ଦୀର୍ଘ ଜୀବନର ରହସ୍ୟ ବିଷୟରେ କହିଲେ ୧୦୨ତମ ଜନ୍ମଦିନ ମନାଉଥିବା ବୃଦ୍ଧ

Advertisment
ଦୀର୍ଘ ଜୀବନର ରହସ୍ୟ ବିଷୟରେ କହିଲେ ୧୦୨ତମ ଜନ୍ମଦିନ ମନାଉଥିବା ବୃଦ୍ଧ

www.aajtak.in

ନୂଆଦିଲ୍ଲୀ: ଦୀର୍ଘ ଜୀବନ କାହାକୁ ବା ଦରକାର ନୁହେଁ? ଅଧିକ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିବାର ଇଚ୍ଛା ସମସ୍ତଙ୍କ ଭିତରେ ଅଛି। ମାତ୍ର ଆଜିକାଲି ଭୁଲ୍‌ ଖାଦ୍ୟପେୟ ଓ ଜୀବନଶୈଳୀ କାରଣରୁ ଲୋକଙ୍କ ଆୟୁ ଧୀରେ ଧୀରେ କମ୍‌ ହେବାରେ ଲାଗିଲାଣି।

ବିଜ୍ଞାନ କହେ ଯେ ଏପରି ଅନେକ ଜିନିଷ ରହିଛି ଯାହା ଲୋକଙ୍କୁ ଲମ୍ବା ଆୟୁଷ ଦେଇଥାଏ। ବାଦାମ ଓ ମାଛରେ ଯେଉଁ ନ୍ୟୁଟ୍ରିଏଣ୍ଟ୍‌ସ ରହିଛି ତାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଆୟୁ ବୃଦ୍ଧି କରିଥାଏ। ଏପରି ଆୟ ବୃଦ୍ଧିକାରୀ ଆହୁରି ଅନେକ ଖାଦ୍ୟ ମଧ୍ୟ ରହିଛି। ଆଜି ଆମେ ଜଣେ ଏମିତି ବ୍ୟକ୍ତିଙ୍କ ବିଷୟରେ କହିବୁ ଯିଏକି ତାଙ୍କର ୧୦୨ତମ ଜନ୍ମଦିବସ ପାଳନ କରିଛନ୍ତି।

ଦ ମିରର୍‌ ମୁତାବକ, ୧୦୨ ବର୍ଷୀୟ ଏହି ବୃଦ୍ଧଙ୍କ ନାମ ହାରି ଗାମ୍ପର୍‌। ଯିଏକି ଦ୍ବିତୀୟ ବିଶ୍ବ ଯୁଦ୍ଧର ଅବସରପ୍ରାପ୍ତ ବିବାନ ଚାଳକ। ଯୁଦ୍ଧ ସମୟରେ ସେ ଆର୍‌ଏଫ୍‌ଏଫ୍‌ ପାଇଲଟ୍‌ ଥିଲେ। ତାଙ୍କ ଜନ୍ମ ୧୯୨୦ ମସିହାରେ ହୋଇଥିଲା। ତାଙ୍କୁ ତାଙ୍କର ସେବା ପାଇଁ ଫ୍ରାନ୍ସ ଓ ଜର୍ମାନୀ ପକ୍ଷରୁ ପଦକ ବି ମିଳିଛି। ହାରି ଆଟ୍‌ଲାଣ୍ଟିକ୍‌ ଲଢ଼ାଇରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ। ସେ ଆର୍‌ଏଫ୍‌ଏଫ୍‌ ପାଇଲଟ୍‌ ହେବା ସମୟରେ ୧,୦୦୦ ଘଣ୍ଟା ପର୍ଯ୍ୟନ୍ତ ଉଡ଼ାଣ ଭରିଥିଲେ।

ସେ ତାଙ୍କର ଦୀର୍ଘ ଜୀବନର ରହସ୍ୟ ଭଲ ଖାଦ୍ୟ ଓ ସଂଗୀତ ବୋଲି କହିଛନ୍ତି। ସେ ନିକଟରେ ଏକ ସାକ୍ଷାତ୍‌କାର ଦେଇ କହିଛନ୍ତି, ‘ମୋ ଜୀବନ ଖୁବ୍‌ ସୁନ୍ଦର ଓ ମୁଁ ତାହାକୁ ସବୁବେଳେ ଖୁବ୍‌ ଭଲ ଭାବେ ଜୀଇଁଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe