ଶନିର ୧୨୮ଟି ନୂଆ ଉପଗ୍ରହ

Advertisment

ବୈଜ୍ଞାନିକମାନେ ଶନି ଗ୍ରହକୁ ପ୍ରଦକ୍ଷିଣ କରୁଥିବା ୧୨୮ଟି ନୂଆ ଉପଗ୍ରହ ଆବିଷ୍କାର କରିଛନ୍ତି। ଏଥିସହିତ ଶନିର ଉପଗ୍ରହ ସଂଖ୍ୟା ୨୬୪କୁ ବୃଦ୍ଧି ପାଇଛି, ଯାହା ଆମ ସୌରମଣ୍ଡଳର କୌଣସି ଗ୍ରହ ଲାଗି ସର୍ବାଧିକ।

ବୈଜ୍ଞାନିକମାନେ ଶନି ଗ୍ରହକୁ ପ୍ରଦକ୍ଷିଣ କରୁଥିବା ୧୨୮ଟି ନୂଆ ଉପଗ୍ରହ ଆବିଷ୍କାର କରିଛନ୍ତି। ଏଥିସହିତ ଶନିର ଉପଗ୍ରହ ସଂଖ୍ୟା ୨୬୪କୁ ବୃଦ୍ଧି ପାଇଛି, ଯାହା ଆମ ସୌରମଣ୍ଡଳର କୌଣସି ଗ୍ରହ ଲାଗି ସର୍ବାଧିକ।

ssccx

ବୈଜ୍ଞାନିକମାନେ ଶନି ଗ୍ରହକୁ ପ୍ରଦକ୍ଷିଣ କରୁଥିବା ୧୨୮ଟି ନୂଆ ଉପଗ୍ରହ ଆବିଷ୍କାର କରିଛନ୍ତି। ଏଥିସହିତ ଶନିର ଉପଗ୍ରହ ସଂଖ୍ୟା ୨୬୪କୁ ବୃଦ୍ଧି ପାଇଛି, ଯାହା ଆମ ସୌରମଣ୍ଡଳର କୌଣସି ଗ୍ରହ ଲାଗି ସର୍ବାଧିକ। ଯୁକ୍ତରାଷ୍ଟ୍ର ଆମେରିକାର ହାଵାଇ ଦ୍ବୀପ ସ୍ଥିତ ମୌନା କିଆରେ ଥିବା କାନାଡା ଫ୍ରାନ୍ସ ହାଵାଇ ଟେଲିସ୍କୋପ୍ ଦ୍ବାରା ୨୦୨୩ରେ ଏହିସବୁ ଉପଗ୍ରହକୁ ଠାବ କରାଯାଇଥିଲା। ଇଣ୍ଟରନେସ୍‌ନାଲ୍‌ ଆଷ୍ଟ୍ରୋନୋମିକାଲ୍ ୟୁନିଅନ୍ ଗତ ମଙ୍ଗଳବାର ଏହି ଆବିଷ୍କାରକୁ ସ୍ବୀକୃତି ପ୍ରଦାନ କରିଛି।

ଏଥିର ସହିତ ବୃହସ୍ପତି ଓ ଶନି ଗ୍ରହ ମଧ୍ୟରେ ଚାଲିଥିବା ସର୍ବାଧିକ ଉପଗ୍ରହର ପ୍ରତିଯୋଗିତାରେ ଶନି ବହୁ ଆଗକୁ ଚାଲିଯାଇଛି, କାରଣ ବର୍ତ୍ତମାନ ସମୟରେ ବୃହସ୍ପତିର ଆବିଷ୍କୃତ ଉପଗ୍ରହ ସଂଖ୍ୟା ୯୫ରେ ସୀମିତ। ଉଲ୍ଲେଖଯୋଗ୍ୟ ଯେ ଶନିର ନବଆବିଷ୍କୃତ ଉପଗ୍ରହଗୁଡ଼ିକ ଚନ୍ଦ୍ର ପରି ବଡ଼ ଅଥବା ଗୋଲାକାର ନୁହନ୍ତି। ବିଭିନ୍ନ ଆକୃତିର ପଥର ପରି ଦିଶୁଥିବା ଏହି ଉପଗ୍ରହଗୁଡ଼ିକର ଓସାର ୨ରୁ ୪ କିଲୋମିଟର ମଧ୍ୟରେ ସୀମିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe