ଘରେ ରହି କରୋନାକୁ ହରାଇ ଉଦାହାରଣ ପାଲଟିଲେ ୧୦୨ ବର୍ଷୀୟା ବୃଦ୍ଧା

ଘରେ ରହି କରୋନାକୁ ହରାଇ ଉଦାହାରଣ ପାଲଟିଲେ ୧୦୨ ବର୍ଷୀୟା ବୃଦ୍ଧା

ewindianexpress.com

ଅନନ୍ତପୁର: ବଢ଼ି ବଢ଼ି ଚାଲିଛି ମହାମାରୀ କରୋନା ସଂକ୍ରମଣ। ପ୍ରତିଦିନ ଦେଶରୁ ହଜାର ହଜାର ଲୋକ ସଂକ୍ରମିତ ହେଉଥିବା ବେଳେ ଭୟ ବି ବଢ଼ିବାରେ ଲାଗିଛି। ମାତ୍ର ଆପଣ ଜାଣି ରଖନ୍ତୁ ଯେ କରୋନା ଭୟ କରିବା ପରି ଏକ ରୋଗ ନୁହେଁ, ଏହାକୁ ସତର୍କତା ଅବଲମ୍ବନ କଲେ ଚୁଟ୍‌କିରେ ବି ହରାଇ ଦେଇ ହେବ !

ଏପରି ପ୍ରମାଣ କରି ଦେଖାଇଛନ୍ତି ଜଣେ ୧୦୨ ବର୍ଷୀୟା ବୃଦ୍ଧା। ଆପଣ ଭାବୁଥିବେ ନିଶ୍ଚୟ ଯେ ପୂର୍ବରୁ ମଧ୍ୟ ଅନେକ ବୟସ୍କ ବୃଦ୍ଧ-ବୃଦ୍ଧା କରୋନାକୁ ହରାଇ ସୁସ୍ଥ ହୋଇଛନ୍ତି, ତେବେ ଏହି ବୟସ୍କ ମହିଳା ଚର୍ଚ୍ଚାର ପରିସରରେ କାହିଁକି? ତା’ର କାରଣ ହେଉଛି, ମହିଳା ଜଣକ କେଉଁ ଡାକ୍ତରଖାନାରେ କିମ୍ବା କ୍ଲିନିକ୍‌ରେ ରହି ଚିକିତ୍ସିତ ହୋଇ ସୁସ୍ଥ ହୋଇନାହାନ୍ତି ବରଂ ନିଜ ଘରେ ପୃଥକ ଭାବେ ରହି କିଛି ଉପାୟ ଅବଲମ୍ବନ କରି କରୋନାକୁ ହରାଇ ପାରିଛନ୍ତି।

publive-image
New Indian Express

ପୁଟ୍ଟପର୍ତ୍ତି ମଣ୍ଡଳର ପେଡା କାମମାଭରିପାଲର ବାସିନ୍ଦା ମହିଳା ମୁମାନେନି ସୁବମ୍ମା ଅଗଷ୍ଟ ୨୧ ତାରିଖରେ କରୋନା ଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ତା’ପରେ ସେ ଘରେ ରହି ନିଜର ଯତ୍ନ ନେଉଥିଲେ। ସେ ବର୍ତ୍ତମାନ ପୂର୍ବ ପରି ସୁସ୍ଥ ଥିବା ସୂଚନା ରହିଛି।

ତାଙ୍କର ପାଞ୍ଚ ପୁଅ ଏବଂ ତିନି ଝିଅ ଅଛନ୍ତି। ମହିଳା ଏବେ ତାଙ୍କର ଜଣେ ପୁଅ ସହ ରହୁଛନ୍ତି। ଅଗଷ୍ଟ ମାସରେ ତାଙ୍କ ଘରର ଅନ୍ୟ ଚାରି ଜଣ ମଧ୍ୟ କରୋନା ଭାଇରସ୍ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ମଧୁମେହ ରୋଗରେ ଆକ୍ରାନ୍ତ ମହିଳାଙ୍କ ୬୨ ବର୍ଷିଅ ପୁଅ କରୋନା ଆକ୍ରାନ୍ତ ଜଣାପଡ଼ି ହସ୍ପିଟାଲ୍‌‌ରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ବୋହୂ, ନାତି ଏବଂ ନାତିଙ୍କ ପତ୍ନୀ ଘରେ ପୃଥକ ହୋଇ ରହିଥିଲେ। ତେବେ କରୋନାକୁ ହରାଇବା ପରେ ସମ୍ପର୍କୀୟ ଏବଂ ବନ୍ଧୁମାନେ ବର୍ତ୍ତମାନ ସୁବାମ୍ମାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ସେମାନଙ୍କ ଘରକୁ ଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe