ମଦପିଇ ବିବାହ କରିବସିଲେ ୨ ବନ୍ଧୁ, ନିଶା ଛାଡ଼ିଲାରୁ ଘଟିଲା ଏପରି କିଛି...

Advertisment
ମଦପିଇ ବିବାହ କରିବସିଲେ ୨ ବନ୍ଧୁ, ନିଶା ଛାଡ଼ିଲାରୁ ଘଟିଲା ଏପରି କିଛି...

ସଙ୍ଗରେଡି: ତେଲେଙ୍ଗାନାର ସଙ୍ଗରେଡି ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଚକିତ କରିବା ଭଳି ଘଟଣା। ୨ ଜଣ ଯୁବକ ପ୍ରଥମ‌େ ପରସ୍ପରଙ୍କୁ ବିବାହ କରି ବିବାହର ମାତ୍ର ଅଳ୍ପ କିଛି ଦିନ ମଧ୍ୟରେ ପରସ୍ପରଙ୍କଠାରୁ ଅଲଗା ମଧ୍ୟ ହୋଇଛନ୍ତି। କେବଳ ସେତିକି ନୁହେଁ, ଭରଣପୋଷଣ ବାବଦରେ ଜଣେ ଯୁବକ ଅନ୍ୟ ଜଣଙ୍କଠାରୁ ୧୨ ହଜାର ଟଙ୍କା ନେଇଥିବା ସୂଚନା ରହିଛି।

ଜାଣିବାକୁ ମିଳିଛି ଯେ ସଙ୍ଗରେଡି ଜିଲ୍ଲାର ଯୋଗିପେଟ୍‌ର ଜଣେ ୨୧ ବର୍ଷୀୟ ଯୁବକ ମେଣ୍ଡକ ଜିଲ୍ଲାର ଚନ୍ଦୁରର ଜଣେ ୨୨ ବର୍ଷୀୟ ଯୁବକଙ୍କ ସହ ବିବାହ କରିଥିଲେ। ହେଲେ ଏହି ବିବାହ ସେମାନେ ସଂପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ନୁହେଁ, ବରଂ ମଦ୍ୟପାନ କରି ନିଶାରେ ଥିବା ଅବସ୍ଥାରେ କରିଥିଲେ। ‌

ସେମାନେ ପରସ୍ପରଙ୍କୁ ଦୁମାପଲାପେଟ୍‌ ଗାଁର ଏକ ଦୋକାନରେ ଭେଟିଥିଲେ। ସେହିଠାରୁ ସେମାନଙ୍କର ବନ୍ଧୁତା ଆରମ୍ଭ ହୋଇଥିଲା। ସେମାନେ ସାଥି ହୋଇ ଅଧିକାଂଶ ସମୟରେ ମଦ୍ୟପାନ କରିଥାନ୍ତି। ଏପ୍ରିଲ୍‌ ୧ ତାରିଖ ଦିନ ମଧ୍ୟ ସେମାନେ ଖୁବ୍‌ ନିଶାରେ ଥିଲେ। ସେଦିନ ୨୨ ବର୍ଷୀୟ ଅଟୋ ଚାଳକ ଯୋଗୀନାଥ ଗୁଟା ମନ୍ଦିରରେ ତାଙ୍କର ୨୧ ବର୍ଷୀୟ ବନ୍ଧୁଙ୍କୁ ବିବାହ କରିଥିଲେ।

ବିବାହ ପରେ ସେମାନେ ପରସ୍ପର ନିଜ ଘରକୁ ଚାଲି ଯାଇଥିଲେ। ବିବାହର କିଛି ଦିନ ପରେ ୨୧ ବର୍ଷୀୟ ଯୁବକ ଜଣକ ତାଙ୍କ ବନ୍ଧୁଙ୍କ ଘରକୁ ଯାଇ ତାଙ୍କ ସହ ରହିବାକୁ ଦାବି କରିଥିଲେ। ମାତ୍ର ବନ୍ଧୁ ଓ ତ‌ାଙ୍କ ଘର ଲୋକ ଘରେ ପୂରାଇବାକୁ ମନା କରିି ଦେଇଥିଲେ। ସେ ତା’ପରେ ନିଜ ୨୨ ବର୍ଷୀୟ ବନ୍ଧୁଙ୍କ ନାମରେ ଏକ ଅଭିଯୋଗ ଆଣିବ‌ା ସହ ଭରଣପୋଷଣ ବାବଦରେ ୧ ଲକ୍ଷ ଟଙ୍କା ଦାବି କରିଥିଲେ। ଅଦାଲତ ଏହି ମାମଲାର ବିଚାର କରି ସେମାନଙ୍କର ଛାଡ଼ପତ୍ର କରାଇବା ସହ ଭରଣପୋଷଣ ବାବଦରେ ୨୧ ବର୍ଷୀୟ ଯୁବକଙ୍କୁ ଥରୁଟିଏ ପାଇଁ ୧୦ ହଜାର ଟଙ୍କା ଦେବାକୁ ୨୨ ବର୍ଷୀୟ ଯୁବକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe