ଗଛ କଟିବନି, ସ୍ଥାନାନ୍ତର ହେବ: ପୂର୍ତ୍ତ ମନ୍ତ୍ରୀ

Advertisment

ଆମ ପାଇଁ ବିକାଶ ଯେତିକି ଜରୁରି; ପରିବେଶ ସୁରକ୍ଷା ବି ସେତିକି ଜରୁରି। ଏଣୁ ବିକାଶ ସହ ସମାନ୍ତରାଳ ଭାବେ ପରିବେଶ ସୁରକ୍ଷା ହେବା ଦରକାର। ଏ ଦିଗରେ ସାମୂହିକ ସହଭାଗିତା ଓ ସଚେତନତା ଜରୁରି।

ଆମ ପାଇଁ ବିକାଶ ଯେତିକି ଜରୁରି; ପରିବେଶ ସୁରକ୍ଷା ବି ସେତିକି ଜରୁରି। ଏଣୁ ବିକାଶ ସହ ସମାନ୍ତରାଳ ଭାବେ ପରିବେଶ ସୁରକ୍ଷା ହେବା ଦରକାର। ଏ ଦିଗରେ ସାମୂହିକ ସହଭାଗିତା ଓ ସଚେତନତା ଜରୁରି।

fshhfhfhfxvb

ଭୁବନେଶ୍ବର: ଆମ ପାଇଁ ବିକାଶ ଯେତିକି ଜରୁରି; ପରିବେଶ ସୁରକ୍ଷା ବି ସେତିକି ଜରୁରି। ଏଣୁ ବିକାଶ ସହ ସମାନ୍ତରାଳ ଭାବେ ପରିବେଶ ସୁରକ୍ଷା ହେବା ଦରକାର। ଏ ଦିଗରେ ସାମୂହିକ ସହଭାଗିତା ଓ ସଚେତନତା ଜରୁରି। ରାଜ୍ୟ ସରକାର ବି ନିର୍ବାଚନ ଇସ୍ତାହାରରେ ପରିବେଶକୁ ସ୍ଥାନ ଦେଇଛନ୍ତି। ଏହାକୁ ଆମେ ଗ୍ରିନ୍ ଇସ୍ତାହାର କହୁଛୁ। ଯାହାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ବୋଲି କହିଛନ୍ତି ପୂର୍ତ୍ତ ତଥା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ‘ଜଳବାୟୁ ପରିବର୍ତ୍ତନ ଦୃଷ୍ଟିରେ ରାସ୍ତାଘାଟ ବିକାଶ ପ୍ରକଳ୍ପ’ ଶୀର୍ଷକ ଆଲୋଚନାରେ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ, ସମଗ୍ର ବିଶ୍ବକୁ ସବୁଠୁ ବଡ଼ ବିପତ୍ତିରୁ ବଞ୍ଚାଇବାକୁ ‘ସମ୍ବାଦ’ର ଏହି ଉଦ୍ୟମ ଅନୁକରଣୀୟ ଓ ଅଭିନନ୍ଦନୀୟ। ପରିବେଶ ସୁରକ୍ଷାରେ ବୃକ୍ଷରୋପଣର ସବୁଠୁ ବଡ଼ ଅବଦାନ ରହିଛି। ଅତୀତରେ ନଦୀ କୂଳରେ ସଭ୍ୟତା ଗଢ଼ି ଉଠୁଥିଲା। ଏବେ ଯେଉଁଠି ଭଲ ରାସ୍ତା ସେଠି ସହର ଗଢ଼ି ଉଠିଲାଣି। ଗମନାଗମନ ସମଗ୍ର ମାନବ ସମାଜର ବଞ୍ଚିବାର ଆଧାର ହୋଇଯାଇଛି। ରାସ୍ତା ଆମ ଅର୍ଥନୀତି ସହ ଜଡ଼ିତ। ରାସ୍ତା ନିର୍ମାଣ ବେଳେ ଗଛ କାଟିବାକୁ ପଡ଼େ। ଆମକୁ ରାସ୍ତା ତିଆରି ବେଳେ ପରିବେଶ ଯେଭଳି କ୍ଷତି ନ ହେବ, ତା’ର ବିକଳ୍ପ ଚିନ୍ତା କରିବାକୁ ପଡ଼ିବ। ଗଛ ନ କାଟି ରାସ୍ତା କରିବା ଉପରେ ଯନ୍ତ୍ରୀମାନଙ୍କୁ ପ୍ରଶିକ୍ଷଣ ଓ ଅଧିକ ଗବେଷଣା ଜାରି ରହିଛି। 

ମନ୍ତ୍ରୀ କହିଛନ୍ତି, ରାଜ୍ୟ ରାଜପଥ ନିର୍ମାଣ ବେଳେ ରାସ୍ତାର ଦୁଇପାର୍ଶ୍ବରେ ଗ୍ରାମାଞ୍ଚଳରେ ୧୫ ମିଟର ଓ ସହରାଞ୍ଚଳରେ ୨୫ ମିଟର ଅଧିକ ଅଧିଗ୍ରହଣ ହେବ। ଗଛ କାଟିବା ବଦଳରେ ସ୍ଥାନାନ୍ତର ସଂପର୍କରେ ବନ ବିଭାଗ ସହ ଆଲୋଚନା ହୋଇଛି। ନୂଆ ଜ୍ଞାନକୌଶଳ ସହ ପରିବେଶ ଅନୁକୂଳ ପଦାର୍ଥରେ ରାସ୍ତା ତିଆରି ପ୍ରକ୍ରିୟାକୁ ଆପଣାଉଛୁ। ପ୍ଲାଷ୍ଟିକ୍ ଆବର୍ଜନାରୁ ରାସ୍ତା ତିଆରି ଯୋଜନା ପ୍ରଣୟନ କରିବାକୁ ଯାଉଛୁ। ଆଇଆଇଟିର ବୈଜ୍ଞାନିକ ଅତ୍ୟାଧୁନିକ ଜ୍ଞାନକୌଶଳ ବଳରେ ଫ୍ଲାଏ ଆସ୍‌ରୁ ବାଲି ତିଆରି ଗବେଷଣା ଜାରି ରଖିଛନ୍ତି। ଯଦି ଏହା ସଫଳ ହୁଏ, ଏହି ଜ୍ଞାନକୌଶଳକୁ ବ୍ୟବହାର କରିବୁ। 

ଏହି ଅବସରରେ ଏନ୍‌ଭାର୍ନମେଣ୍ଟ ଜିଏଫ୍‌ଡିସି ମ୍ୟାନେଜର ପଲ୍ଲବୀ ବଳିୟାରସିଂହ, ସକ୍ରେଟିସ୍ ଫାଉଣ୍ଡେସନ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦେବଜିତ ମିତ୍ର, ବକୁଳ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସଂପାଦକ ସୁଜିତ ମହାପାତ୍ର, ୟୁଥ୍ ଆଣ୍ଡ୍ ସଷ୍ଟେନେବିଲିଟି କ୍ଲବ୍ ସଂଯୋଜକ ପୁଣ୍ୟଶ୍ଳୋକ ପଣ୍ଡା, ନାଳନ୍ଦା ଏଆଇସି ସିଇଓ ଦୁର୍ଗାପ୍ରସାଦଙ୍କୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମ୍ବର୍ଦ୍ଧିତ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe