ଚର୍ଚ୍ଚାରେ ଦିଲ୍ଲୀର ଡାକ୍ତରୀ ଟିମ୍: ୧୨ବର୍ଷୀୟ ବାଳକର ଅସ୍ତ୍ରୋପଚାର କରି ପୁଣି ଥରେ କଥା କହିବାକୁ ସକ୍ଷମ କଲେ

ଚର୍ଚ୍ଚାରେ ଦିଲ୍ଲୀର ଡାକ୍ତରୀ ଟିମ୍: ୧୨ବର୍ଷୀୟ ବାଳକର ଅସ୍ତ୍ରୋପଚାର କରି ପୁଣି ଥରେ କଥା କହିବାକୁ ସକ୍ଷମ କଲେ

newindianexpress.com

ନୂଆଦିଲ୍ଲୀ: ପୁଣି ଏକ ସଫଳ ଅସ୍ତ୍ରୋପଚାର କରି ଚର୍ଚ୍ଚାରେ ରହିଛନ୍ତି ଦିଲ୍ଲୀର ଡାକ୍ତରୀ ଟିମ୍। ପୂର୍ବରୁ ଅନେକ ଅସମ୍ଭବ କାମକୁ ଦିଲ୍ଲୀର ଡାକ୍ତରମାନେ ସମ୍ଭବ କରିଥିବାର କାହାଣୀ ସାମ୍ନାକୁ ଆସିଥିବା ବେଳେ ଏବେ ଜଣେ ୧୨ବର୍ଷୀୟ ନାବାଳକକୁ ପୁଣି ଥରେ କଥା କହିବାକୁ ସକ୍ଷମ କରାଇଛନ୍ତି ଡାକ୍ତରୀ ଟିମ୍। ଏକ ବଡ଼ ଦୁର୍ଘଟଣାର ଶିକାର ହେବା ପରେ ଉଜବେକିସ୍ତାନରେ ରହୁଥିବା ୩ବର୍ଷୀୟ  ନାବାଳକ ନିଜର କଥା କହିବାର କ୍ଷମତା ହରାଇ ବସିଥିଲେ। ନିଜ ଦେଶରେ ଅସ୍ତ୍ରୋପଚାର ସମ୍ଭବ ନ ହେବା ପରେ ସେ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ ପହଞ୍ଚିଥିଲେ। ‌ଏଠାରେ ତାଙ୍କର ସ୍ବରଗ୍ରନ୍ଥିର ପୁନଃ ନିର୍ମାଣ କରାଯିବା ପରେ ସେ ଏବେ କଥା କହିବାକୁ ସକ୍ଷମ ହୋଇଛନ୍ତି।

Image result for 12-year-old Uzbek kid regains voice after 10 years following surgery at Delhi hospital The Tribune

ଖୁସାନବେକ ୩ବର୍ଷର ହୋଇଥିବା ବେଳେ ଛାତରୁ ତଳକୁ ଖସି ପଡ଼ିଥିଲେ। ଯାହା ପରେ ତାଙ୍କର ଟ୍ରାକିଓଷ୍ଟୋମି ସର୍ଜରି କରାଯାଇ ବେକ ମଧ୍ୟ ଦେଇ ଏକ ପାଇପ୍ ଶରୀର ଭିତରକୁ ଯାଇଥିଲା। ଯାହାଦ୍ବାରା ତାଙ୍କ ବେକରେ ଏକ ଛୋଟ କଣା ରହି ଯିବାରୁ ସେ କଥା କହି ପାରି ନଥିଲେ। ଦୀର୍ଘ ୧୦ବର୍ଷ ପର୍ଯ୍ୟନ୍ତ ଖୁସାନବେକ କଥା କହିବାର କ୍ଷମତା ହରାଇବା ପରେ ତାଙ୍କ ମା’ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ଡାକ୍ତରଙ୍କୁ ସଂପର୍କ କରିଥିଲେ। ଖୁସାନବେକଙ୍କ ସମସ୍ୟା ବିଷୟରେ ଜାଣି ଡାକ୍ତର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାକୁ କହିଥିଲେ। ଏହା ପରେ ଡିସେମ୍ବର ୧୬ରେ ତାଙ୍କୁ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୭ଦିନ ତାଙ୍କୁ ରଖାଯିବା ପରେ ଅସ୍ତ୍ରୋପଚାର ଦ୍ବାରା ତାଙ୍କ ସ୍ବରଗ୍ରନ୍ଥିର ପୁନଃ ନିର୍ମାଣ କରାଯିବା ସହ ଭର୍ତ୍ତି କରାଯାଇଥିବା ପାଇକ୍ କଢ଼ାଯାଇଥିଲା। ଏହା ପରେ ସେ କଥା କହିବାକୁ ସକ୍ଷମ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe