ପରଲୋକରେ ବରିଷ୍ଠ ଗୀତିକାର ଓ ନିର୍ଦ୍ଦେଶକ ବୃନ୍ଦାବନ ଜେନା

Advertisment

ବରିଷ୍ଠ ଗୀତିକାର ଓ ନିର୍ଦ୍ଦେଶକ ବୃନ୍ଦାବନ ଜେନା ଆଉ ନାହାନ୍ତି। ୮୭ ବର୍ଷ ବୟସରେ ପରଲୋକ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଏସସିବି ମେଡିକାଲ୍ ଆଇସିୟୁରେ ଚିକିତ୍ସାଧୀନ ଥିଲେ ସେ। ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

bhn

କଟକ: ବରିଷ୍ଠ ଗୀତିକାର ଓ ନିର୍ଦ୍ଦେଶକ ବୃନ୍ଦାବନ ଜେନା ଆଉ ନାହାନ୍ତି। ୮୭ ବର୍ଷ ବୟସରେ ପରଲୋକ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ସ୍ନାୟୁଜନିତ ସମସ୍ୟା ପାଇଁ କିଛି ମାସ ହେବ ଏସସିବି ମେଡିକାଲ୍ ଆଇସିୟୁରେ ଚିକିତ୍ସାଧୀନ ଥିଲେ ସେ। ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଗୀତିକବି ସମାଜ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।

ବୃନ୍ଦାବନ ଜେନା କେତେକ ସିନେମାରେ ଗୀତ ରଚନା କରିଥିଲେ। ସେଥିମଧ୍ୟରୁ ଏମିତି ରାତି ସେ ଯେ ଅଭୁଲା ସ୍ମୃତି..(ସଉତୁଣୀ), ଆତ୍ମୀୟ ସ୍ବଜନ ବନ୍ଧୁ କେହି ନୁହେଁ ଚିର…(କୁଳଚନ୍ଦ୍ରମା), ପୀରତି ତୋର ଦୁରୁ ଜୁହାର..(ଧରିତ୍ରୀ) ଆଦି ଗୀତ ଆଜି ଶ୍ରୋତାଙ୍କୁ ଆଜି ବି ରୋମାଞ୍ଚିତ କରେ। ଏହାଛଡ଼ା ସେ ଓଡ଼ିଆ ଛବି ବାଟ ଅବାଟ ଏବଂ ଶାସ୍ତିର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ। ସେ ଉଭୟ ଛବିର ସଂଳାପ ବି ରଚନା କରିଥିଲେ। ବୃନ୍ଦାବନ ଜେନା ଅନେକ ପ୍ରାମାଣିକ ଚିତ୍ର ବି ନିର୍ମାଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe