ବାଲେଶ୍ବରରେ ଜିଲ୍ଲା ପ୍ରଶାସନର କଡ଼ାକଡ଼ି ନିୟମ: ରାତି ୧୦ରୁ ସମସ୍ତ ଦୋକାନ ବନ୍ଦ

ବାଲେଶ୍ବର ସହରରେ ଜିଲ୍ଲା ପ୍ରଶାସନର କଡ଼ାକଡ଼ି ନିୟମ ଜାରି କରାଯାଇଛି। ଆଜି ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ଓ ଦୋକାନବଜାର ବନ୍ଦ ରହିବ।

bls

ବାଲେଶ୍ବର: ବାଲେଶ୍ବର ସହରରେ ଜିଲ୍ଲା ପ୍ରଶାସନର କଡ଼ାକଡ଼ି ନିୟମ ଜାରି କରାଯାଇଛି। ଆଜି ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ଓ ଦୋକାନବଜାର ବନ୍ଦ ରହିବ। ଏହି ନିୟମ ଆସନ୍ତା ୨୧ ତାରିଖ ଦୀପାବଳି ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ପୁଲିସ ପ୍ରଶାସନ ପକ୍ଷରୁ ମାଇକ ଦ୍ବାରା ପ୍ରଚାର କରାଯାଇଛି। 

ନିୟମ ଉଲଙ୍ଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ତେବେ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି। ସମସ୍ତ ଦୋକାନୀ ଓ ବ୍ୟବସାୟୀଙ୍କୁ ଏହି ନିୟମ ଅନୁପାଳନ କରିବାକୁ ପୁଲିସ ପକ୍ଷରୁ ନିବେଦନ କରାଯାଇଛି।

 Balasore

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe