କିଛି ସେକେଣ୍ଡ ବିଳମ୍ବ ହୋଇଥିଲେ ଘଟି ଯାଇଥାଆନ୍ତା ବଡ଼ ଅଘଟଣ, ଆରପିଏଫ କନଷ୍ଟେବଳଙ୍କ ପାଇଁ ଟଳିଲା ବିପଦ

Advertisment
କିଛି ସେକେଣ୍ଡ ବିଳମ୍ବ ହୋଇଥିଲେ ଘଟି ଯାଇଥାଆନ୍ତା ବଡ଼ ଅଘଟଣ, ଆରପିଏଫ କନଷ୍ଟେବଳଙ୍କ ପାଇଁ ଟଳିଲା ବିପଦ

ମୁମ୍ବାଇ: ଅନେକ ସମୟରେ ମଣିଷ ପାରିବାରିକ ସମସ୍ୟା ହେଉ ଅବା ଅନ୍ୟ କୌଣସି କାରଣ ପାଇଁ ଜୀବନରେ ହାର ମାନି  ଯାଇଥାଏ। ଆଗକୁ ତାର ସମାଧାନ ବାଟ କାଢ଼ିବା ବଦଳରେ ଜୀବନ ହାରି ଦେବାକୁ ସ୍ଥିର କରିଥାଏ। କିନ୍ତୁ ଯେପର୍ଯ୍ୟନ୍ତ ‌ସେ ବିଧାତା ସ୍ଥିର କରି ନାହିଁ, ସେ ପର୍ଯ୍ୟନ୍ତ ଆମେ ଚାହିଁକି ବି କିଛି କରି ପାରି ନଥାଉ।

ନିକଟରେ ଜଣେ ଯୁବକ ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ। ଉକ୍ତ ଯୁବକଙ୍କ ବୟସ ୧୮ବର୍ଷ ପାଖାପାଖି ହେବ ବୋଲି ଜଣାପଡ଼ିଛି। ତେବେ ଆରପିଏଫ କନଷ୍ଟେବଳଙ୍କ ହେତୁ ଉକ୍ତ ଯୁବକଙ୍କ ଜୀବନ ବଞ୍ଚି ଯାଇଥିଲା।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ୧୮ବର୍ଷର ଯୁବକ ହଳଦିଆ ରଙ୍ଗର ସାର୍ଟ ପିନ୍ଧି ପ୍ଲାଟଫର୍ମରେ ଛିଡ଼ା ହୋଇଛନ୍ତି। ଯେମିତି ସେ ଦେଖୁଛନ୍ତି ମଦୁରାଇ ଏକ୍ସପ୍ରେସ ଦ୍ରୁଗତିରେ ଧାରଣାରେ ଆସୁଛି। ‌ସେ ପ୍ଲାଟଫର୍ମରୁ ଧାରଣାକୁ ଡେଇଁ ପଡ଼ିଥିଲେ। ଯୁବକଙ୍କ ଏଭଳି କାରନାମା ଦେଖି ଘଟଣାସ୍ଥଳରେ ଥିବା ଆରପିଏଫ କନଷ୍ଟେବଳ ନିଜ ଜୀବନକୁ ବାଜି ଲଗାଇ ଧାରଣାଙ୍କୁ ଡେଇଁ ଯୁବକଙ୍କୁ ଟାଣି ନେଇଥିଲେ। ଆଉ ଏକ ନିଶ୍ଚିତ ଦୁର୍ଘଟଣାରୁ ଯୁବକଙ୍କୁ ଉଦ୍ଧାର କରିଥିଲେ।

ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଲୋକେ କନଷ୍ଟେବଳଙ୍କୁ ବହୁତ ପ୍ରଶଂସା କରୁଛନ୍ତି। କିଛି ଲୋକ ସୋସିଆଲ ମିଡିଆରେ ଉକ୍ତ ଆରପିଏଫ କନଷ୍ଟେବଳଙ୍କୁ ବସ୍ତବ ଜୀବନ ହିରୋ ବୋଲି କହୁଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe