୨୨ଟି ଭାରତୀୟ ଭାଷାରେ ଗୀତ ଗାଇ ଚର୍ଚ୍ଚାରେ ମୁମ୍ବାଇର ପନ୍ଦର ବର୍ଷ ବୟସ୍କା କିଶୋରୀ ଆର୍ଶା ମୁଖାର୍ଜୀ

Advertisment
୨୨ଟି ଭାରତୀୟ ଭାଷାରେ ଗୀତ ଗାଇ ଚର୍ଚ୍ଚାରେ ମୁମ୍ବାଇର ପନ୍ଦର ବର୍ଷ ବୟସ୍କା କିଶୋରୀ ଆର୍ଶା ମୁଖାର୍ଜୀ

ଧର୍ମନିରପେକ୍ଷତା ପାଇଁ ଭାରତ ସାରା ବିଶ୍ୱରେ ପରିଚିତ। ଜାତି, ଧର୍ମ, ବର୍ଣ୍ଣ ତଥା ଭାଷା ଭେଦରେ ସମସ୍ତ ଭାରତୀୟ ଏକ; ଏବ˚ ଏହା ହିଁ ଭାରତୀୟ ସ˚ସ୍କୃତି ଓ ମହାନ୍‌ ପର˚ପରାର ପରିଚୟ। ଏହି ପରିଚୟକୁ ଆହୁରି ସମୃଦ୍ଧ କରିବା ଲକ୍ଷ୍ୟରେ ଜଣେ ଭାରତୀୟ କିଶୋରୀଙ୍କ ଅନନ୍ୟ ଉଦ୍ୟମ ଏବେ ଚର୍ଚ୍ଚାରେ। ମୁମ୍ବାଇର ଏହି ପନ୍ଦର ବର୍ଷ ବୟସ୍କା କିଶୋରୀଙ୍କ ନାଁ ଆର୍ଶା ମୁଖାର୍ଜୀ। ଭାରତୀୟ ସମ୍ବିଧାନ ଦ୍ୱାରା ସ୍ୱୀକୃତ ସମସ୍ତ ବାଇଶଟି ଭାଷାରେ ସେ ଏକ ଗୀତ ରଚନା କରିଛନ୍ତି ଏବଂ ନିଜେ ଗାଇଛନ୍ତି। ଭାରତୀୟ ମହିମା ଓ ଐତିହ୍ୟ ଉପରେ ପର୍ଯ୍ୟବସିତ ଏହି ଗୀତଟି ଶୁଣିବାକୁ ବେଶ୍ ମନଛୁଆଁ। ଗୀତର ପ୍ରତିଟି ଶବ୍ଦରେ ବିଭିନ୍ନତା ମଧ୍ୟରେ ଜାତୀୟ ଏକତା ଓ ସଦ୍‌ଭାବନାର ଭାବନା ପ୍ରସ୍ଫୁଟିତ।

publive-image

ଆର୍ଶାଙ୍କ ସ˚ଗୀତ ଏବେ ୟୁଟୁବ୍‌ ସମେତ ଏକାଧିକ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ମୁମ୍ବାଇର ଆଇବି ସ୍କୁଲ୍‌ର ଛାତ୍ରୀ ଆର୍ଶା ପ୍ରଥମେ ଇ˚ରେଜୀ ଭାଷାରେ ଗୀତଟି ଲେଖିଥିଲେ। ପରେ ଅନ୍ୟମାନଙ୍କ ସହାୟତାରେ ଗୀତଟିକୁ ଅନୁବାଦ କରିଥିଲେ। କେବଳ ହିନ୍ଦୀ, ତାମିଲ କି˚ବା ବେଙ୍ଗଲୀ ଭଳି ଜଣାଶୁଣା ଭାଷା ନୁହେଁ, ସାନ୍ତାଳୀ ଏବ˚ ବୋଡ଼ୋ ଭଳି କଷ୍ଟକର ଭାଷାରେ ମଧ୍ୟ ଗୀତଟିକୁ ସେ ଗାଇଛନ୍ତି। ଶୁଦ୍ଧ ଉଚ୍ଚାରଣ ପାଇଁ ତାଙ୍କୁ ଚାରିମାସ ସମୟ ଲାଗିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe