ଏମିତି ଏକ ଚିଠି, ଯାହାର ମୂଲ୍ୟ ୧୨ ଲକ୍ଷ ଟଙ୍କା!

Advertisment
ଏମିତି ଏକ ଚିଠି, ଯାହାର ମୂଲ୍ୟ ୧୨ ଲକ୍ଷ ଟଙ୍କା!

ଗୋଟିଏ ଚିଠିର ମୂଲ୍ୟ ୧୨ ଲକ୍ଷ ଟଙ୍କା। ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଏପରି ଏକ ଚିଠି ଅଛି ଯାହା ଏବେ ୧୨ ଲକ୍ଷ ଟଙ୍କାରେ ବିକ୍ରି ହେବାକୁ ଯାଉଛି। ତେବେ ଏହି ଚିଠିରେ ଏମିତି କ’ଣ ଅଛି ଯେ ଯାହାର ମୂଲ୍ୟ ୧୨ ଲକ୍ଷ ଟଙ୍କା। ତେବେ ଆସନ୍ତୁ ଜାଣିବା ଏହି ଚିଠି ବିଷୟରେ।

୧୨ ଲକ୍ଷ ଟଙ୍କା ଦାମରେ ବିକ୍ରି ହେବାକୁ ଯାଉଥିବା ଏହି ଚିଠି କୌଣସି ମାମୁଲି ଚିଠି ନୁହେଁ। ୯୦ ବର୍ଷର ପୁରୁଣା ଏହି ଚିଠିଟି ହେଉଛି ପ୍ରସିଦ୍ଧ ବୈଜ୍ଞାନିକ ଆଇନଷ୍ଟାଇନଙ୍କ ଦ୍ୱାରା ଲିଖିତ ହୋଇଥିବା ଚିଠି। ତେବେ ଏହି ଚିଠିକୁ ନିଲାମ କରିବା ପ୍ରକ୍ରିୟା ଏବେ ଆରମ୍ଭ କରାଯାଇଛି। ଜର୍ମାନୀର ଭୌତିକ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍‌ ନିଜ ବନ୍ଧୁଙ୍କ ପାଖକୁ ନିମନ୍ତ୍ରଣରେ ଏହି ଚିଠିଟିକୁ ଲେଖିଥିଲେ।

ତେବେ ଅନଲାଇନ୍‌ ନିଲାମ ପାଇଁ ସେପ୍ଟେଟର ୧୨ ତାରିଖରୁ ପ୍ରକ୍ରିୟା ଆରମ୍ଭ ହେଉଥିବାର ସୁଚନା ମିଳୁଛି। ତେବେ ଏହି ପତ୍ରରେ ଆଇନଷ୍ଟାଇନଙ୍କ ଦସ୍ତଖତ ମଧ୍ୟ ରହିଛି। ଆମେରିକାର ଆରଆର ଆକ୍ସନ ଅନୁସାରେ ଏହି ପତ୍ରରେ ଆଇନଷ୍ଟାଇନ୍‌ ରିସିନବାଚ୍‌ ଏବଂ ତାଙ୍କ ପତ୍ନୀଙ୍କୁ ଗରମ ପାନୀୟ ପାଇଁ ଆମନ୍ତ୍ରଣ ଦେଇଥିଲେ। ତେବେ ଏହି ପତ୍ରରେ ୧୯୨୮ ମସିହା ଅକ୍ଟୋବର ୧୯ ତାରିଖ ଲେଖାଥିବାର ମଧ୍ୟ ଦେଖାଯାଏ। ଏହି ପତ୍ରକୁ ସେତେବେଳେ ଲେଖାଯାଇଥିଲା ଯେବେ ଆଇନଷ୍ଟାଇନ୍‌ ରିସିନବାଚ୍‌ ଏବଂ ଅଷ୍ଟ୍ରୀୟାର ବୈଜ୍ଞାନିକ ଅର୍ବିନ ଶ୍ରୀଡିଗ୍ନରଙ୍କ ସହ ବର୍ଲିନ୍‌ ବିଶ୍ୱବିଦ୍ୟାଳୟରେ ପଢୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe