ମହିଳା ଏବଂ ତାଙ୍କ ଝିଅକୁ ପାଣିରେ ଭାସିଯିବାରୁ ରକ୍ଷା କରିଥିଲେ ୧୧ବର୍ଷୀୟ ବାଳକ, ୪ଦିନ ପରେ ସମ୍ମାନୀତ କଲେ ଜିଲ୍ଲା ପ୍ରଶାସନ

Advertisment
ମହିଳା ଏବଂ ତାଙ୍କ ଝିଅକୁ ପାଣିରେ ଭାସିଯିବାରୁ ରକ୍ଷା କରିଥିଲେ ୧୧ବର୍ଷୀୟ ବାଳକ, ୪ଦିନ ପରେ ସମ୍ମାନୀତ କଲେ ଜିଲ୍ଲା ପ୍ରଶାସନ

ତେଜପୁର : ସୋନିତପୁର ଜିଲ୍ଲା ପ୍ରଶାସନ ଗୁରୁବାର ଜଣେ ୧୧ବର୍ଷୀୟ ବାଳକକୁ ସମ୍ମାନିତ କରିଥିବା ଜଣା ପଡ଼ିଛି । ୪ଦିନ ପୂର୍ବରୁ ସାହାସୀ ବାଳକଜଣଙ୍କ ଜଣେ ମହିଳା ଏବଂ ତାଙ୍କ ଝିଅକୁ ବନ୍ୟା ଜଳରେ ଭାସି ଯିବାରୁ ରକ୍ଷା କରିଥିଲେ । ଏଭଳି ସାହସିକତା ପାଇଁ ଡେପୁଟି କମିସନର ନରସିଂହ ପାଓ୍ଵାର ଉତ୍ତମ ଟଣ୍ଟିଙ୍କୁ ୫,୦୦୦ଟଙ୍କା ଏବଂ ଏକ ସାଇକେଲ ଉପହାର ସ୍ୱରୁପ ଦେଇଥିବା ଜଣା ପଡ଼ିଛି । ଉତ୍ତମ ଚାଲି ଚାଲି ସ୍କୁଲ ଯାଉଥିବା ଜାଣି ତାଙ୍କୁ ସାଇକେଲ ଉପହାର ସ୍ୱରୁପ ଦିଆଯାଇଛି ।

publive-image

ସୂଚନା ମୁତାବକ, ଜୁଲାଇ ୭ରେ ଅଞ୍ଜଳି ଏବଂ ତାଙ୍କ ଝିଅ ରିୟା ଧନଖାନା ଗାଁ ଦେଇ ଯାଉଥିବା ବେଳେ ଦିଗ୍‌ହୋଲଜୁଲି ନଦୀ ପାର ହେଉଥିଲେ । ଏହି ସମୟରେ ଦୁହେଁ ନଦୀରେ ଭାସି ଯାଉଥିବା ଦେଖି ଉତ୍ତମ ନଦୀକୁ ଡ଼େଇଁ ଦୁହିଁଙ୍କୁ ବଞ୍ଚାଇଥିଲା । କିନ୍ତୁ ଏହି ସମୟରେ ଆଉ ଜଣେ ନାବାଳିକାଙ୍କୁ ବଞ୍ଚାଇ ପାରି ନଥିଲେ ଉତ୍ତମ । ଯାହା ପାଇଁ ଉତ୍ତମ ଦୁଃଖ ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe