ଧମକ ଦେଇ ଛାତ୍ରୀଙ୍କୁ ଦୁଷ୍କର୍ମ: ଭିଡିଓ ଭାଇରାଲ୍‌ ଭୟ ଦେଖାଇ ୧୦ ଲକ୍ଷ ଦାବି

ଧମକଚମକ ଦେଇ ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଛି। ଅଭିଯୁକ୍ତ ଏହାର ଭିଡିଓ ଉତ୍ତୋଳନ କରି ଭାଇରାଲ୍‌ କରିବାର ଭୟ ଦେଖାଇ ୧୦ ଲକ୍ଷ ଟଙ୍କା ଦାବି କରିଥିଲା।

rape

କୁଆଁରମୁଣ୍ଡା: ଧମକଚମକ ଦେଇ ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଛି। ଅଭିଯୁକ୍ତ ଏହାର ଭିଡିଓ ଉତ୍ତୋଳନ କରି ଭାଇରାଲ୍‌ କରିବାର ଭୟ ଦେଖାଇ ୧୦ ଲକ୍ଷ ଟଙ୍କା ଦାବି କରିଥିଲା। ଛାତ୍ରୀଙ୍କ ପରିବାର ବିଭିନ୍ନ ସମୟରେ ୫ ଲକ୍ଷ ଟଙ୍କା, ସୁନାଗହଣା ଅଭିଯୁକ୍ତକୁ ଦେଇଥିବା ଜଣାପଡ଼ିଛି। ଏପରି ଲଜ୍ଜାଜନକ ଘଟଣା ବୀରମିତ୍ରପୁର ଥାନା ଅଞ୍ଚଳରେ ଘଟିଛି।

ଏ ସମ୍ପର୍କରେ ଶୁକ୍ରବାର ବୀରମିତ୍ରପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ଟଙ୍କା ଓ ଗହଣା ଫେରାଉ ନାହାନ୍ତି କି ଭିଡିଓ ମଧ୍ୟ ନଷ୍ଟ କରୁନାହାନ୍ତି ବୋଲି ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି। ପୁଲିସ ପୋକ୍ସ ଧାରା ସମେତ ବିଭିନ୍ନ ଦଫାରେ ମାମଲା ରୁଜୁକରି ଅଭିଯୁକ୍ତକୁ ଶୁକ୍ରବାର ରାତିରେ ଅଟକ ରଖିଛି। ସେ ଜଣେ ସରକାରୀ କର୍ମଚାରୀ ବୋଲି ଜଣାପଡ଼ିଛି। ଅଭିଯୁକ୍ତଙ୍କ ଘର ରାଉରକେଲାରେ ହୋଇଥିବାବେଳେ କୁଆରମୁଣ୍ଡା ଅଞ୍ଚଳରେ ଏକ ହୋଟେଲ କରିଛନ୍ତି। ଅନ୍ୟପକ୍ଷରେ ଛାତ୍ରୀଙ୍କର ଶନିବାର ଡାକ୍ତରୀ ପରୀକ୍ଷା ହୋଇଥିବା ବେଳେ ରବିବାର ଅଭିଯୁକ୍ତଙ୍କ ଡାକ୍ତରୀପରୀକ୍ଷା ଓ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି। 

ପୀଡ଼ିତାଙ୍କ ପରିବାର ମଧ୍ୟ ରାଉରକେଲାର ହୋଇଥିବାବେଳେ କିଛିବର୍ଷ ପୂର୍ବରୁ ଅଭିଯୁକ୍ତଙ୍କ ସହ ପରିଚୟ ହୋଇଥିଲା। ପାରିବାରିକ ଅଶାନ୍ତିର ସୁଯୋଗନେଇ ସେ ମା’ ଝିଅଙ୍କୁ କୁଆରମୁଣ୍ଡା ଅଞ୍ଚଳରେ ଏକ ଭଡ଼ାଘରେ ଥଇଥାନ କରିଥିଲା। ୨୦୨୪ ମେ’ ୩ ତାରିଖରେ ଛାତ୍ରୀଜଣକ ସ୍କୁଲରୁ ଫେରୁଥିବାବେଳେ ତାଙ୍କୁ ଘରେ ଛାଡ଼ିଦେବ ବୋଲି କହି ହୋଟେଲ ପଛପଟ କୋଠରିକୁ ନେଇ ଧମକଚମକ ଦେଇ ଦୁଷ୍କର୍ମ କରିଥିଲା। ଏ କଥା ଛାତ୍ରୀଜଣକ ଘରେ ଜଣାଇଥିଲେ ମଧ୍ୟ ଲୋକଲଜ୍ଜା ଓ ଭୟରେ ସେମାନେ କୌଣସି ପଦକ୍ଷେପ ନେଇଥିଲେ।

ଏହାପରେ ଅଭିଯୁକ୍ତ ସାହସପାଇ ବ୍ଲାକ୍‌ମେଲ୍‌ ଆରମ୍ଭ କରିଥିଲା। ଭିଡିଓ ପ୍ରଘଟର ଭୟଦେଖାଇ ବାରମ୍ବାର ଦୁଷ୍କର୍ମ କରିବା ସହ ବର୍ଷକ ଭିତରେ ପ୍ରାୟ ୫ ଲକ୍ଷ ଟଙ୍କା ଓ ସୁନାଗହଣା ଆଦାୟ କରିଥିଲା। ଏହାପରେ ଭିଡିଓ ନଷ୍ଟ କରିଦେବ ବୋଲି କହିଥିଲା। ମାତ୍ର ପରେ ଆହୁରି ୫ ଲକ୍ଷ ଦେଲେ ଭିଡିଓ ନଷ୍ଟ କରିବ ବୋଲି କହିଥିଲା। ଏଥିରେ ଅତିଷ୍ଠ ହୋଇ ପରିବାର ପୁଲିସର ଆଶ୍ରୟ ନେଇଥିଲା।

 sundargarh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe