ପାଇଁ ସମସ୍ତେ ଏକତାବଦ୍ଧ ହୋଇ କାର୍ଯ୍ୟ କରିବା ଆବଶ୍ୟକ। ବ୍ୟାପକ ଭାବେ ବୃକ୍ଷରୋପଣ ସହିତ ପରିବେଶ ସୁରକ୍ଷାର ଆବଶ୍ୟକତା ରହିଛି। ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଇଂ. ଗଣେଶ ରାମ ସିଂ ଖୁଣ୍ଟିଆ ଏହି ମତ ପ୍ରକାଶ କରିଛନ୍ତି।

ମୟୂରଭଞ୍ଜ ଜିଲ୍ଲା ଯଶିପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରରୁଆଁସ୍ଥିତ ଅଙ୍ଗାରପଦା ପଞ୍ଚାୟତ କଲେଜ ସଭାଗୃହରେ ‘ପରିବେଶ ପଞ୍ଚାୟତ’ ବୈଠକ ବସିଥିଲା। ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଆହୁରି ମଧ୍ୟ କହିଥିଲେ ଯେ କରୋନା ସମୟରେ ଶିମିଳିପାଳର ପରିବେଶ ସମ୍ପୂର୍ଣ୍ଣ ଭିନ୍ନ ରହିଥିଲା। ସେଠାରୁ ବିଶୁଦ୍ଧ ଅମ୍ଳଜାନ ମିଳୁଥିଲା। ବୋଧହୁଏ ଏଇଥି ପାଇଁ ମୟୂରଭଞ୍ଜ ଜିଲ୍ଲାରେ କରୋନାରେ ଅପେକ୍ଷାକୃତ କମ୍‌ ଲୋକ ପ୍ରାଣ ହରାଇଥିଲେ। ତେବେ, ପରିବେଶ ସୁରକ୍ଷା ଗୋଟିଏ ବିଭାଗର ଦାୟିତ୍ବ ନୁହେଁ। ପରିବହନ, ଶକ୍ତି ଭଳି ଆଉ କେତେକ ବିଭାଗ ମଧ୍ୟରେ ସମନ୍ବୟ ଆବଶ୍ୟକ ବୋଲି ସେ କହିଥିଲେ। ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ପରିବେଶ ସୁରକ୍ଷା ପାଇଁ ‘ସମ୍ବାଦ’ର ଏହି ଅଭିଯାନକୁ ପ୍ରଶଂସା କରିଥିଲେ। ସେ କହିଥିଲେ, ପରିବେଶର ସୁରକ୍ଷା ନେଇ ସମସ୍ତେ ଊଣାଅଧିକ ଅବଗତ ଥିଲେ ମଧ୍ୟ ଏହାକୁ ବାସ୍ତବରେ କାର୍ଯ୍ୟକାରୀ କରିବାର ସମୟ ଆସିଛି। ଗଛଟିଏ ଲଗାଇ ତାକୁ ନିଜ ସନ୍ତାନ ଭଳି ଲାଳନପାଳନ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କଲେଜ ଅଧ୍ୟକ୍ଷ ଜଗବନ୍ଧୁ ଗିରି, ଅଧ୍ୟାପକ ମନ୍ମଥ ମହାନ୍ତ, ଅଧ୍ୟାପକ ନିରାକାର ମହାନ୍ତ, ଏସିଏଫ୍ ମଦନମୋହନ ମହାନ୍ତ ପ୍ରମୁଖ ଯୋଗଦେଇ ଜଙ୍ଗଲ ସୁରକ୍ଷାର ବାର୍ତ୍ତା ଖାଲି ସ୍ଲୋଗାନ୍‌ରେ ନୁହେଁ, ବାସ୍ତବରେ କାର୍ଯ୍ୟକାରୀ କରିବାର ସମୟ ଆସିଛି ବୋଲି ଗୁରୁତ୍ୱାରୋପ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe