Prisoners' strike in prison Photograph: (sambad.in)
ସୁନ୍ଦରଗଡ: କଏଦୀଙ୍କ ହରତାଳ ସୁନ୍ଦରଗଡ଼ ଜିଲ୍ଲା କାରାଗାରରେ ସମସ୍ୟା ସୃଷ୍ଟି କରିଛି । ଗତ କାଲି ରାତିଠାରୁ ଖାଇବା ପିଇବା ଛାଡି ସେମାନେ ହରତାଳରେ ଅଛନ୍ତି ୫୪୭ କଏଦୀ । ନୂଆ କାରାଗାର ଅଧିକ୍ଷକଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି କଏଦୀ ଆନ୍ଦୋଳନ କରିଛନ୍ତି ।
ଠିକ ଭାବରେ ଖାଇବା ଦିଆ ନଯିବା , ଘର ଲୋକଙ୍କ ସହିତ ଭେଟ ହେବାକୁ ଦିଆଯାଉ ନଥିବା ଏପରି ଅନେକ ଅଭିଯୋଗ ଆଣିଛନ୍ତି କଏଦୀ। ସେମାନେ କାରାଗାର ଅଧିକ୍ଷକଙ୍କ ବଦଳି ଦାବି କରିଛନ୍ତି । ଘଟଣାସ୍ଥଳରେ ଅତିରିକ୍ତ ଏସପି, ଏସ ଡି ପି ଓ, ଟାଉନ୍ ଥାନା ପୁଲିସ ଏବଂ ଫୋର୍ସ ମୁତୟନ କରାଯାଇଛି ।
ଆହୁରି ପଢ଼ନ୍ତୁ:One‑Month Grace Period For PUC: ୧ ଫେବ୍ରୁଆରିରୁ ବିନା ପିୟୁସିରେ ପେଟ୍ରୋଲ ମିଳିବ ନାହିଁ, ମାସେ ବଢ଼ିଲା ସମୟ ସୀମା
ବୁଝାଇ ବୁଝାଇ ନୟାନ୍ତ
ତେବେ ଏହାର ସମାଧାନର ବାଟ ଫିଟି ନାହିଁ। ରିଜର୍ଭ ରୁ କଏଦୀଙ୍କୁ କୋର୍ଟକୁ ନେବା ପାଇଁ ଆସିଥିବା ଗାଡି ଫେରି ଯାଇଛି। କଏଦୀ କୋର୍ଟ ଯିବା ପାଇଁ ମନାକରି ଦେଇଛନ୍ତି। ପ୍ରଶାସନ , ପୁଲିସ ଓ ଜେଲ୍ କର୍ମାଚାରୀ ବୁଝାଇ ବୁଝାଇ ନୟାନ୍ତ ହେଲେ ମଧ୍ୟ କିଛି ସୁଫଳ ମିଳି ନାହିଁ।
ଜେଲରେ ଅତିରିକ୍ତ ଏସ୍ପି , ଏସଡିପିଓ , ଉପଜିଲାପାଳ , ତହସିଲଦାର ପହଁଞ୍ଚିଛନ୍ତି। ସମସ୍ତ ଅଧିକାରୀ ବୁଝାବୁଝି କଲାପରେ ମଧ୍ୟ ନିଜ ଦାବିରେ ଅଟଳ ରହିଛନ୍ତି କଏଦୀ । ଜେଲ୍ ସୁପରିଟେଣ୍ଡେଟଙ୍କୁ ତୁରନ୍ତ ବଦଳି ଦାବି କରି କଏଦୀ ଅଡ଼ି ବସିଛନ୍ତି।
Follow Us