ମା’ଙ୍କ ସହିତ ଝଗଡ଼ା କରି ଜେଜେମା’ଙ୍କ ପାଖକୁ ଯିବା ପାଇଁ ୧୩୦କିମି ପଥ ଯାତ୍ରା କରିବା ପରେ କୁନି ବାଳକ ସହିତ ଘଟିଲା ଏମିତି ଘଟଣା

ମା’ଙ୍କ ସହିତ ଝଗଡ଼ା କରି ଜେଜେମା’ଙ୍କ ପାଖକୁ ଯିବା ପାଇଁ ୧୩୦କିମି ପଥ ଯାତ୍ରା କରିବା ପରେ କୁନି ବାଳକ ସହିତ ଘଟିଲା ଏମିତି ଘଟଣା

ନୂଆଦିଲ୍ଲୀ: ଚାଇନାର ଜଣେ ବାଳକ ତ‌ାର ମା’ ସହିତ ଝଗଡ଼ା କରିବା ପରେ ଜେଜେ ମା’ଙ୍କ ପାଖକୁ ଯିବା ପାଇଁ ଘରୁ ବାହାରି ଯାଇଥିଲା। ଏଥିପାଇଁ ଉକ୍ତ ବାଳକ ଜଣକ ୨୨ ଘଣ୍ଟାରେ ସାଇକେଲ ଚଲାଇ ୧୩୦ କିଲୋମିଟର ଯାତ୍ରା କରିଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, ମା’ଙ୍କ ସହ ଝଗଡା ପରେ ୧୧ବର୍ଷର ବାଳକ ରାଗି ଯାଇଥିଲା। ରାଗରେ ସେ ଘର ଛାଡ଼ି ଜେଜେମା’ଙ୍କ ପାଖକୁ ଯିବା ପାଇଁ ବାହାରି ଯାଇଥିଲା। ଜେଜେମା’ଙ୍କ ପାଖରେ ପହଞ୍ଚି ମା’ଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ବାଳକ ଜଣକ ୨୨ ଘଣ୍ଟା ଧରି ଲଗାତାର ସାଇକେଲ ଯୋଗେ ଯାତ୍ରା କରିଥିଲା।

ବୟସ ୧୧ବର୍ଷ ହୋଇଥିବ‌ା ବେଳେ ୨୨ଘଣ୍ଟା କ୍ରମାଗତ ସାଇକେଲ ଚଲାଇ ବାଳକଜଣକ ଥକି ଯାଇଥିଲା। ଏହାପରେ ବାଟରେ କ୍ଲାନ୍ତ ହୋଇ ବସି ପଡ଼ିଥିଲା। ସେହିବାଟ ଦେଇ ଯାଉଥିବା ପୁଲିସ ବାଳକକୁ ଏଭଳି ଅବସ୍ଥାରେ ଦେଖି ପାଖକୁ ଆସିଥିଲେ। ଆଉ ତାର ଅସୁବିଧା ପଚାରି ବୁଝିଥିଲା।

ବାଳକଜଣକ ପୁଲିସକୁ କହିଥିଲା ଯେ, ‘ଘର ଠାରୁ ଜେଜେମା’ ପ୍ରାୟ ୧୫୦ କିଲୋମିଟର ଦୂରରେ ଜେଜିଆଙ୍ଗରେ ବସବାସ କରନ୍ତି। ମୁଁ ସାଇକେଲ ଧରି ତାଙ୍କ ପାଖକୁ ଯ‌ାଉଥିଲି। ବାଟରେ ଅନେକ ସ୍ଥାନରେ ରାସ୍ତା ଭୁଲିଯାଇଥିଲି, ଯେଉଁଥିପାଇଁ ପହଞ୍ଚିବାକୁ ମୋତେ ଅଧିକ ସମୟ ଲାଗିଥିଲା। ଆଉ ମୁଁ ଥକି ବି ଯାଇଛି। ପ୍ରାୟ ୧୩୦କିମି ବାଟ ଅତିକ୍ରମ କରି ସାରିଛି। ଜେଜେମା’ଙ୍କ ଘରେ ପହଞ୍ଚିବାକୁ ଆଉ ୨୦ କିମି ପଥ ବାକି ରହିଛି। ’

ବାଳକଙ୍କ ଏଭଳି କଥା ଶୁଣି ପୁଲିସ ବାଳକକୁ ତାର ଜେଜେମା’ଙ୍କ ନିକଟରେ ପହଞ୍ଚାଇବା ସହିତ ତାର ମା’ଙ୍କୁ ଖବର ଦେଇ ଘଟଣା ବିଷୟରେ ଜଣାଇଥି‌‌ଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe