ସୋଭନା ମହାନ୍ତି ମହିଳା କମିସନ ଅଧ୍ୟକ୍ଷ, ଶିଶୁ ସୁରକ୍ଷା ଆୟୋଗରେ ବବିତା ପାତ୍ର ଅଧ୍ୟକ୍ଷ ନିଯୁକ୍ତ

Advertisment

ରାଜ୍ୟ ସରକାର ସୋଭନା ମହାନ୍ତିଙ୍କୁ ମହିଳା କମିସନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏ‌ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି ହୋଇଛି। ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ କରଞ୍ଜିଆ ଗାଁର ସୋଭନା ମହାନ୍ତି ଏହି ପଦବିରେ ତିନି ବର୍ଷ ରହିବେ ବୋଲି ଏଥିରେ କୁହାଯାଇଛି। 

ରାଜ୍ୟ ସରକାର ସୋଭନା ମହାନ୍ତିଙ୍କୁ ମହିଳା କମିସନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏ‌ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି ହୋଇଛି। ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ କରଞ୍ଜିଆ ଗାଁର ସୋଭନା ମହାନ୍ତି ଏହି ପଦବିରେ ତିନି ବର୍ଷ ରହିବେ ବୋଲି ଏଥିରେ କୁହାଯାଇଛି। 

New Project (18)

ଭୁବନେଶ୍ବର: ରାଜ୍ୟ ସରକାର ସୋଭନା ମହାନ୍ତିଙ୍କୁ ମହିଳା କମିସନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏ‌ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି ହୋଇଛି। ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ କରଞ୍ଜିଆ ଗାଁର ସୋଭନା ମହାନ୍ତି ଏହି ପଦବିରେ ତିନି ବର୍ଷ ରହିବେ ବୋଲି ଏଥିରେ କୁହାଯାଇଛି। 

ନୂଆ ନିଯୁକ୍ତି ନେଇ ସୋଭନା ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଶ୍ରୀମତୀ ମହାନ୍ତି କହିଛନ୍ତି, ପଦପାଇଁ ଆଶା କରି ନଥିଲି। କିନ୍ତୁ ଏହା ମିଳିଥିବାରୁ ଖୁସି ଅନୁଭବ କରୁଛି। ରାଜ୍ୟ ସରକାର ଯେଉଁ ଦାୟିତ୍ବ ଦେଇଛନ୍ତି, ତାକୁ ଠିକ୍‌ ଭାବେ ତୁଲାଇବି। ମୖହିଳାଙ୍କୁ ଠିକ ଭାବେ ନ୍ୟାୟ ଦେବାକୁ ଉଦ୍ୟମ କରିବି। ଆମ ସରକାରରେ ମହିଳାଙ୍କୁ ଉଚିତ ନ୍ୟାୟ ମିଳିବ। ମୁଁ ବାଲେଶ୍ବରର ଝିଅ, ନ୍ୟାୟ ପାଇଁ ସବୁବେଳେ ଲଢ଼ିବି। ନିଜ ଦଳ ହୁଅନ୍ତୁ ବା ଅନ୍ୟ କେଉଁ ଦଳର ହୁଅନ୍ତୁ ଦୋଷୀଙ୍କୁ ଛଡ଼ାଯିବ ନାହିଁ। 

ରାଜ୍ୟ ସରକାର ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ପଦବିରେ ବ୍ରହ୍ମପୁରର ସୋମନାଥନଗର ‌ଲେନ୍‌-୪ ମୟୂରବିହାର ନିବାସୀ ବବିତା ପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ମନ୍ଦାକିନୀ କରଙ୍କୁ ବହିଷ୍କାର ପରେ ଏହି ପଦବି ୫ ମାସ ହେଲା ଖାଲି ପଡ଼ିଥିଲା। ରାଜ୍ୟ ସରକାର ମହିଳା ଓ ଶିଶୁ ଆୟୋଗରେ ୬ ଜଣ ସଦସ୍ୟଙ୍କୁ ନିଯୁକ୍ତି ଦେଇଛନ୍ତି। ସେମାନେ ହେଲେ କେନ୍ଦୁଝର ଜିଲ୍ଲା କଡ଼ଗଡ଼ିଆର ସୁକେଶୀ ଓରାମ, ରାଉରକେଲା ବାସନ୍ତୀ କଲୋନିର କଳ୍ପନା ଲେଙ୍କା, ଭୁବନେଶ୍ବର ବଡ଼ଗଡ଼ର ଚନ୍ଦନା ଦାସ, ବାପୁଜୀ ନଗରର କସ୍ତୁରୀ ମିଶ୍ର, ବମିଖାଲର ସୁଜାତା ନାୟକ ଓ ଭଦ୍ରକ ଜିଲ୍ଲା ଚରମ୍ପାର ମନସ୍ମିତା ଖୁଣ୍ଟିଆ।

Babita Patra

ଶିଶୁ ସୁରକ୍ଷା ଅଧ୍ୟକ୍ଷ ବବିତା ପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି, ବିଶ୍ୱାସ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଉଛି।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ଶିଶୁ ଅଧିକାର ଓ ସୁରକ୍ଷା ସୁନିଶ୍ଚିତ ହେବ। ଶିଶୁ ନିର୍ଯାତନା କମାଇବାକୁ ରୋଡ଼ ମ୍ୟାପ କରିବୁ। ବିଭାଗ ସହ ମିଶି ଶିଶୁ ଚାଲାଣ ଓ ଶିଶୁ ଶ୍ରମିକ ରୋକିବୁ। ବିଜେପି ସରକାରରେ ଶିଶୁଙ୍କ କଲ୍ୟାଣ ହେବ। ନାବାଳିକା ଦୁଷ୍କର୍ମ, ଶିଶୁ ନିର୍ଯାତନା ଉପରେ କଠୋର ବ୍ୟବସ୍ଥା କରାଯିବ। 

CM Mohan Charan Majhi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe