ପରବର୍ତ୍ତୀ ବୈଶ୍ବିକ ବିପର୍ଯ୍ୟୟ ଆଣିବ: ଆଗ୍ନେୟ ଉଦ୍‌ଗିରଣ?

ଆଗକୁ ଏକ ବୃହତ୍‌ ବିଶ୍ବସ୍ତରୀୟ ବିପର୍ଯ୍ୟୟର ଆଶଙ୍କା ରହିଛି ଏବଂ ବୈଜ୍ଞାନିକମାନେ ସେ ବାବଦରେ ସତର୍କ କରାଇ ଦେଇଛନ୍ତି। ଚଳିତ ଶତାବ୍ଦୀରେ ଆଗ୍ନେୟଗିରିଗୁଡ଼ିକରୁ ଏଭଳି ବିଶାଳ ଉଦ୍‌ଗିରଣ ହେବାର ଏକ-ଷଷ୍ଠାଂଶ ଆଶଙ୍କା ରହିଛି, ଯାହା ସମଗ୍ର ପୃଥିବୀର...

CGeGCeGC

ଆଗକୁ ଏକ ବୃହତ୍‌ ବିଶ୍ବସ୍ତରୀୟ ବିପର୍ଯ୍ୟୟର ଆଶଙ୍କା ରହିଛି ଏବଂ ବୈଜ୍ଞାନିକମାନେ ସେ ବାବଦରେ ସତର୍କ କରାଇ ଦେଇଛନ୍ତି। ଚଳିତ ଶତାବ୍ଦୀରେ ଆଗ୍ନେୟଗିରିଗୁଡ଼ିକରୁ ଏଭଳି ବିଶାଳ ଉଦ୍‌ଗିରଣ ହେବାର ଏକ-ଷଷ୍ଠାଂଶ ଆଶଙ୍କା ରହିଛି, ଯାହା ସମଗ୍ର ପୃଥିବୀର ଜୀବଜଗତକୁ ବିପନ୍ନ କରିଦେବ। ଏଭଳି ଉଦ୍‌ଗିରଣ ୧୮୧୫ ମସିହାରେ ଇଣ୍ଡୋନେସିଆର ତାମ୍ବୋରା ପର୍ବତରୁ ସଂଘଟିତ ଆଗ୍ନେୟ ଉଦ୍‌ଗିରଣ ସଦୃଶ ବିପତ୍ତି ଆଣିଦେବ। ବୈଜ୍ଞାନିକମାନଙ୍କ ସତର୍କ ଅନୁଯାୟୀ, ଅଦ୍ୟାବଧି ଅନେକ ପ୍ରକାର ଅତ୍ୟାଧୁନିକ ସେନ୍‌ସର ଓ ଆଗ୍ନେୟ ଯନ୍ତ୍ରପାତି ବିକଶିତ ହୋଇଥିଲେ ହେଁ ଏପରି ବିଶାଳ ଆଗ୍ନେୟ ଉଦ୍‌ଗିରଣର ସମୟକୁ ନିଦ୍ଦିଷ୍ଟ  ଭାବେ ପୂର୍ବାନୁମାନ କରିବା ସମ୍ଭବ ନୁହେଁ। ବିଶେଷ କରି ପାଣିପାଗ ପରିବର୍ତ୍ତନ ହିଁ ଆଗ୍ନେୟ କ୍ରିୟାକୁ ପ୍ରଭାବିତ କରିଥାଏ।

ସମ୍ଭାବ୍ୟ ଆଗ୍ନେୟ ଉଦ୍‌ଗିରଣ ପରି ବିଭୀଷିକାର ମୁକାବିଲା ପାଇଁ  ବିଭିନ୍ନ ରାଷ୍ଟ୍ରର ଯୋଜନା ପ୍ରଣୟନକାରୀମାନେ ସଜାଗ ରହିବାକୁ ବୈଜ୍ଞାନିକ ଗୋଷ୍ଠୀ ପରାମର୍ଶ କରିଛନ୍ତି।

ବୈଶ୍ବିକ ତାପମାତ୍ରା ବୃଦ୍ଧି ଯୋଗୁଁ ମେରୁ ଅଞ୍ଚଳରେ ରହିଥିବା ବରଫ ତରଳିବା କାରଣରୁ ଭୂଗର୍ଭସ୍ଥ ତରଳ ଲାଭା ଭଣ୍ଡାର (ମାଗ୍‌ମା ଚାମ୍ବର)ର ଚାପ କମିଯିବ, ଫଳରେ ଆଗ୍ନେୟ ଉଦ୍‌ଗିରଣ ତ୍ବରାନ୍ବିତ ହେବ। ଏଥି ସହିତ ପାଣିପାଗରେ ପରିବର୍ତ୍ତନର ପ୍ରଭାବ ସ୍ବରୂପ,  ଭୀଷଣ ବୃଷ୍ଟିପାତ ହେବ ଏବଂ ଅଧିକ ବୃଷ୍ଟିଜଳ ଭୂର୍ଗଭକୁ ଭେଦ କରି ଆଗ୍ନେୟ ଉଦ୍‌ଗିରଣକୁ ମଧ୍ୟ ପ୍ରୋତ୍ସାହିତ କରିବ। ଏହାର ଫଳସ୍ବରୂପ ବିଶ୍ବ ଅର୍ଥନୀତିରେ ଟ୍ରିଲିଅନ୍‌ ଟ୍ରିଲିଅନ୍‌ ଡଲାର କ୍ଷତି ଘଟିବ ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି। ସବୁଜ ବାଷ୍ପ ନିର୍ଗମନ ହେତୁ ଯେଉଁ ହାରରେ ପୃଥିବୀ ଉତ୍ତପ୍ତ ହୋଇ ଚାଲିଛି, ସେଥିରେ ସୁଧାର ଆଣିବା ଲାଗି କୌଣସି ପ୍ରକାର ଶୀତଳୀକରଣ ପ୍ରକ୍ରିୟା ବିଫଳ ହୋଇପାରେ। ତେଣୁ ସମ୍ଭାବ୍ୟ ଆଗ୍ନେୟ ଉଦ୍‌ଗିରଣ ପରି ବିଭୀଷିକାର ମୁକାବିଲା ପାଇଁ  ବିଭିନ୍ନ ରାଷ୍ଟ୍ରର ଯୋଜନା ପ୍ରଣୟନକାରୀମାନେ ସଜାଗ ରହିବାକୁ ବୈଜ୍ଞାନିକ ଗୋଷ୍ଠୀ ପରାମର୍ଶ କରିଛନ୍ତି। ଗତ ଜୁନ୍‌ ମାସରେ ହାଵାଇ ଦ୍ବୀପସ୍ଥ କିଲୌଆ ଆଗ୍ନେୟଗିରିରୁ ସଂଘଟିତ ଉଦ୍‌ଗିରଣକୁ ଲକ୍ଷ୍ୟ କରି ବୈଜ୍ଞାନିକମାନେ ଏପରି ସତର୍କବାଣୀ ଶୁଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe