Accident: ଦୁର୍ଘଟଣା ନେଲା ତିନି ଯବାନଙ୍କ ସହ କାର ଡ୍ରାଇଭରଙ୍କ ଜୀବନ

Advertisment

ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ଛତିଶଗଡ଼ର ଧମତରୀ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛିl ଏକ ଟ୍ରକର ପଛରେ କାରଟି ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଦୁଇ ଯବାନଙ୍କ ମୃତ୍ୟୁ ଘଟିଛିl ଆହତ ତିନିଜଣଙ୍କୁ ମେଡିକାଲ ନେବା...

ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ଛତିଶଗଡ଼ର ଧମତରୀ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛିl ଏକ ଟ୍ରକର ପଛରେ କାରଟି ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଦୁଇ ଯବାନଙ୍କ ମୃତ୍ୟୁ ଘଟିଛିl ଆହତ ତିନିଜଣଙ୍କୁ ମେଡିକାଲ ନେବା...

Untitled-29.jpg

ରାଇଘର (ଦେବେନ୍ଦ୍ର ମିଶ୍ର): ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ଛତିଶଗଡ଼ର ଧମତରୀ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛିl ଏକ ଟ୍ରକର ପଛରେ କାରଟି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଦୁଇ ଜଣ ଯବାନଙ୍କ ମୃତ୍ୟୁ ଘଟିଛିl ଆହତ ତିନିଜଣଙ୍କୁ ମେଡିକାଲ ନେବା ବାଟରେ ଆଉ ଜଣେ ଯବାନ ଏବଂ କାର ଡ୍ରାଇଭରଙ୍କ ପ୍ରାଣହାନୀ ଘଟିଛି। ଅନ୍ୟ ଜଣେ ଯବାନଙ୍କୁ ଗୁରୁତର ଅବସ୍ଥାରେ ରାୟପୁର ସ୍ଥାନାନ୍ତର କରାଯାଇଛିl ଦୁର୍ଘଟଣାରେ ମୃତ ଯବାନମାନେ ୨୦୧ କୋବ୍ରା ବାଟାଲିୟନର ବୋଲି ଜଣାପଡ଼ିଛିl 

ସୂଚନା ଅନୁଯାଇ ଆଜି ସକାଳ ପ୍ରାୟ ସାଢେ ୮ଟା ସମୟରେ ଜଗଦଳପୁରରୁ ରାୟପୁରକୁ ଯାଉଥିବା ଏକ କାର (ଏମ୍.ପି.17.ଜେଡ୍ଏଚ 4897) ଜଗଦଲପୁର-ରାୟପୁର ୩୦ ନମ୍ବର ରାଜପଥର ଖପ୍ରି ବାଇପାସ୍‌ ନିକଟରେ ଏକ ଟ୍ରକକୁ ଧକ୍କା ହୋଇଥିଲାl ଫଳରେ କାରରେ ଯାଉଥିବା ୨୦୧ କୋବ୍ରା ବାଟାଲିୟନର ଦୁଇ ଯବାନଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲାl ଅନ୍ୟ ଦୁଇ ଯବାନ ଏବଂ କାର ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଧମତରୀ ଜିଲ୍ଲା ମେଡିକାଲକୁ ନିଆଯାଉଥିଲା। ବାଟରେ ଜଣେ ଯବାନ ଏବଂ କାର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲାl ଅନ୍ୟ ଯବାନ ଜଣକ ଗୁରୁତର ଅବସ୍ଥାରେ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛିl

ଆହୁରି ପଢ଼ନ୍ତୁ: Mohan Charan Majhi: ୧୦୦ କୋଟିର ଟେକ୍ସଟାଇଲ୍ ପାର୍କ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲାl ମୃତଦେହ କାର ଭିତରେ ଫସି ଯାଇଥିଲାl ଫଳରେ ପୁଲିସ ସମସ୍ତଙ୍କୁ କାରରୁ ବାହାର କରିବାକୁ ବହୁତ ସଂଘର୍ଷ କରିବାକୁ ପଡିଥିଲା​​l ଶେଷରେ ଗ୍ୟାସ୍‌ କଟର ସାହାଯ୍ୟରେ ମୃତଦେହ ବାହାର କରାଯାଇଥିଲାl ଏହି ଘଟଣା ଅର୍ଜୁନୀ ପୁଲିସ ଷ୍ଟେସନ ଅଞ୍ଚଳରେ ଘଟିଥିଲା। ମୃତ ଯବାନମାନେ ହେଲେ ମୁକେଶ କୁମାର, ଉମେନ୍ଦ୍ର ସିଂ, ରାଜ କୁମାର ଗୌଡ଼ ଏବଂ ଡ୍ରାଇଭର ହୀରାଲାଲ ନାଗର।l ଯବାନ ଅଭିଯାନ ରାୟଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛିl ସମସ୍ତ ଯବାନଙ୍କ ମୃତଦେହକୁ ଜିଲ୍ଲା ମେଡିକାଲରେ ବ୍ୟବଚ୍ଛେଦ ପାଇଁ ରଖା ଯାଇଛିl ଘଟଣାସ୍ଥଳରେ ଛତିଶଗଡ଼ ପୁଲିସର ଅଧିକାରୀମାନେ ପହଂଚି ତଦନ୍ତ କରୁଛନ୍ତିl ଖବର ପ୍ରଚାରିତ ହେବା ମାତ୍ରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲାl  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe