ଗାଁ ଫଳ ବଗିଚା ଉଜାଡ଼ି ପୋଡ଼ୁଚାଷ କଲେ

Advertisment

ଉପର ନଗଡ଼ାର ନବନିର୍ମିତ ‌ଟେଲିଫୋନ୍‌ ଟାୱାର ପାଖ ବିସ୍ତୀର୍ଣ୍ଣ ଜାଗାରେ ପ୍ରଶାସନ ପକ୍ଷରୁ ତିନିତିନି ଥର ଫଳ ବଗିଚା ସୃଷ୍ଟି ଯୋଜନାରେ ଉନ୍ନତ କିସମର ଆମ୍ବ, ପଣସ, ଜାମୁ, ପିଜୁଳି, ଓଉ ଚାରା ରୋପଣ କରାଯାଇଥିଲା।

ଉପର ନଗଡ଼ାର ନବନିର୍ମିତ ‌ଟେଲିଫୋନ୍‌ ଟାୱାର ପାଖ ବିସ୍ତୀର୍ଣ୍ଣ ଜାଗାରେ ପ୍ରଶାସନ ପକ୍ଷରୁ ତିନିତିନି ଥର ଫଳ ବଗିଚା ସୃଷ୍ଟି ଯୋଜନାରେ ଉନ୍ନତ କିସମର ଆମ୍ବ, ପଣସ, ଜାମୁ, ପିଜୁଳି, ଓଉ ଚାରା ରୋପଣ କରାଯାଇଥିଲା।

gjdjdjdjgjdgjdg

କାଳିଆପାଣି: ନଗଡ଼ା ଜୁଆଙ୍ଗଙ୍କ ଜିଦ୍‌ ଆଗରେ ବାରମ୍ବାର ହାର ମାନୁଛି ବନ ବିଭାଗ, ଉଦ୍ୟାନ ବିଭାଗ ଓ କୃଷି ବିଭାଗ। ଉପର ନଗଡ଼ାର ନବନିର୍ମିତ ‌ଟେଲିଫୋନ୍‌ ଟାୱାର ପାଖ ବିସ୍ତୀର୍ଣ୍ଣ ଜାଗାରେ ପ୍ରଶାସନ ପକ୍ଷରୁ ତିନିତିନି ଥର ଫଳ ବଗିଚା ସୃଷ୍ଟି ଯୋଜନାରେ ଉନ୍ନତ କିସମର ଆମ୍ବ, ପଣସ, ଜାମୁ, ପିଜୁଳି, ଓଉ ଚାରା ରୋପଣ କରାଯାଇଥିଲା। ଏହା ଚାରିପଟେ ଲୁହା ତାରଜାଲି ଓ ବାଉଁଶ ବାଡ଼ ଲଗାଯାଇଥିଲା। ଏଠାରେ ଏବେ ଫଳ ବଗିଚାର ଚିହ୍ନ ନାହିଁ। ସୁକିନ୍ଦା ବୃହତ୍‌ ପାନୀୟଜଳ ପ୍ରକଳ୍ପର ଓଭରହେଡ୍ ପାଣିଟାଙ୍କି ସଂଲଗ୍ନ ଏହି ତଇଳାରେ ଏବେ ଧାନଚାଷ ହୋଇଛି। ଧାନକ୍ଷେତ ମଝିରେ କେବଳ ମକାଗଛ ଦେଖାଯାଉଛି। ଉପର ନଗଡ଼ାର ସମସ୍ତ ୧୪ ଜୁଆଙ୍ଗ ପରିବାର ଏଠାରେ ଗୋଷ୍ଠୀଗତ ଭାବେ ପୋଡ଼ୁଚାଷ କରିଥିବା ଜଣାପଡ଼ିଛି। 

ଉଜୁଡ଼ା ଜମିରେ ବନ ବିଭାଗ ପକ୍ଷରୁ ନୂଆ ଜଙ୍ଗଲ ସୃଷ୍ଟି ଯୋଜନା ପୁଣିଥରେ ଫସର ଫାଟିଛି। ୨୦୧୬ ଜୁନ୍‌ରେ ନଗଡ଼ାର ଅପପୁଷ୍ଟି ଲୋକଲୋଚନକୁ ଆସିବା ପରେ ରାଜସ୍ବ ବିଭାଗ, ଜିଲ୍ଲା କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ଓଡ଼ିଶା ଜୀବିକା ମିସନ, ଖଦୀ ବୋର୍ଡ ଓ ବନ ବିଭାଗ ପକ୍ଷରୁ ଏଠାରେ କୃଷିର ଉନ୍ନତି ଓ ବ୍ୟାପକ ବନୀକରଣ ପାଇଁ ଧ୍ୟାନ ଦିଆଯାଇଛି। ତତ୍କାଳୀନ ନଗଡ଼ା ନୋଡାଲ ଅଫିସର ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ନଗଡ଼ା ରାଜସ୍ବ ମୌଜାର ୨ଟି ସ୍ଥାନରେ ଗୋଷ୍ଠୀଗତ କୃଷି ପାଇଁ ୧୦ ଏକର ଲେଖାଏଁ ଜମି ଚିହ୍ନଟ କରିଥିଲେ। ଜୁଆଙ୍ଗଙ୍କୁ ଆଧୁନିକ ଚାଷ ମୁହାଁ କରାଇବା ପାଇଁ କୃଷି ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ପ୍ରତ୍ୟେକଙ୍କ ବାଡ଼ି ବଗିଚାରେ ଅମୃତଭଣ୍ଡା, କଦଳୀ ଚାରାରୋପଣ ଏବଂ ଖାଲି ସ୍ଥାନରେ ଫଳଗଛ ଚାରା ଲଗା ଯାଇଥିଲା। ଓଡ଼ିଶା ଜୀବିକା ମିସନ(ଓଏଲ୍‌ଏମ୍‌) ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଉପର, ମଝି ଓ ତଳ ନଗଡ଼ାରେ ୯ଟି ଗ୍ରିନ୍‌ହାଉସ ପ୍ରତିଷ୍ଠା କରାଯାଇ ବ୍ୟାପକ ପରିବା ଚାଷ ପ୍ରସ୍ତୁତି ଯୋଜନା ହୋଇଥିଲା। ଓଏଲ୍‌ଏମ୍‌ ଓ ଉଦ୍ୟାନ କୃଷି କର୍ମଚାରୀ ନଗଡ଼ାରେ କିଆରି ପ୍ରସ୍ତୁତ କରି ବିଭିନ୍ନ ଚାରା ଲଗାଇବା ସହ ନଗଡ଼ାବାସୀଙ୍କୁ ପନିପରିବା ଚାଷ ଓ ପୁଷ୍ଟି ଉଦ୍ୟାନ ସଂପର୍କରେ ବୁଝାଇଥିଲେ। କୃଷି ବିଭାଗ ପକ୍ଷରୁ ଆଧୁନିକ ଲୁହା ଲଙ୍ଗଳ, ବିହନ, ସାର, କୀଟନାଶକ, ସିଞ୍ଚନ ଯନ୍ତ୍ର ଆଦି ମାଗଣା ବଣ୍ଟା ଯାଇଥିଲା। ହେଲେ ନଗଡ଼ାରେ ଏବେ ପୁଷ୍ଟି ଉଦ୍ୟାନ, ଉଦ୍ୟାନ କୃଷି କିମ୍ବା ଆଧୁନିକ କୃଷିର ନଜିର ନାହିଁ। ନଗଡ଼ା ପ୍ରାଥମିକ ସ୍କୁଲ, ମଝି ନଗଡ଼ା ସଂଲଗ୍ନ ବିସ୍ତୀର୍ଣ୍ଣ ଜଙ୍ଗଲ, ଗୁହିଆଶାଳ, ତୁମୁଣି, ତଳଡିହରେ ବ୍ୟାପକ ପୋଡ଼ୁଚାଷ କରାଯାଇଥିବା ଦେଖାଯାଉଛି। ବହୁ ଜଙ୍ଗଲୀ ଗଛ କଟାଯାଇ ପାରମ୍ପରିକ ପୋଡ଼ୁଚାଷ କରାଯାଇଛି। 

ଏ ସଂପର୍କରେ ଉପର ନଗଡ଼ା ମୁଖିଆ କଟିକିଆ ପ୍ରଧାନ ଓ ମଣିଆ ପ୍ରଧାନଙ୍କୁ ପଚାରିବାରେ ସେମାନେ ସେଠାରେ ବାପଅଜା ଅମଳରୁ ଏମିତି ଚାଷ କରିଆସୁଥିବା ଦର୍ଶାଇ ନହେଲେ ଖାଇବୁ କ’ଣ ବୋଲି କହିଥିଲେ। ବନପାଳ ରାମ ତିରିଆଙ୍କୁ ଯୋଗାଯୋଗ କରିବାରେ ସେ ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା କହି ଯଥାଶୀଘ୍ର ଉକ୍ତ ଜାଗାକୁ ଯାଇ ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe