ଶିଶୁପୁତ୍ରକୁ ଜନ୍ମଦେଲେ ୧୪ ବର୍ଷୀୟା ଝିଅ, ଆଈ ବନିଲେ ୩୦ ବର୍ଷୀୟା ମହିଳା!

ଶିଶୁପୁତ୍ରକୁ ଜନ୍ମଦେଲେ ୧୪ ବର୍ଷୀୟା ଝିଅ, ଆଈ ବନିଲେ ୩୦ ବର୍ଷୀୟା ମହିଳା!

https://www.aajtak.in

ଲଣ୍ଡନ: ବ୍ରିଟେନ୍‌ର ଜଣେ ମହିଳା ନିକଟରେ ଖୁଲାସା କରିଛନ୍ତି ‌ଯେ କିପରି ସେ ଖୁବ୍‌ କମ୍‌ ବୟସରେ ମାଆରୁ ଆଈ ବନି ଯାଇଥିଲେ। ତାଙ୍କ ନିଜର ୫ ପିଲା ଥିବା ବେଳେ କିପରି ତାଙ୍କ ନାବାଳିକା କନ୍ୟା ଗର୍ଭବତୀ ‌ହୋଇଥିଲେ ସେ ବିଷୟରେ ବି ସେ କହିଛନ୍ତି।

ମହିଳାଙ୍କ ନାମ କେଲି ହିଲେ। ଯେତେବେଳେ ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା ‌ସେତେବେଳେ ତାଙ୍କ ୧୪ ବର୍ଷୀୟା ଝିଅ ସ୍କାଇ ସାଲ୍‌ଟର ବେଲିକୁ ଜନ୍ମ ଦେଇଥିଲେ। ବେଲିର ବୟସ ଏବେ ୩+। ‌ବେଲିର ଜନ୍ମ ୨୦୧୮ ମସିହା ଅଗଷ୍ଟ ମାସରେ ହୋଇଥିଲା।

publive-image www.aajtak.in

‘ଦ ସନ୍‌’ର ରିପୋର୍ଟ ଅନୁସାରେ କେଲି ହିଲେ କହିଛନ୍ତି ସେ କେବେ ବି ଭାବିନଥିଲେ ଯେ ଏତେ କମ୍‌ ବୟସରୁ ତାଙ୍କୁ ଆଈ ବନିବାକୁ ହେବ। ସେ କହିଛନ୍ତି କି ତାଙ୍କୁ ଯେତେବେଳେ ଜଣାପଡ଼ିଲା ତାଙ୍କ ୧୪ ବର୍ଷର ଝିଅ ମାଆ ବନିବାକୁ ଯାଉଛନ୍ତି ସେ ପୂରା ସମର୍ଥନ ଦେଇଥିଲେ।

ଆପଣଙ୍କ ସୂଚନା ସକା‌ଶେ ଜଣାଇ ଦେଉଛୁ ଯେ ସ୍କାଇ ସାଲ୍‌ଟର  ହେଉଛନ୍ତି କେଲି ହିଲେଙ୍କ ସାବତ ଝିଅ। ସ୍କାଇ ସାଲ୍‌ଟର ତାଙ୍କ ବାପା ଓ ସାବତ ମାଆଙ୍କ ସହ ଲଣ୍ଡନରେ ରହୁଥିଲେ। ସେ ୩୬ ସପ୍ତାହର ଗର୍ଭଧାରଣ ପରେ ଯାଇ ନିଜେ ଗର୍ଭବତୀ ଥିବା କଥା ଜାଣି ପାରିଥିଲେ। ସେତେବେଳେ ସେ ଆଉ ଗର୍ଭପାତ କରିବା ଅବସ୍ଥାରେ ନଥିଲେ।  ତା’ପରେ ଉତ୍ତର ଚିକିତ୍ସା ପରେ ଏକ ସୁସ୍ଥ ଶିଶୁ ପୁତ୍ରକୁ ଜନ୍ମ ଦେବାରେ ସମର୍ଥ ହେଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe