ଚର୍ଚ୍ଚାରେ ଅଦାଲତଙ୍କ ରାୟ : ପତ୍ନୀଙ୍କୁ ଖଟାଇଥିବାରୁ ୧.୨ କୋଟି ତଣ୍ତ!

Advertisment
ଚର୍ଚ୍ଚାରେ ଅଦାଲତଙ୍କ ରାୟ : ପତ୍ନୀଙ୍କୁ ଖଟାଇଥିବାରୁ ୧.୨ କୋଟି ତଣ୍ତ!

ଆର୍ଜେନ୍‌ଟିନାର ଏକ ଅଦାଲତଙ୍କ ରାୟ ଏବେ ଚର୍ଚ୍ଚାରେ। ଦୀର୍ଘ ସତେଇଶ ବର୍ଷ ଶିକ୍ଷିତା ପତ୍ନୀଙ୍କୁ ଘର କାମରେ ଖଟାଇଥିବାରୁ ଅଦାଲତ, ତାଙ୍କ ସ୍ୱାମୀଙ୍କୁ ଭାରତୀୟ ମୁଦ୍ରାରେ ପ୍ରାୟ ୧.୨ କୋଟି ଟଙ୍କାର ତଣ୍ତ ଗଣିବା ପାଇଁ ନିର୍ଦେଶ ଦେଇଛନ୍ତି। ମହିଳାଙ୍କର ନାମ ମାଡେଲିନ୍‌। ସେ ଅର୍ଥଶାସ୍ତ୍ରରେ ଉଚ୍ଚ-ଶିକ୍ଷିତା। ତେବେ, ବିବାହ ପରେ ପତିଙ୍କ ସନ୍ତୁଷ୍ଟି ପାଇଁ ଚାକିରି ନ କରି, ଗୃହିଣୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଘର କାମ, ପିଲାଙ୍କ ଲାଳନପାଳନ ଭାର ଆଦି ତାଙ୍କ ଉପରେ ନ୍ୟସ୍ତ ଥିଲା। ଏବେ ତାଙ୍କ ବୟସ ଷାଠିଏ ବର୍ଷ। ଏହି ବୟସରେ ପତି, ତାଙ୍କୁ ପରିତ୍ୟାଗ କରି ଦ୍ୱିତୀୟ ବିବାହ କରିବାରୁ ସେ ଅଦାଲତରେ ମାମଲା ଦାଏର କରିଥିଲେ। ମାଡେଲିନ୍‌ଙ୍କ ଓକିଲ ଅଦାଲତରେ ଯୁକ୍ତି ବାଢ଼ିଥିଲେ, ବୟସାଧିକ୍ୟ ଯୋଗୁଁ ତାଙ୍କ ପକ୍ଷେ ଏବେ ଚାକିରି ଖୋଜିବା କଷ୍ଟକର। ବୈବାହିକ ଜୀବନର ସତେଇଶ ବର୍ଷ ସ୍ୱାମୀ ଓ ପରିବାରକୁ ଦେବା ପରେ ସେ ଏବେ ପତିଙ୍କ ଦ୍ୱାରା ପରିତ୍ୟକ୍ତା। ତେଣୁ, ପତି ହିଁ ତାଙ୍କ ରକ୍ଷଣାବେକ୍ଷଶ ଭାର ବହନ କରିବେ। ଅଦାଲତ ଯୁକ୍ତିଟିକୁ ଗ୍ରହଣ କରି ମାଡେଲିନ୍‌ଙ୍କ ପତିଙ୍କୁ ବିପୁଳ ଅର୍ଥ ଦଣ୍ତରେ ଦଣ୍ତିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe