ଆଖିକୁ ଭଲ ଦିଶୁଥିବା ଜିନିଷ ଅଧିକ ବିପଦ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Advertisment

ବଜାରରେ ମିଳୁଥିବା ସବୁ ସଫାସୁତରା, ଆଖିକୁ ଭଲ ଦିଶୁଥିବା ଜିନିଷ ଆମ ଶରୀର ପ୍ରତି ଭଲ ନୁହେଁ। ଫସଲ ଚାଷ ହେଉ କିମ୍ବା ଦୁଗ୍ଧ ଚାଷ, ଅଧିକ ଅମଳ ଆଶାରେ ଏଥିରେ ହରମୋନ୍‌ ପ୍ରୟୋଗ ରୋଗର କାରଣ ସାଜୁଛି।

ବଜାରରେ ମିଳୁଥିବା ସବୁ ସଫାସୁତରା, ଆଖିକୁ ଭଲ ଦିଶୁଥିବା ଜିନିଷ ଆମ ଶରୀର ପ୍ରତି ଭଲ ନୁହେଁ। ଫସଲ ଚାଷ ହେଉ କିମ୍ବା ଦୁଗ୍ଧ ଚାଷ, ଅଧିକ ଅମଳ ଆଶାରେ ଏଥିରେ ହରମୋନ୍‌ ପ୍ରୟୋଗ ରୋଗର କାରଣ ସାଜୁଛି।

fshfsfshfht

ନିମାପଡ଼ା: ବଜାରରେ ମିଳୁଥିବା ସବୁ ସଫାସୁତରା, ଆଖିକୁ ଭଲ ଦିଶୁଥିବା ଜିନିଷ ଆମ ଶରୀର ପ୍ରତି ଭଲ ନୁହେଁ। ଫସଲ ଚାଷ ହେଉ କିମ୍ବା ଦୁଗ୍ଧ ଚାଷ, ଅଧିକ ଅମଳ ଆଶାରେ ଏଥିରେ ହରମୋନ୍‌ ପ୍ରୟୋଗ ରୋଗର କାରଣ ସାଜୁଛି।  ଆଜି ପାଣିରେ ଶୁଦ୍ଧତା ନାହିଁ କି ଛେନା ଆଦି ଖାଦ୍ୟରେ ଶୁଦ୍ଧତା ନାହିଁ। ହରମୋନ୍‌ ପ୍ରୟୋଗ ଧାନକୁ ବିଷ କରିଦେଲାଣି। ଅପମିଶ୍ରଣ ବହୁଳ ଭାବେ ବଢ଼ିଗଲାଣି। ଆଗକାଳର ଖାଦ୍ୟ ଓ ପରିବେଶ ଆଉ ଏବେ ନାହିଁ ବୋଲି ଆଜି ନିମାପଡ଼ା ନିର୍ବାଚନମଣ୍ଡଳୀରେ ‘ସମ୍ବାଦ’ ଗ୍ରୁପ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ‌ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହା କହିଛନ୍ତି।।

ନିମାପଡ଼ା ବ୍ଲକ୍‌ ସଭାଗୃହରେ ଅନୁଷ୍ଠିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ‘ସମ୍ବାଦ’ର ଏହି ଅଭିନବ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଶ୍ରୀମତୀ ପରିଡ଼ା କହିଥିଲେ, ଆଗେ ତାଳଗଛ ଅଧିକ ଥିଲା। ବିଜୁଳି ମାରିଲେ, ତାଳଗଛରେ ପଡ଼ୁଥିଲା। କିନ୍ତୁ ତାଳଗଛକୁ ଆମେ କାଟି ଦେଲେ। ଏବେ ପ୍ରକୃତି ଆମ ଉପରେ ଦାଉ ସାଧୁଛି। ବଜ୍ରପାତରେ ଅକାଳରେ ଜୀବନ ଯାଉଛି। ଏଣୁ ବହୁଳ ଭାବରେ ତାଳଗଛ ଲଗାଇବାର ଆବଶ୍ୟକତା ପଡ଼ିଲାଣି। ପାଣିପାଗର ପରିବର୍ତ୍ତନ କାରଣରୁ ନିମାପଡ଼ା ନିର୍ବାଚନମଣ୍ଡଳୀର ଜୀବନରେଖା କୁଶଭଦ୍ରା ନଦୀ ଏକ ମୃତ ନଦୀରେ ପରିଣତ ହେବାକୁ ଯାଉଛି। କୁଶଭଦ୍ରା ନଦୀ‌ର ମୁହାଣ ପୋତି ହୋଇଗଲାଣି। ସେପଟେ ଭାର୍ଗବୀ ନଦୀ ଖାଲୁଆ ଥିବାରୁ ଏହାର ପାଣି ଆଖପାଖ ଅଞ୍ଚଳ ପାଇଁ ବିପଦ ସୃଷ୍ଟି କଲାଣି। ଜଳବାୟୁ ପରିବର୍ତ୍ତନର ଏହି ମହାପ୍ରଭାବ ଜନଜୀବନକୁ ପ୍ରଭାବିତ କରୁଛି। 

ଚାଷରେ ହରମୋନ୍‌ ପ୍ରୟୋଗ ବିପଦ ଟାଣି ଆଣୁଛି
କୁଶଭଦ୍ରା ମୃତ ନଦୀରେ ପରିଣତ ହେବାକୁ ବସିଲାଣି
ବଜ୍ରପାତ ରୋକିବାକୁ ଅଧିକ ତାଳଗଛ ଲଗାଇବାର ଆବଶ୍ୟକତା ରହିଛି

ଶ୍ରୀମତୀ ପରିଡ଼ା  କହିଥିଲେ, ଆମେ ଆଜି ଯେଉଁ ପାଣି ପିଉଛୁ, ସେଥିରେ ଶୁଦ୍ଧତା ନାହିଁ। ସେହି ପାଣି ପିଇ କିଡ୍‌ନି ରୋଗ ହେଉଛି। ଯେଉଁ ପନିର୍‌ ଖାଉଛେ, ସେଥିରେ ମଧ୍ୟ ଶୁଦ୍ଧତା ନାହିଁ। ଆମେ ପରିବେଶକୁ ନଷ୍ଟଭ୍ରଷ୍ଟ କରିବାର ସୁଯୋଗ ତିଆରି କରୁଛୁ। ଜଙ୍ଗଲ କ୍ଷୟ ଯୋଗୁଁ ଅମ୍ଳଜାନର ଅଭାବ ଦେଖାଦେଲାଣି। ଧାନଚାଷରେ ଅତ୍ୟଧିକ ହରମୋନ ପ୍ରୟୋଗ ଆମ ଶରୀର ପ୍ରତି ବିପଦ ଆଣିଦେଇଛି। ଘରେ ଘରେ ଲୋକେ ପେଟଜନିତ ରୋଗର ଶିକାର ହେଲେଣି। ଏବେଠୁ ପ୍ରତ୍ୟେକ ପରିବାର ନିଜ ପାଇଁ ସଜାଗ ହେବା ଦରକାର। ପରିବେଶ ପାଇଁ ଆତ୍ମସମୀକ୍ଷା କରିବା ଦରକାର। ଯଦ୍ବାରା ଆମେ ସୁରକ୍ଷିତ ରହିବା ସହ ଆମ ଭବିଷ୍ୟତ ପିଢ଼ି ବି ସୁରକ୍ଷିତ ରହିବେ। ପରିବେଶ ପଞ୍ଚାୟତ ଆତ୍ମଚିନ୍ତନର ସୁଯୋଗ ଆଣିଦେଇଛି। ଏବେଠୁ ଆତ୍ମଚିନ୍ତନ କଲେ, ଆମ ପରିବାର ନିରୋଗ ଓ ସୁସ୍ଥ ରହିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। 

ସ୍ବେଚ୍ଛାସେବୀ ପ୍ରଭାକର ନନ୍ଦ, ସମାଜସେବୀ କୃଷ୍ଣଚନ୍ଦ୍ର ସ୍ବାଇଁ, ବିଡିଓ ଡା. ଅଭିଜିତ ଷଡ଼ଙ୍ଗୀ, ପୂର୍ବତନ ଛାତ୍ରନେତା ଆଦିତ୍ୟ ନାରାୟଣ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ, ପିଙ୍ଗଳାକ୍ଷୀ କଲେଜର ଅଧ୍ୟାପକ ନୀରଦ ବରଣ ଖୁଣ୍ଟିଆ, ପ୍ରଶାସନିକ ଅଧିକାରୀ ମନୋଜ ବେହେରା, ଇଂ.ସୁନୀଲ ନନ୍ଦ, ଇଂ. ଚନ୍ଦ୍ରମଣି ଖଟେଇ, ଅତିରିକ୍ତ ବିଡିଓ ପ୍ରିୟଦର୍ଶନୀ ବରାଳ, ପଦ୍ମଲୋଚନ ମହାନ୍ତି, ପିଙ୍ଗଳାକ୍ଷୀ ୱେଲଫେୟାର ସଂଗଠନର ସଭାପତି ଗଗନବିହାରୀ ଦାସ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ଉପରେ ସୁଚିନ୍ତିତ ମତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe