ବାପାଙ୍କ ମୃତ୍ୟୁ ପରେ ୧୦ବର୍ଷର ବାଳକ ପେଟ ପୋଷିବା ପାଇଁ କରିଥିଲା ଏକ ଛୋଟ ଜଳଖିଆ ଦୋକାନ; ଏହି ଗୋଟିଏ ଫେସ୍‌ବୁକ୍‌ ପୋଷ୍ଟରୁ ବଦଳିଗଲା ତାର ଜୀବନ

ବାପାଙ୍କ ମୃତ୍ୟୁ ପରେ ୧୦ବର୍ଷର ବାଳକ ପେଟ ପୋଷିବା ପାଇଁ କରିଥିଲା ଏକ ଛୋଟ ଜଳଖିଆ ଦୋକାନ; ଏହି ଗୋଟିଏ ଫେସ୍‌ବୁକ୍‌ ପୋଷ୍ଟରୁ ବଦଳିଗଲା ତାର ଜୀବନ

.oneindia

ପାଟନା: ପାଟନାରେ ବସବାସ କରୁଥିବା ଜଣେ ବାଳକର ସଂଘର୍ଷମୟ କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଜକେଇ ଆସିବ। ଏହି ୧୦ବର୍ଷ ବାଳକଙ୍କ ନାମ ହେଉଛି ସୁନୀଲ। ସୁନୀଲଙ୍କ ପିତା ରାଜନ ଗୋଡଙ୍କ ଚାରିମାସ ପୂର୍ବରୁ ନିଧନ ହୋଇଯାଇଥିଲା। ୫୫ବର୍ଷୀୟ ବିଧବା ମା’, ପତ୍ନୀ ଓ ଛଅ ଶିଶୁଙ୍କ ଭରଣପୋଷଣ ଦାୟିତ୍ୱ ରାଜନଙ୍କ ଉପରେ ଥିଲା। ।

ରାଜନ୍‌ଙ୍କ ମୃତ୍ୟୁ ପରେ ପୂରା ପରିବାର ଅନାଥ ଓ ଅସହାୟ ହୋଇପଡ଼ିଥିଲା। ଗୋଟିଏ ବେଳା ଖାଇବାକୁ ପାଇବା ରାଜନ୍‌ଙ୍କ ପରିବାର ପକ୍ଷେ ଅସମ୍ଭବ ଥିଲା। ପିତାଙ୍କ ମୃତ୍ୟୁ ପରେ ପରିବାରର ଏଭଳି ପରିସ୍ଥିତି ଦେଖି ଖେଳିବା ବୁଲିବା ବୟସରେ ସୁନୀଲ ଏସବୁ ଦାୟିତ୍ୱ ନିଜ କାନ୍ଧକୁ ନେଇଥିଲା।

ପରିବାରର ଏଭଳିସ୍ଥିତିକୁ ଦେଖି ମନକୁ ଦୃଢ଼ କରି ସୁନୀଲ ଏକ ବରା, ଆଳୁଚପ୍‌, ପିଆଜି ଦୋକାନ ଆରମ୍ଭ କରିଥିଲା। ପ୍ରତିଦିନ ସକାଳୁ ସେ ଏହି ଠେଲାକୁ ଘରୁ ବାହାର କରି ନିକଟସ୍ଥ ରେଳ ଷ୍ଟେସନ୍‌ରେ ନେଇ ଲାଗାଇ ଥାଏ। ସେଠାରେ ଏହି ବରା, ଆଳୁଚପ୍‌ ଓ ପିଆଜିର ବ୍ୟବସାୟ ଆରମ୍ଭ କରିଥାଏ।

ଗୋଟିଏ ସପ୍ତାହ ପୂର୍ବରୁ କିଛି ସ୍ଥାନୀୟ ବ୍ୟକ୍ତି ଓ ସାମ।ଜିକ କର୍ମକର୍ତ୍ତା ଅଜୟ ପାଣ୍ଡ୍ୟାଙ୍କ ନଜର ସୁନୀଲ ଉପରେ ପଡ଼ିଥିଲା। ଏତେ କମ୍‌ ବୟସରେ ସେ କାହିଁକି ଏଭଳି ବରା ପିଆଜି, ଆଳୁଚପ୍‌ ବ୍ୟବସାୟ କରୁଛି ବୋଲି ସୁନୀଲ ଠାରୁ ସବୁ ପଚାରି ବୁଝିଥିଲେ।

Image result for bihar-10-year-old-son-pulling-food-stall-after-father-death-facebook-post-change-life U.S. - The Wall Street Journal

ଏହାପରେ ଅଜୟ ନିଜ ଫେସ୍‌ବୁକ୍‌ରେ ସୁନୀଲର ଫଟୋ ସହିତ ତାର ଜୀବନ କାହାଣୀକୁ ଫେସ୍‌ବୁକ୍‌ରେ ସେୟାର କରି ଦେଇଥିଲେ। ଅଜୟଙ୍କ ଏହି ଗୋଟିଏ ପୋଷ୍ଟ ପରେ ସୁନୀଲକୁ ସାହାଯ୍ୟ କରିବା ପାଇଁ ଅନେକ ଲୋକ ଏବେ ଆଗେଇ ଆସିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe