ଗୁଣ୍ଡିଚାଘର ‘ଜନକପୁରୀ’!

Advertisment

ମିଥିଳାପୁରର ରାଜା ଜନକ ଥିଲେ ପରମ ଧାର୍ମିକ ରାଜର୍ଷି। ଦକ୍ଷିଣ ସମୁଦ୍ର ଉପକୂଳସ୍ଥ ଯଜ୍ଞଭୂମି ହେଉଛି ପୁରୁଷୋତ୍ତମ କ୍ଷେତ୍ର। ସଂପ୍ରତି ଯେଉଁଠି ଗୁଣ୍ଡିଚା ମନ୍ଦିର ରହିଛି ସେହି ସ୍ଥାନରେ ମହାରାଜା ଜନକ ଯଜ୍ଞ କରିଥିଲେ।

ମିଥିଳାପୁରର ରାଜା ଜନକ ଥିଲେ ପରମ ଧାର୍ମିକ ରାଜର୍ଷି। ଦକ୍ଷିଣ ସମୁଦ୍ର ଉପକୂଳସ୍ଥ ଯଜ୍ଞଭୂମି ହେଉଛି ପୁରୁଷୋତ୍ତମ କ୍ଷେତ୍ର। ସଂପ୍ରତି ଯେଉଁଠି ଗୁଣ୍ଡିଚା ମନ୍ଦିର ରହିଛି ସେହି ସ୍ଥାନରେ ମହାରାଜା ଜନକ ଯଜ୍ଞ କରିଥିଲେ।

New Project (16)

ପୁରୀ: ମିଥିଳାପୁରର ରାଜା ଜନକ ଥିଲେ ପରମ ଧାର୍ମିକ ରାଜର୍ଷି। ଦକ୍ଷିଣ ସମୁଦ୍ର ଉପକୂଳସ୍ଥ ଯଜ୍ଞଭୂମି ହେଉଛି ପୁରୁଷୋତ୍ତମ କ୍ଷେତ୍ର। ସଂପ୍ରତି ଯେଉଁଠି ଗୁଣ୍ଡିଚା ମନ୍ଦିର ରହିଛି ସେହି ସ୍ଥାନରେ ମହାରାଜା ଜନକ ଯଜ୍ଞ କରିଥିଲେ। ସୀତାଙ୍କର ଏହିଠାରେ ଆବିର୍ଭାବ ହୋଇଥିଲା ବୋଲି ଜନଶ୍ରୁତି ରହିଛି। ଏବେ ବି ସମଗ୍ର ଭାରତ ବର୍ଷର ଅଧିକାଂଶ ହିନ୍ଦୀ ଭାଷାଭାଷୀ ତୀର୍ଥଯାତ୍ରୀଗଣ ଗୁଣ୍ଡିଚା ଘରକୁ ‘ଜନକ ପୁରୀ’ ବିବେଚନା କରି ଧାଇଁ ଆସନ୍ତି। ଏହି କିଂବଦନ୍ତି ମିଥିଳାରେ ମଧ୍ୟ ପ୍ରଚଳିତ ଥିବା ଜଣାଯାଏ। ଏହି ଗୁଣ୍ଡିଚା ମଣ୍ଡପ ବା ଯଜ୍ଞ ମଣ୍ଡପ ସୀତାଙ୍କ ଜନ୍ମସ୍ଥାନ ହେତୁ ପରମ ପବିତ୍ର ସ୍ଥାନ ବୋଲି ବିବେଚନା କରାଯାଏ। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ.ଭାସ୍କର ମିଶ୍ରଙ୍କ ‘ଶ୍ରୀଗୁଣ୍ଡିଚା ମନ୍ଦିର’ ପୁସ୍ତକରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି।

ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ଏହି କ୍ଷେତ୍ରର ପ୍ରାଚୀନତା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ବାଲ୍ମିକୀ ରାମାୟଣର ଆଦ୍ୟକାଣ୍ଡର ବର୍ଣ୍ଣନା ଅନୁଯାୟୀ ମିଥିଳାପୁରର ରାଜା ଜନକ ସନ୍ତାନ ସନ୍ତତି ନହେବାରୁ ଅଭାବବୋଧରେ ଘାରି ହେଉଥିଲେ। ସନ୍ତାନ ସନ୍ତତି ପାଇବା ପାଇଁ ପାତ୍ରମନ୍ତ୍ରୀଙ୍କ ହାତରେ ରାଜ୍ୟ ଶାସନ ଭାରଦେଇ ଜଙ୍ଗଲକୁ ଯାଇ ତପ କଲେ। ଜନକ ତପସ୍ୟା କରୁଥିବା ବେଳେ ଦିନେ ସ୍ବର୍ଗର ଅପସରା ମେନକାଙ୍କର ନଜର ପଡ଼ିଲା। ଜନକ ତାଙ୍କ ପ୍ରତି ଶ୍ରଦ୍ଧା ପରବଶ ହେବାରୁ ମେନକା ଶୂନ୍ୟରେ ଥାଇ ଜନକଙ୍କୁ କହିଲେ, ମୋର ରୂପ ଲାବଣ୍ୟ ଦେଖି ତୁମେ ମୋ ପରି ସୁନ୍ଦରୀ କନ୍ୟା ଲାଭ କରିବାକୁ ଚିନ୍ତା କରୁଛ। ମାତ୍ର ମୋ’ଠାରୁ ଶତଗୁଣ ଅଧିକ ରୂପରେ ତୁମର ଏକ କନ୍ୟା ଜାତ ହେବ। ଜନକ ଏହା ଶୁଣିବା ପରେ ଖୁସିରେ ରାଜ ଦରବାରକୁ ପ୍ରତ୍ୟାବର୍ତ୍ତନ କଲେ।

ଜନକ ଦକ୍ଷିଣ ମହୋଦଧିରେ ଯଜ୍ଞ କରିବା ପାଇଁ ଇଚ୍ଛା ପ୍ରକଟ କଲେ। ଜନକ ଦକ୍ଷିଣ ସମୁଦ୍ର ଉପକୂଳରେ ପହଞ୍ଚିଲେ। ତାଙ୍କ ସହ ବହୁ ଋଷି ମଧ୍ୟ ସାମିଲ ହେଲେ। ପୂର୍ଣ୍ଣାହୁତି ଦେଇ ଯଜ୍ଞ ଶେଷ ହେଲା। ରାଜା ପୂର୍ବରୁ ସ୍ବର୍ଣ୍ଣ ଲଙ୍ଗଳ ପ୍ରତିଷ୍ଠା କରି ରଖିଥିଲେ। ଯଜ୍ଞ କରିଥିବା ସ୍ଥାନରେ ଚାଷ କରାଇଲେ। ଭୂମିକୁ ଆଘାତ କରିବା ପରେ ସେଠାରୁ ଏକ ଲୁହାର ମଞ୍ଜୁଷା ତଥା ପେଡ଼ି ବାହାରିଥିଲା। ମଞ୍ଜୁଷାକୁ ଫିଟାଇବାରୁ ତା’ ଭିତରେ ଅପୂର୍ବ ରୂପଲାବଣ୍ୟମୟ କନ୍ୟା ଥିବା ଦେଖିଲେ। ଜନକ କନ୍ୟାକୁ ଦେଖି କୋଳେଇ ନେଲେ। ଆକାଶ ମାର୍ଗରୁ ଦେବତାମାନେ ପୁଷ୍ପ ବୃଷ୍ଟି କଲେ। ତାଙ୍କ ନାମ ସୀତା ବୋଲି ମୁନି ଋଷିମାନେ ଘୋଷଣା କଲେ। ତେଣୁ ଜନକ ଯେଉଁ ଦକ୍ଷିଣ ସମୁଦ୍ର ଉପକୂଳରେ ଯଜ୍ଞ କରିଥିଲେ ତାହା ଏହି ସ୍ଥାନ ବୋଲି ବିବେଚନା କରାଯାଏ ବୋଲି ଉଲ୍ଲେଖ ରହିଛି। ତେଣୁ ଏହି ଗୁଣ୍ଡିଚା ମଣ୍ଡପ ବା ଯଜ୍ଞମଣ୍ଡପ ସୀତାଙ୍କ ଜନ୍ମସ୍ଥାନ ହୋଇଥିବାରୁ ଏହି ପବିତ୍ର ଭୂମିକୁ ଦେଶର କୋଣ ଅନୁକୋଣରୁ ଭକ୍ତମାନେ ଆସନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe