୧୬୦ ଟିକାର ତାଲିକା ପ୍ରସ୍ତୁତ କଲା ‘ହୁ’

ଆମେରିକା ୧୧୨୨ ନିୟୁତ ଡଲାର, ଜର୍ମାନୀ ୯୯୭ ନିୟୁତ ଡଲାର ନିବେଶ କରିଛନ୍ତି

ଆଜି ଡ୍ରାଏ ରନ୍ : ରାଜ୍ୟରେ କରୋନା ଟିକାକରଣ ପ୍ରସ୍ତୁତି

Inventiva

କୋଭିଡ-୧୯ ଟିକା ପାଇଁ ଏବେ ବିଶ୍ବର ବିଭିନ୍ନ ଦେଶମାନଙ୍କ ମଧ୍ୟରେ ଅଭୂତପୂର୍ବ ପ୍ରତିଯୋଗିତା ଦେଖାଦେଇଛି। ବିଶେଷକରି ଆମେରିକା ଓ ଜର୍ମାନୀ ଏ କ୍ଷେତ୍ରରେ ବିପୁଳ ଅର୍ଥ ବିନିଯୋଗ କରିଛନ୍ତି। କୋଭିଡ ଟିକାର ବିକାଶ ପାଇଁ ଆମେରିକା ୧୧୨୨ ନିୟୁତ ଡଲାର ଖର୍ଚ୍ଚ କରିଥିବାବେଳେ ଏହା ତଳକୁ ଜର୍ମାନୀ ୯୯୭ ନିୟୁତ ଡଲାର ଖର୍ଚ୍ଚ କରିଛି। ଆମେରିକା, ଜର୍ମାନୀ ପରେ କ୍ରମାନ୍ବୟରେ ବ୍ରିଟେନ୍‌, ନରୱେ, ଦକ୍ଷିଣ କୋରିଆ, ଚୀନ୍‌, ସାଉଦିଆରବ, କାନାଡା, ସ୍ପେନ୍‌, ନେଦରଲ୍ୟାଣ୍ଡ ଭଳି ଦେଶମାନେ ଅଧିକ ଅର୍ଥ ବିନିଯୋଗ କରିଛନ୍ତି। ଆଶା କରାଯାଉଛି ୨୦୨୧ ପୂର୍ବରୁ କୋଭିଡ ଟିକା ବଜାରକୁ ଆସିଯିବ। ୨୦୦୭ରୁ ଯକ୍ଷ୍ମା, ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗ ପାଇଁ ଟିକା ପ୍ରସ୍ତୁତି ଚାଲିଥିଲେ ମଧ୍ୟ ଏହା ସଫଳତା ହାସଲ କରିପାରିନାହିଁ। ୨୦୦୭ରୁ ଯକ୍ଷ୍ମା ରୋଗ ପାଇଁ ବିଶ୍ବର ୮୨ଟି ଟିକା ପ୍ରସ୍ତୁତକାରୀ କମ୍ପାନି ଲାଗିଥିବାବେଳେ ମ୍ୟାଲେରିଆ ପାଇଁ ୭୬ଟି ଟିକା ପ୍ରସ୍ତୁତକାରୀ କମ୍ପାନି ଏବଂ ଡେଙ୍ଗୁ ପାଇଁ ୬୦ଟି ଟିକା ପ୍ରସ୍ତୁତକାରୀ ଲାଗିଛନ୍ତି। ଏ ପର୍ଯ୍ୟନ୍ତ ଏଥିରେ ପୂର୍ଣ୍ଣ ସଫଳତା ମିଳିନାହିଁ। ଏମିତିକି ଇବୋଲା ପାଇଁ ଫେଜ୍‌-୧ ପରୀକ୍ଷଣ ଗତ ୨୦୧୪ରୁ ଆରମ୍ଭ ହୋଇଥିବାବେଳେ ଏହାର ଔଷଧ ୫ ବର୍ଷ ପରେ ଅର୍ଥାତ ୨୦୧୯ରେ ଆସିପାରିଲା। ମାତ୍ର ଡେଙ୍ଗୁ ଓ ମ୍ୟାଲେରିଆର ଟିକା ପ୍ରସ୍ତୁତ କାର୍ଯ୍ୟ ୨୦୧୧ରୁ ଆରମ୍ଭ ହୋଇଥିଲେ ମଧ୍ୟ ଆଜିଯାଏ ଫେଜ୍‌-୩ ପରୀକ୍ଷଣ ସମ୍ଭବ ହୋଇପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe