ୱାଶି୍ଂଟନ: କଥାରେ ଅଛି ପ୍ରେମ ଅନ୍ଧ ହୋଇଥାଏ। ଜଣେଜଣଙ୍କୁ ଭଲ ପାଇ ବସିଲେ ସେ କ୍ଷେତ୍ରରେ ଜାତି, ଗୋତ୍ର, କଳା, ଗୋରା, ଉଚ୍ଚ, ନିଚ, ମୋଟା, ପତଳାର କୌଣସି ଫରକ ପଡ଼ି ନଥାଏ।
ପ୍ରେମ ସପ୍ତାହ ଚାଲିଥିବା ବେଳେ ଆମେ ଏମିତି ଜଣେ ପ୍ରେମୀଯୁଗଳଙ୍କ ପ୍ରେମ କାହାଣୀ କହିବାକୁ ଯାଉଛି ଯାହାକି ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଛି।
ଚର୍ଚ୍ଚାରେ ଥିବା ଆମେରିକାର ପ୍ରେମୀଯୁଗଳଙ୍କ ମଧ୍ୟରୁ ଯୁବତୀଙ୍କ ବୟସ ୩୨ବର୍ଷ ଥିବା ବେଳେ ଉଚ୍ଚତା ୨ ଫୁଟ୍ ୧୦ ଇଞ୍ଚ୍ ରହିଛି। ଯୁବକଙ୍କ ବୟସ ୧୯ବର୍ଷ ଥିବା ବେଳେ ଉଚ୍ଚତା ୫ ଫୁଟ୍ ୭ଇଞ୍ଚ୍ ରହିଛି।
୩୨ ବର୍ଷର ସେସି କିସି ଆଡଲ୍ଟ ଭିଡିଓରେ କାମ କରିବା ସହିତ ଏକ ବାରରେ ଷ୍ଟ୍ରିପର୍ ବା ଡ୍ୟାନ୍ସର ଭାବେ ମଧ୍ୟ କାମ କରନ୍ତି। ୧୯ବର୍ଷର ବ୍ଲେକ ସେସିଙ୍କୁ ବହୁତ ଭଲ ପାଆନ୍ତି। ଦୁହିଁଙ୍କ ଭିତରେ ୧୩ ବର୍ଷର ବ୍ୟବଧାନ ରହିଛି। ତଥାପି ଦୁହିଁଙ୍କୁ ଏନେଇ କୌଣସି ଫରକ ପଡ଼ୁନାହିଁ। ଦୁହେଁ ଦୁହିଁଙ୍କୁ ନେଇ ବେଶ ଖୁସିରେ ଅଛନ୍ତି। ଖୁବ୍ ଶୀଘ୍ର ବ୍ଲେକ ସେସିଙ୍କୁ ବିବାହ କରିବାକୁ ଯାଉଛନ୍ତି।
ତାଙ୍କର ଏହି ଯୋଡ଼ିକୁ ଦେଖି ସେସି ଏବଂ ବ୍ଲେକଙ୍କୁ ସୋସିଆଲ୍ ମିଡିଆରେ ଅନେକ ଲୋକ ଟ୍ରୋଲ୍ କରନ୍ତି। ହେଲେ ଏସବୁ କଥା ଦୁହେଁ ଅଣଦେଖା କରି ନିଜ ଜୀବନରେ ଆଗକୁ ବଢ଼ିଛନ୍ତି। ଦୁହିଁଙ୍କ ସାକ୍ଷାତ ଏକ କାର୍ଯ୍ୟକ୍ରମ ସମୟରେ ହୋଇଥିଲା। ଏହାପରେ ବ୍ଲେକ ଓ ସେସି ସୋସିଆଲ ମିଡିଆରେ ଯୋଡ଼ି ହୋଇଥିଲେ। ଧୀରେଧୀରେ ଦୁହିଁଙ୍କ ମଧ୍ୟରେ ଭଲ ପାଇବାର ଏକ ଡୋରି ବାନ୍ଧି ହୋଇଯାଇଥିଲା।
Follow Us