ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ତେଲେଙ୍ଗାନାରେ ରହୁଥିବା ମିଲକୁରୀ ଗଙ୍ଗାଭାଙ୍କୁ ଦେଖିବାକୁ ମିଳୁଛି। ମିଲକୁରୀଙ୍କ ବୟସ ୬୨ବର୍ଷ।
ମିଲକୁରୀ ଗ୍ରାମରେ ଚାଷ କାମ କରନ୍ତି। ତାଙ୍କ ପାଖରେ ଚଳିବାକୁ ବିଶେଷ କିଛି ଅର୍ଥ ନଥିଲା। ଦୁଃଖ କଷ୍ଟରେ ଦିନପରେ ଦିନ କାଟି ଚାଲୁଥିଲେ ମିଲକୁରୀ। ଧୀରେଧୀରେ ସେ ନିଜର ପରିଚୟ ସୃଷ୍ଟି କରିଥିଲେ। ୟୁଟ୍ୟୁବରେ ଏକ ଚାନେଲ ଖୋଲି ତାଙ୍କର ବ୍ଲଗ କରିବା ଆରମ୍ଭ କରିଥିଲେ।
ଏହି ବ୍ଲଗର ନାମ ସେ ରଖିଥିଲେ ‘ମାଇ ଭିଲେଜ ସୋ’। ଏଥିରେ ସେ ଗ୍ରାମ ସହିତ ଜଡ଼ିତ ସ୍ବତନ୍ତ୍ର ଜିନିଷକୁ ଦେଖାଇ ଥାଆନ୍ତି। ଏଥିସହିତ ନିଜର ରୀତିନୀତି କିପରି ଥାଏ ତାହାକୁ ସେ ଲୋକଙ୍କ ସହିତ ସେୟାର କରିଥାଆନ୍ତି।
ନିକଟରେ ୬୨ବର୍ଷର ମହିଳା ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରଥମଥର ବିମାନ ଯାତ୍ରା କରିବାର ଅନୁଭବ ସେୟାର କରି ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ ଇଣ୍ଡିଗୋ ବିମାନରେ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି। ଏଥିସହିତ ତାଙ୍କ ପଛପାର୍ଶ୍ବରେ ଥିବା ସ୍ବାମୀ ସହିତ ସେ କଥା ହେଉଥିବା ବି ଶୁଣିବାକୁ ମିଳୁଛି। ତେବେ ୟୁଟ୍ୟୁବରୁ ଟଙ୍କା ରୋଜଗାର କରିବା ପରେ ସେ ପ୍ରଥମ ଥର ଏହି ବିମାନ ଯାତ୍ରା କରିଛନ୍ତି।
ଫେବୃଆରି ୨୪ ତାରିଖରେ ସେୟାର କରାଯାଇଥିବା ଏହି ଭିଡିଓକୁ ଏଯାବତ ୬୬ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।
Follow Us