୧୦୧ ବୟୋଜ୍ୟେଷ୍ଠଙ୍କ ଏକତ୍ର ସ୍କାଏଡାଇଭିଂ!

୧୦୧ ବୟୋଜ୍ୟେଷ୍ଠଙ୍କ ଏକତ୍ର ସ୍କାଏଡାଇଭିଂ!

ବୟସ ଓ ଫୂର୍ତ୍ତି ଯେ କେବଳ ସଂଖ୍ୟା ଦ୍ବାରା ସଂଜ୍ଞାକୃତ, ତାହାକୁ ଭୁଲ୍‌ ପ୍ରମାଣିତ କରିଛନ୍ତି କାଲିଫର୍ଣ୍ଣିଆର ପେରିସ ସହରର ଦଳେ ବରିଷ୍ଠ ନାଗରିକ। କେବଳ ସେତିକି ନୁହେଁ, ସେମାନେ ସ୍କାଏଡାଇଭିଂ ଭଳି ଏକ ଦୁଃସାହସିକ ଅଭିଯାନରେ ସାମିଲ ହୋଇ ଦୁଇ ଦୁଇଟି ବିଶ୍ବ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ଗତ ୧୫ ତାରିଖରେ ଦକ୍ଷିଣ କାଲିଫର୍ଣ୍ଣିଆର ‘ସ୍କାଏଡାଇଭ୍‌ ପେରିସ’ ନାମକ ସଂସ୍ଥା ଦ୍ବାରା ଆୟୋଜିତ ସ୍କାଏଡାଇଭିଂ କାର୍ଯ୍ୟକ୍ରମରେ ୬୦ରୁ ୭୮ ବର୍ଷ ବୟସର ୧୦୧ ଜଣ ବରିଷ୍ଠ ନାଗରିକ ୧-ପଏଣ୍ଟ୍‌ ଆକୃତି ସୃଷ୍ଟି କରି ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି। ପୂର୍ବରୁ ଏହି ରେକର୍ଡ ୨୦୧୮ରେ ଚିକାଗୋରେ ଆୟୋଜିତ ଅନୁରୂପ କାର୍ଯ୍ୟକ୍ରମରେ ଭାଗ ନେଇଥିବା ୭୫ ଜଣ ସ୍କାଏଡାଇଭର୍‌ଙ୍କ ନାମରେ ରହିଥିଲା।

ସେହିପରି କାଲିଫର୍ଣ୍ଣିଆର ଏହି ବୟୋଜ୍ୟେଷ୍ଠମାନେ ସେମାନଙ୍କର ଦ୍ବିତୀୟ ପ୍ରଚେଷ୍ଟାରେ ଆଉ ଏକ ରେକର୍ଡ କରିଥିଲେ। ଏଥିରେ ୯୫ ଜଣ ବରିଷ୍ଠ ନାଗରିକ ୨-ପଏଣ୍ଟ୍‌ ଆକୃତି ସୃଷ୍ଟି କରି ଏହି କୀର୍ତ୍ତି ସ୍ଥାପନ କରିଥିଲେ। ପୂର୍ବରୁ ଏହି ରେକର୍ଡ ୨୦୧୭ରେ ସେହି ପେରିସ ଠାରେ ୬୦ ଜଣ ସ୍କାଏଡାଇଭର ସ୍ଥାପନ କରିଥିଲେ। ବରିଷ୍ଠ ନାଗରିକଙ୍କର ଏଭଳି ଦୁଃସାହସିକ ପ୍ରଦର୍ଶନର ଭିଡିଓ ଚିତ୍ର ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍‌ ପ୍ରଚାରିତ ହେବା ସହ ପ୍ରଶଂସା ମଧ୍ୟ ସାଉଁଟିବାରେ ଲାଗିଛି। ମନୋବଳ ପାଖରେ ବୟସ କିପରି ହାର ମାନିଥାଏ ତାହା ସେମାନେ ପ୍ରମାଣ କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe