ଗେଣ୍ଡାଳିଆଙ୍କ ସୁରକ୍ଷାରେ ଗ୍ରାମବାସୀ

Advertisment

ଯାଜପୁର ବ୍ୟାସନଗର ପୌରାଞ୍ଚଳର ସାପଗାଡ଼ିଆ ଅଞ୍ଚଳ ଗେଣ୍ଡାଳିଆଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ ପାଲଟିଛି।  ଅଣ୍ଡାରୁ ଛୁଆ ଫୁଟିବାଠୁ ନେଇ ପକ୍ଷୀଶାବକ ଉଡ଼ିଯିବା ଯାଏ ଏହି ଗାଁ ପାଲଟିଯାଏ ଅଘୋଷିତ ପକ୍ଷୀ ଅଭୟାରଣ୍ୟ।

ଯାଜପୁର ବ୍ୟାସନଗର ପୌରାଞ୍ଚଳର ସାପଗାଡ଼ିଆ ଅଞ୍ଚଳ ଗେଣ୍ଡାଳିଆଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ ପାଲଟିଛି।  ଅଣ୍ଡାରୁ ଛୁଆ ଫୁଟିବାଠୁ ନେଇ ପକ୍ଷୀଶାବକ ଉଡ଼ିଯିବା ଯାଏ ଏହି ଗାଁ ପାଲଟିଯାଏ ଅଘୋଷିତ ପକ୍ଷୀ ଅଭୟାରଣ୍ୟ।

ghfghfghh

ବ୍ୟାସନଗର: ଯାଜପୁର ବ୍ୟାସନଗର ପୌରାଞ୍ଚଳର ସାପଗାଡ଼ିଆ ଅଞ୍ଚଳ ଗେଣ୍ଡାଳିଆଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ ପାଲଟିଛି।  ଅଣ୍ଡାରୁ ଛୁଆ ଫୁଟିବାଠୁ ନେଇ ପକ୍ଷୀଶାବକ ଉଡ଼ିଯିବା ଯାଏ ଏହି ଗାଁ ପାଲଟିଯାଏ ଅଘୋଷିତ ପକ୍ଷୀ ଅଭୟାରଣ୍ୟ। ଗାଁର ବରଗଛ, ଓସ୍ତଗଛ, କପାଗଛ, ରବରଗଛ, ନଡ଼ିଆଗଛ, ତାଳଗଛ ସବୁଠି ଏବେ ଗେଣ୍ଡାଳିଆ ବସା। ଗଛର ଶୀର୍ଷ ଡାଳରେ ପକ୍ଷୀ ସବୁ ବସିଥିବାର ଦୃଶ୍ୟ ମଧ୍ୟ ବେଶ୍‌ ମନୋରମ। 

ବିଭିନ୍ନ ଅଞ୍ଚଳରେ ଗେଣ୍ଡାଳିଆ ବଂଶ କ୍ରମେ ଲୋପ ପାଇବାକୁ ବସିଥିବାବେଳେ ପ୍ରାୟ ୨୦ ବର୍ଷ ହେଲା ସାପଗାଡ଼ିଆବାସୀ ଏମାନଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଦଳଦଳ ହୋଇ ଏଠାରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଗେଣ୍ଡାଳିଆ ପକ୍ଷୀ ରହୁଥିବା ଅନୁମାନ କରାଯାଉଛି। ଜୁଲାଇ ମାସ ଆରମ୍ଭରୁ ଉଡ଼ି ଆସୁଥିବା ଗେଣ୍ଡାଳିଆ ପକ୍ଷୀଗୁଡ଼ିକ ବସାବାନ୍ଧି ଅଣ୍ଡା ଦେଇଥାନ୍ତି। ଅନେକ ସମୟରେ ପକ୍ଷୀ ଶାବକ ଝଡ଼ବର୍ଷାରେ ଗଛ ତଳକୁ ଖସିପଡ଼ନ୍ତି। ଫଳରେ ସେମାନଙ୍କର ମୃତ୍ୟୁ ହୋଇଯାଏ। ଏହି ପକ୍ଷୀଶାବକଙ୍କୁ ସୁରକ୍ଷା ଦେବା ପାଇଁ ଗ୍ରାମବାସୀ ବର୍ତ୍ତମାନ ଗଛ ଚାରିପାଖରେ ଜାଲ ଗୁଡ଼ାଇଛନ୍ତି। ଝଡ଼ପବନରେ ଗଛରୁ ଖସି ପଡ଼ୁଥିବା ପକ୍ଷୀଶାବକ ଏହି ଜାଲରେ ଅଟକି ରହନ୍ତି। ତେଣୁ ଆଉ ପ୍ରାୟ ମୃତ୍ୟୁ ହେଉନାହିଁ। ଏହି ଅଞ୍ଚଳରେ ଗେଣ୍ଡାଳିଆ ଶିକାରକୁ ମଧ୍ୟ ଗ୍ରାମବାସୀ ନିଷେଧ କରିଛନ୍ତି। ୫ ମାସ ଧରି ପକ୍ଷୀଗୁଡ଼ିକ ଏଠାରେ ରହୁଥିବାବେଳେ ସାପଗାଡ଼ିଆର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷାରେ ଲାଗିଥାନ୍ତି। ପକ୍ଷୀଶାବକ ବଡ଼ ହୋଇଗଲେ ଡିସେମ୍ବର ମାସ ଶେଷସୁଦ୍ଧା ପୁଣି ଫେରିଯାଆନ୍ତି ବୋଲି ଗ୍ରାମର ଉଦୟ ବାରିକ କହିଛନ୍ତି। 

ଅନ୍ୟପଟେ ଏହି ପକ୍ଷୀବଂଶ ଧୀରେଧୀରେ ଲୋପ ପାଉଥିଲେ ହେଁ ବନ ବିଭାଗ ଏଥିପ୍ରତି ଗୁରୁତ୍ବ ଦେଉନଥିବା ପକ୍ଷୀପ୍ରେମୀମାନେ କହିଛନ୍ତି। ସାପଗାଡ଼ିଆ ଗ୍ରାମବାସୀ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା କରିଥିଲେ ମଧ୍ୟ ସରକାରୀ ଭାବେ କୌଣସି ବ୍ୟବସ୍ଥା କରାଯାଉନାହିଁ। ତେଣୁ ଅନେକ ସମୟରେ କିଛି ପକ୍ଷୀ ଶିକାରୀ ଲୁଚିଛପି ଗେଣ୍ଡାଳିଆ ଶିକାର ପାଇଁ ଉଦ୍ୟମ କରିଥାନ୍ତି। ଗଛରେ ଥିବା ପକ୍ଷୀଙ୍କୁ ଗ୍ରାମବାସୀ ସୁରକ୍ଷା ଦେଉଥିଲେ ମଧ୍ୟ ଖାଦ୍ୟ ଅନ୍ବେଷଣରେ ବାହାରକୁ ଯାଉଥିବାବେଳେ ଶିକାରୀଙ୍କ ଜାଲରେ ପଡ଼ୁଛନ୍ତି। ଅବାଧ ଶିକାର ଓ ଜଳବାୟୁ ପରିବର୍ତ୍ତନ ପାଇଁ ଏହି ବିରଳ ପକ୍ଷୀ ସ୍ଥାନୀୟ ଅଞ୍ଚଳରୁ ହଜିଯିବେ ବୋଲି ପରିବେଶବିତ୍‌ କହୁଛନ୍ତି। ଏମାନଙ୍କ ସୁରକ୍ଷା ପ୍ରତି ବନ ବିଭାଗ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe