ନିଜର ୧୭ ନମ୍ବର ପିଲା ଜନ୍ମ କଲେ ୧୦୧ ବର୍ଷୀୟା ବୃଦ୍ଧା, ପିଲାର ବାପାଙ୍କ ବୟସ ୨୬ ବର୍ଷ!

Advertisment
ନିଜର ୧୭ ନମ୍ବର ପିଲା ଜନ୍ମ କଲେ ୧୦୧ ବର୍ଷୀୟା ବୃଦ୍ଧା, ପିଲାର ବାପାଙ୍କ ବୟସ ୨୬ ବର୍ଷ!

ବେଳେ ବେଳେ ଏମିତି କିଛି ଘଟେ ଯାହା ପୂର୍ବରୁ କେବେ ଘଟିନଥାଏ। ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ହେବାକୁ ବାଧ୍ୟ କରିପକାଏ। ସବୁ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ରହିଛି ବୋଲି ଆପଣ ଜାଣିଥିବେ ନିଶ୍ଚୟ। ତା’ ସତ୍ତ୍ୱେ ବି ୧୦୧ ବର୍ଷୀୟା ଜଣେ ବୃଦ୍ଧା ସନ୍ତାନ ପ୍ରସବ କରିଥିବା ଘଟଣା ସମଗ୍ର ବିଶ୍ୱରେ ଚାଞ୍ଚଲ ସୃଷ୍ଟି କରିଛି।

ଘଟଣାଟି ହେଉଛି ଇଟାଲିର ନାପୋଲିଠାରେ। ସେଠାରେ ୧୦୧ ବର୍ଷିଅ ଜଣେ ବୃଦ୍ଧା ଅଣ୍ଡାଶୟ ପ୍ରତିରୋପଣ ଜରିଆରେ ତାଙ୍କର ୧୭ ନମ୍ବର ପିଲା ଜନ୍ମ କରି ବିବାଦରେ ରହିଛନ୍ତି। ସେ ୯ ପାଉଣ୍ଡ୍‌ ଓଜନର ଏକ ଶିଶୁ ଜନ୍ମ କରିଛନ୍ତି। ଶିଶୁଟିର ନାଁ ଫ୍ରାନନ୍ସିକ୍ସୋ। ଏପରି ଏକ ଅନୈତିକ ଅସ୍ତ୍ରୋପଚାର ତୁର୍କୀର ଏକ ବେସରକାରୀ କ୍ଲିନିକ୍‌ରେ ହୋଇଛି।

publive-image

ସଫଳ ପ୍ରସବ ପରେ ମାଆ ଆନାଟୋଲିଆ ଭର୍ଟାଡେଲା ପୂରା ଡାକ୍ତରୀ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି। ବୃଦ୍ଧା ମାଆ ଜଣକ କହିଛନ୍ତି କି ଯେତେବେଳେ ୪୮ ବର୍ଷରେ ସେ ଅଣ୍ଡାଶୟ କର୍କଟରେ ପୀଡ଼ିତ ବୋଲି ଜାଣିବାକୁ ପାଇଲେ ସେ ଅତ୍ୟନ୍ତ ଭାଙ୍ଗି ପଡ଼ିଥିଲେ। ଯାହାବି ହେଉଁ ଅତ୍ୟାଧୁନିକ ଡାକ୍ତରୀ କୌଶଳ ହେତୁ ସେ ପ୍ରତିରୋପଣ ଜରିଆରେ ପୁଣି ମାଆ ହେବାରେ ସମର୍ଥ ହେଲେ। ୧୦୧ ବର୍ଷୀୟା ଏହି ବୃଦ୍ଧାଙ୍କ ନବଜାତକର ବାପାଙ୍କ ବୟସ ୨୬ ବର୍ଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe