www.indiatoday.in
ଲକ୍ଷ୍ନୌ: ଗତ କିଛି ସପ୍ତାହ ମଧ୍ୟରେ ଲକ୍ଷ୍ନୌ ଯେପରି ବିବାଦର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି। ଲୁଲୁ ମଲ୍ର ମଧ୍ୟରାତ୍ର ସେଲ୍ରୁ ନେଇ ମଲ୍ରେ ଲୋକ ପ୍ରାର୍ଥନା କରୁଥିବା ବେଳର ଭାଇରାଲ୍ ଭିଡିଓ ପରି ଅଦ୍ଭୂତ ଧରଣର କଥା ସବୁ ଦେଖିବାକୁ ମିଳୁଛି। ଏହି ସବୁ ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ବେଳେ ନିକଟରେ ଅନ୍ୟ ଏକ ଭିଡିଓ ଭାଇରାଲ୍ ହୋଇଛି। ଭିଡିଓରେ ୨ ଜଣ ମହିଳା ଏକ ପବ୍ ସାମ୍ନାରେ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି।
ଭିଡିଓରେ ଦେଖିବାକୁ ମିଳିଛି ଯେ ବ୍ୟକ୍ତି ଜଣକ କିଛି କହିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ମହିଳା ତାଙ୍କର କୌଣସି କଥା ନଶୁଣି ତାଙ୍କୁ ମାଡ଼ ଉପରେ ମାଡ଼ ମାରି ଚାଲିଛନ୍ତି। ଏପରିକି ଜଣେ ମହିଳା ସେଠାରେ ରଖା ଯାଇଥିବା ଏକ ଫୁଲଦାନିକୁ ଉଠାଇ ସେଥିରେ ବ୍ୟକ୍ତିଙ୍କୁ ପଛପଟରୁ ବାଡ଼େଇ ଚାଲିଛନ୍ତି।
ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ଆଗରୁ ସେଠାରେ ଉପସ୍ଥିତ ଥିବା ବାଉନ୍ସର୍ ସେମାନଙ୍କ ମଧ୍ୟରେ ପଶି ଗଣ୍ଡଗୋଳ ତୁଟାଇଛନ୍ତି। ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏ ନେଇ କାହାକୁ ଏଯାଏ ଗିରଫ କରାଯାଇ ନାହିଁ। ଯଦି କୌଣସି ଲିଖିତ ଅଭିଯୋଗ ହୁଏ ତେବେ ଅଭିଯୁକ୍ତଙ୍କ ବିରୋଧରେ ୧୪୪ ଧାରା ଲଗାଯିବା ସହ ତାଙ୍କୁ ଗିରଫ କରାଯିବ। ଘଟଣାଟି ଲକ୍ଷ୍ନୌର ବିଭୂତିଖଣ୍ଡ ପୁଲିସ ଷ୍ଟେସନ୍ ଅଧୀନସ୍ଥ ଏକ କାଫେରେ ଘଟିଥିବା ସୂଚନା ରହିଛି।
Follow Us