ଯୁବକଙ୍କ ପେଟରୁ ବାହାରିଲା ୧୩ କିଲୋ ଓଜନ ଓ ୩୦ଇଞ୍ଚ ଲମ୍ବର ଏପରି କିଛି, ଯାହାକୁ ଦେଖି ଡାକ୍ତର ହୋଇଗଲେ ଆଶ୍ଚର୍ଯ୍ୟ

Advertisment
ଯୁବକଙ୍କ ପେଟରୁ ବାହାରିଲା ୧୩ କିଲୋ ଓଜନ ଓ ୩୦ଇଞ୍ଚ ଲମ୍ବର ଏପରି କିଛି, ଯାହାକୁ ଦେଖି ଡାକ୍ତର ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଚୀନ ସଂଘାଇ ସହରରେ ବସବାସ କରୁଥିବା ଜଣେ ବ୍ୟକ୍ତି ଅନେକ ଦିନ ହେବ ପେଟ ଯନ୍ତ୍ରଣାରେ ଆଉଟୁପାଉଟୁ ହେଉଥିଲେ। ଶେଷରେ ତାଙ୍କୁ ପିପୁଲ୍ସ ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଯେତେବେଳେ ଉକ୍ତ ବ୍ୟକ୍ତିଙ୍କ ପେଟ ପରୀକ୍ଷା କରିଥିଲେ ତାଙ୍କର ପେଟରେ ଏକ ଗଣ୍ଠି ସଦୃଶ ଜିନିଷ ଦେଖିବାକୁ ମିଳିଥିଲା। ଯାହାକୁ ଦେଖିବା ପରେ ଡାକ୍ତର ବି ଆଶ୍ଚର୍ଯ୍ୟଚକିତ ହୋଇ ରହି ଯାଇଥିଲେ। ଡାକ୍ତର ଉକ୍ତ ବ୍ୟକ୍ତିଙ୍କ ପେଟରୁ ୩୦ଇଞ୍ଚ ଲମ୍ବର ୧୩କିଲୋ ଓଜନର ମଳର ଗଣ୍ଠି ବାହାର କରିଥିଲେ।

ଡାକ୍ତରଙ୍କ କହିବାନୁସାରେ, ଉକ୍ତ ବ୍ୟକ୍ତି ଏକ ଗମ୍ଭୀର ରୋଗରେ ପୀଡିତ ଥିଲେ, ଯେଉଁଥିପାଇଁ ତାଙ୍କ ପେଟରେ ମଳ ଏପରି ଗଣ୍ଠି ବାନ୍ଧି ରହି ଯାଉଥିଲା। ୫୦୦୦ହଜାର ଲୋକଙ୍କ ମଧ୍ୟରୁ ଜଣଙ୍କ ଶରୀରରେ ଏଭଳି ସମସ୍ୟା  ଦେଖିବାକୁ ମିଳିଥାଏ।

publive-image

ଏହି ୨୨ବର୍ଷିଅ ଯୁବକଙ୍କୁ ପିଲାଟି ବେଳୁ କଫ ସମସ୍ୟା ରହିଥିଲା। ଦିନକୁ ଦିନ ଏହି ଅସୁବିଧା ବଢ଼ି ଲାଗିଥିଲା। ସେ ଯେଉଁଦିନ ଔଷଧ ସେବନ କରନ୍ତି ନାହିଁ ତାଙ୍କ ପେଟ ସଫା ହୁଏ ନାହିଁ। ପେଟ ସଫା ରଖିବା ପାଇଁ ତାଙ୍କୁ ପ୍ରତିଦିନ ଔଷଧ ଖାଇବାକୁ ପଡ଼ିଥାଏ। କିନ୍ତୁ ଏଥିରୁ ବି ସେ ଆରାମ ପାଆନ୍ତି ନାହିଁ। ଧୀରେଧୀରେ ତାଙ୍କ ପେଟରେ ଯନ୍ତ୍ରଣା ବଢ଼ିବାକୁ ଲାଗିଲା। ପେଟ ସଫା ନ ହେବା କାରଣରୁ ଧୀରେଧୀରେ ତାଙ୍କ ପେଟ ଫୁଲିବାକୁ ଲାଗିଲା ଓ ଯନ୍ତ୍ରଣା ବଢ଼ିବାକୁ ଲାଗିଥିଲା। ଡାକ୍ତର ଠିକ୍‌ ସମୟରେ ଅସ୍ତ୍ରୋପଚାର କରି ବ୍ୟକ୍ତିଙ୍କ ପେଟରୁ ଏହି ମଳ ଗଣ୍ଠିକୁ ବାହାର କରି ଦେଇଥିଲେ। ନଚେତ ଏହା ଫାଟି ଯାଇଥିଲେ ଯୁବକଙ୍କ ମୃତ୍ୟୁ ବି ହୋଇଯିବାର ଅନେକ ସମ୍ଭାବନା ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe