ନାବାଳିକା ଦୁଷ୍କର୍ମକାରୀକୁ ୭ ବର୍ଷ ଜେଲ୍‌ଦଣ୍ଡ

ନାବଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ସ୍ୱତନ୍ତ୍ର ପକ୍ସୋ କୋର୍ଟ ଅଭିଯୁକ୍ତ ବିକାଶ ପାହାଡ଼ିଆ ନାମକ ଯୁବକକୁ ୭ ବର୍ଷର ସଶ୍ରମ କାରଦଣ୍ଡାଦେଶରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

court

ସୁନ୍ଦରଗଡ଼: ୨୦୧୩ ମସିହା ଏପ୍ରିଲ ମାସରେ ଲେଫ୍ରିପଡା ଥାନା ଅଂଚଳର ଏକ ନାବଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ସ୍ୱତନ୍ତ୍ର ପକ୍ସୋ କୋର୍ଟ ଅଭିଯୁକ୍ତ ବିକାଶ ପାହାଡ଼ିଆ ନାମକ ଯୁବକକୁ ୭ ବର୍ଷର ସଶ୍ରମ କାରଦଣ୍ଡାଦେଶରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ କଲେ ଆହୁରି ୬ ମାସ ଜେଲ ଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ପୀଡ଼ିତାକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ଆଇନ ସେବା ପ୍ରାଧିକରଣକୁ ନିର୍ଦେଶ ଦେଇଛନ୍ତି।

ବିକାଶ ପାହାଡିଆ ପୀଡ଼ିତା ନାବାଳିକାଙ୍କ ସମ୍ପର୍କୀୟ ହେବେ। ତେଣୁ ତାଙ୍କ ଘରକୁ ସବୁ ବେଳେ ଯିବା ଆସିବା କରୁଥିଲା। ଥରେ ପୀଡ଼ିତାଙ୍କ ଘରେ କେହି ନଥିବା ବେଳେ ତା ସହିତ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା।

ଘଟଣା ଅନୁସାରେ ସୁନ୍ଦରଗଡ଼ ଟାଉନ ଥାନା ନୂଆପଡ଼ା ଅଞ୍ଚଳର ବିକାଶ ପାହାଡିଆ ପୀଡ଼ିତା ନାବାଳିକାଙ୍କ ସମ୍ପର୍କୀୟ ହେବେ। ତେଣୁ ତାଙ୍କ ଘରକୁ ସବୁ ବେଳେ ଯିବା ଆସିବା କରୁଥିଲା। ଥରେ ପୀଡ଼ିତାଙ୍କ ଘରେ କେହି ନଥିବା ବେଳେ ତା ସହିତ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ପୀଡ଼ିତା ଘର ଲୋକଙ୍କୁ କହିଦେବା ପାଇଁ କହିବାରୁ ବିବାହର ପ୍ରତିଶ୍ରୁତି ଦେଇଥିଲା। ଏହା ପରେ ସେ ବାରମ୍ବାର ପୀଡ଼ିତା ସହିତ ଶାରୀରିକ ସମ୍ପର୍କ ରଖିଥିଲା। ପୀଡ଼ିତା ଗର୍ଭବତୀ ହେଲା ପରେ ବିକାଶ ଆଉ ଧରା ଛୁଆ ଦେଲା ନାହିଁ। ଏହା ପରେ ପୀଡ଼ିତା ଘର ଲୋକଙ୍କୁ ସବୁ କଥା ଜଣାଇବା ପରେ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe