ବୁଡ଼ିଯାଉଥିବା ୪ଯୁବକଙ୍କୁ ବଞ୍ଚାଇଲେ ଫୁଲ ବିକୁଥିବା ୧୮ବର୍ଷୀୟ ମୋହିନୀ

Advertisment

ଦୂର ସ୍ଥାନରୁ ଭକ୍ତମାନେ ଗଣେଶ ବିସର୍ଜନ ପାଇଁ ଯମୁନା କୂଳରେ ଥିବା ବାଟେଶ୍ବର ଧାମକୁ ଆସନ୍ତି| ମଙ୍ଗଳବାର ଦିନ ଫିରୋଜାବାଦ ଏବଂ ଅନ୍ୟାନ୍ୟ ସ୍ଥାନରୁ ଭକ୍ତମାନେ ଗଣେଶ ବିସର୍ଜନ ପାଇଁ ଆସିଥିବା ବେଳେ ୪ଯୁବକ ବୁଡ଼ିଯାଇଥିଲେ। ସେମାନଙ୍କୁ ବଞ୍ଚାଇ ଏବେ ଚର୍ଚ୍ଚାରେ ମୋହିନୀ।

ଦୂର ସ୍ଥାନରୁ ଭକ୍ତମାନେ ଗଣେଶ ବିସର୍ଜନ ପାଇଁ ଯମୁନା କୂଳରେ ଥିବା ବାଟେଶ୍ବର ଧାମକୁ ଆସନ୍ତି| ମଙ୍ଗଳବାର ଦିନ ଫିରୋଜାବାଦ ଏବଂ ଅନ୍ୟାନ୍ୟ ସ୍ଥାନରୁ ଭକ୍ତମାନେ ଗଣେଶ ବିସର୍ଜନ ପାଇଁ ଆସିଥିବା ବେଳେ ୪ଯୁବକ ବୁଡ଼ିଯାଇଥିଲେ। ସେମାନଙ୍କୁ ବଞ୍ଚାଇ ଏବେ ଚର୍ଚ୍ଚାରେ ମୋହିନୀ।

firozabaad

ଆଗ୍ରା: ବୁଡ଼ିଯାଉଥିବା ୪ଯୁବକଙ୍କୁ ବଞ୍ଚାଇ ହିରୋ ପାଲଟିଲେ ୧୮ବର୍ଷୀୟା ମୋହିନୀ। ଉତ୍ତରପ୍ରଦେଶର ଆଗ୍ରାରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଆସିଥିବା ଚାରିଜଣ ଯୁବକ ଯମୁନା ନଦୀରେ ବୁଡ଼ି ଯାଇଥିଲେ। ଯୁବକମାନେ ଗଭୀର ଜଳରେ ନିଜ ଜୀବନ ବଞ୍ଚାଇବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ ବି ସେମାନଙ୍କର ସମସ୍ତ ଉଦ୍ୟମ ବୃଥା ଯାଇଥିଲା। ହେଲେ ଏହି ସମୟରେ ଆଶାର ଆଲୋକ ସାଜିଥିଲେ ମୋହିନୀ। ନିଜ ଜୀବନକୁ ବାଜି ଲଗାଇ ସେ ନଦୀକୁ ଡେଇଁବା ସହ ଜଣ ଜଣ କରି ୪ଜଣକୁ ବଞ୍ଚାଇଥିବା ଜଣାଯାଇଛି। 

ମିଳିଥିବା ସୂଚନା ମୁତାବକ, ଗଣେଶ ବିସର୍ଜନ ପାଇଁ ଯମୁନା କୂଳରେ ଥିବା ବାଟେଶ୍ବର ଧାମକୁ ଆସିଥିଲେ ଆକାଶ ଓ ତାଙ୍କର ଜଣେ ବନ୍ଧୁ। ବିସର୍ଜନ ପରେ ଗାଧୋଇବା ପାଇଁ ନଦୀ ଭିତରକୁ ଯିବା ପରେ ଦୁହିଁଙ୍କୁ ସୁହ ଟାଣି ନେଇଥିଲା। ବଞ୍ଚାଇବା ପାଇଁ ଦୁହେଁ ଚିତ୍କାର କରିବାରୁ ଅନ୍ୟ ୨ଜଣ ଯୁବକ ନଦୀକୁ ଡେଇଁଥିଲେ। ହେଲେ ସେମାନେ ବଞ୍ଚାଇବା ପରିବର୍ତ୍ତେ ବୁଡ଼ିବାକୁ ଲାଗିଥିଲେ। ୪ଜଣ ନିଜ ଜୀବନ ବଞ୍ଚାଇବାକୁ ସବୁ ଚେଷ୍ଟା କରି ବିଫଳ ହେବା ପରେ ନଦୀ କୂଳରେ ଫୁଲ ବିକୁଥିବା ମୋହିନୀ ସେମାନଙ୍କୁ ବଞ୍ଚାଇବାକୁ ଆଗକୁ ଆସିଥିଲେ। ନିଜ କଥା ନଭାବି ସେ ନଦୀକୁ ଡେଇଁବା ସହ ଜଣ ଜଣ କରି ୪ଜଣକୁ କୂଳକୁ ଆଣିଥିଲେ। 

ଏବେ ୧୦ମ ଶ୍ରେଣୀରେ ପଢ଼ୁଥିବା ମୋହିନୀଙ୍କ ସାହସକୁ ପ୍ରଶଂସା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe