ଅମ୍ଲଜାନ ସିଲିଣ୍ଡର ଧରି ବୋର୍ଡ ପରୀକ୍ଷା ଦେବା ପାଇଁ ପହଞ୍ଚିଲେ ଫୁସଫୁସ୍ ରୋଗରେ ପୀଡ଼ିତ ୧୬ବର୍ଷୀୟା ଛାତ୍ରୀ

Advertisment
ଅମ୍ଲଜାନ ସିଲିଣ୍ଡର ଧରି ବୋର୍ଡ ପରୀକ୍ଷା ଦେବା ପାଇଁ ପହଞ୍ଚିଲେ ଫୁସଫୁସ୍ ରୋଗରେ ପୀଡ଼ିତ ୧୬ବର୍ଷୀୟା ଛାତ୍ରୀ

indiatimes.com

ବରେଲି: ପାଠ ପଢ଼ିବା ବାଟରେ ବାଧକ ସାଜି ପାରି ନାହିଁ ରୋଗ। ବଞ୍ଚିବା ପାଇଁ ଅମ୍ଲଜାନ ସିଲିଣ୍ଡର ଦରକାର ହେଉଥିଲେ ମଧ୍ୟ ଏହାକୁ ନିଜ ପାଠ ପଢ଼ା ରାସ୍ତାରେ ଆସିବାକୁ ଦେଇନାହାନ୍ତି ବରେଲି‌ରେ ରହୁଥିବା ସଫିଆ ଜାଭେଦ। ତାଙ୍କର ଫୁସଫୁସ୍ ଜନିତ ସମସ୍ୟା ଥିବାରୁ ନିଶ୍ବାସ ନେବା ପାଇଁ ତାଙ୍କୁ ଅମ୍ଲଜାନ ସିଲିଣ୍ଡରକୁ ସବୁବେଳେ ସାଥୀରେ ନେବାକୁ ପଡ଼ିଥାଏ। ତେବେ ଏଭଳି ସମସ୍ୟା ହେବା ପରେ ମଧ୍ୟ ସଫିଆ ହାରି ନଯାଇ ପଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏମିତି କି ଅମ୍ଲଜାନ ସିଲିଣ୍ଡର ଧରି ସେ ଏବେ ନିଜର ଦଶମ ବୋର୍ଡ ପରୀକ୍ଷା ଦେଇଥିବା ଜଣା ପଡ଼ିଛି। ଏଭଳି କରି ସେ ଏବେ ଅନେକଙ୍କୁ ଅନୁପ୍ରାଣିତ କରିଛନ୍ତି। ଦୁନିଆରେ କିଛି ଅସମ୍ଭବ ନୁହେଁ ବୋଲି ସେ ପୁଣି ଥରେ ପ୍ରମାଣିତ କରିଛନ୍ତି।

publive-image indiatimes.com

ସୂଚନା ମୁତାବକ, ଦୀର୍ଘ ୫ବର୍ଷ ହେଲାଣି ଫୁସଫୁସ୍ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି ସଫିଆ। ୫ବର୍ଷ ହେଲାଣି ତାଙ୍କୁ ଅମ୍ଲଜାନ ସିଲିଣ୍ଡର ସାହାଯ୍ୟରେ ନିଜର ଜୀବନ ବିତାଇବାକୁ ପଡ଼ୁଛି। ସଫିଆଙ୍କ ବାପା ସରବର ଜାଭେଦଙ୍କ କହିବା ମୁତାବକ, ସଫିଆ ୫ବର୍ଷ ପୂର୍ବେ ସ୍କୁଲ ଟପର୍ ଥିଲା। କିନ୍ତୁ ସ୍ବାସ୍ଥ୍ୟ ସମସ୍ୟା ପରେ ବାଧ୍ୟ ହୋଇ ତାକୁ ସ୍କୁଲ ଯିବା ବନ୍ଦ କରିବାକୁ ପଡ଼ିଥିଲା। ତା’ର ଶରୀରରୁ ପିତ୍ତକୋଷ କଢ଼ାଯିବା ପରେ ଏଭଳି ସମସ୍ୟା ହେବା ଆରମ୍ଭ ହୋଇଥିଲା। ସର୍ଜରୀର ବର୍ଷକ ପରେ ସେ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇଥିଲା। ଅନେକ ଚିକିତ୍ସା ପରେ ମଧ୍ୟ ଏହା ଭଲ ହୋଇ ନଥିଲା। ଆଗକୁ ଆଉ ପାଠ ପଢ଼ି ପାରିବ ନାହିଁ ବୋଲି ଆମେ ଭାବିଥିବା ବେଳେ ସେ ପଢ଼ିବ ବୋଲି ଆମକୁ ଜଣାଇଥିଲା। ସ୍କୁଲ ନ ଯାଇ ପାରିଲେ ମଧ୍ୟ ସେ ଘରେ ବସି ପାଠ ପଢ଼ିଥିଲା। ଆଜି ସେ ନିଜର ଚେଷ୍ଟା ଏବଂ ଆତ୍ମବିଶ୍ବାସ ପାଇଁ ଦଶମ ପରୀକ୍ଷା ଦେଇ ପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe