ଗୋଟିଏ ଗଛରେ ୧୨୬୯ ଟମାଟୋ!

Advertisment
ଗୋଟିଏ ଗଛରେ ୧୨୬୯ ଟମାଟୋ!

Guinness World Records

ଗୋଟିଏ ଗଛରେ ଆମେ ଏକାବେଳେ କେତୋଟି ଟମାଟୋ ଫଳାଇ ପାରିବା? ଅତି ବେଶୀରେ ୪୦ ରୁ ୫୦। ମାତ୍ର ଇଂଲଣ୍ଡ୍ ହର୍ଟଫୋର୍ଡସାୟାର ଅଞ୍ଚଳର ଡଗ୍‌ଲାସ ସ୍ମିଥ୍‌ ନିଜ ବାଡ଼ି ବଗିଚାରେ ଗୋଟିଏ ଟମାଟୋ ଗଛରେ ୧୨୬୯ଟି ଟମାଟୋ ଫଳାଇଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସ୍ମିଥ୍‌ଙ୍କର ଏହି କୃତି ଗିନିଜ୍ ବୁକ୍ ଅଫ ୱାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇଛି। ଏହା ପୂର୍ବରୁ ମଧ୍ୟ ସମାନ ରେକର୍ଡ ତାଙ୍କ ନାମରେ ଥିଲା। ସେ ପୂର୍ବରୁ ଗୋଟିଏ ଗଛରେ ୮୩୯ଟି ଟମାଟୋ ଫଳାଇ ଏହି ରେକର୍ଡର ଅଧିକାରୀ ହୋଇଥିଲେ। ଆଧୁନିକ ପ୍ରଣାଳୀରେ ଚାଷ କରି ସେ ଏହି ସଫଳତା ଦୋହରାଇଛନ୍ତି। ବାକ୍ସ ପ୍ରଣାଳୀରେ ଟମାଟୋ ଚାଷ କରି ତାଙ୍କୁ ଏହି ସଫଳତା ମିଳିଛି। ଗଛର ଆକାରକୁ ବଡ଼ କରିବା ପାଇଁ ସେ ଲୁହା ଜାଲି ବ୍ୟବହାର କରନ୍ତି। ଗଛର ଶାଖାଗୁଡ଼ିକ ତାର ଜାଲି ଦେଇ ବଡ଼ ହେବା ପରେ ଏହାର ଓଜନକୁ ନିୟନ୍ତ୍ରଣ କରିବା ପାଇଁ ଶାଖାଗୁଡ଼ିକୁ ସେ ସୂତା ସହାଯ୍ୟରେ ଜାଲି ସହିତ ବାନ୍ଧିଦିଅନ୍ତି। ସପ୍ତାହକୁ ଏହି ଗଛ ପିଛା ପ୍ରାୟ ଚାରି ଘଣ୍ଟା ସମୟ ଦେଉଥିବା ସ୍ମିଥ୍ ପରିଶ୍ରମର ଫଳ ପାଇଛନ୍ତି ବୋଲି କହିଛନ୍ତି। ଭବିଷ୍ୟତରେ କମ୍ ସ୍ଥାନରେ କିପରି ଅଧିକ ପନିପରିବା ଉତ୍ପାଦନ କରିହେବ ସେ ନେଇ ସ୍ମିଥ୍ ଗବେଷଣା ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe