ଇଫ୍‌ତାର ପ୍ରସ୍ତୁତିରେ ଲାଗିଥିବା ବେଳେ ହଠାତ୍‌ ଶୁଭିଲା କଲିଂ ବେଲ୍‌, ଡେଲିଭରି ବୟ ଦେଇଗଲା ୨୦ ବର୍ଷ ତଳର ହଜିଲା ସ୍ବର୍ଣ୍ଣମୁଦ୍ରା

Advertisment
ଇଫ୍‌ତାର ପ୍ରସ୍ତୁତିରେ ଲାଗିଥିବା ବେଳେ ହଠାତ୍‌ ଶୁଭିଲା କଲିଂ ବେଲ୍‌, ଡେଲିଭରି ବୟ ଦେଇଗଲା ୨୦ ବର୍ଷ ତଳର ହଜିଲା ସ୍ବର୍ଣ୍ଣମୁଦ୍ରା

newindianexpress

ତିରୁଅନନ୍ତପୁରମ୍‌: ଆପଣ କେବେ ନିଜ ହଜିଲା ସାମଗ୍ରୀକୁ ଖୋଜି ପାଇବା ପରର ଖୁସି ଅନୁଭବ କରିଛନ୍ତି? ହଜିଲା ସାମଗ୍ରୀ ଯଦି ସୁନା ହୋଇଥାଏ ତା’ ହେଲେ ତ ଖୁସି ଦ୍ବିଗୁଣ ହୋଇଯିବ। କେରଳର ଜଣେ ମହିଳା ୨୦ ବର୍ଷ ତଳୁ ହଜାଇଥିବା ତାଙ୍କର ଦୁଇଟି ସ୍ବର୍ଣ୍ଣମୁଦ୍ରା‌କୁ ଫେରି ପାଇଛନ୍ତି। ତାହା ପୁଣି ଇଫ୍‌ତାର୍‌ ଉପହାର ଆକାରରେ ତାଙ୍କ ଘର ଦୂଆରେ ଆସି ପହଞ୍ଚିଛି।

ଜାଣିବାକୁ ମିଳିଛି ଯେ ରମ୍‌ଜାନର ୨୬ ଦିନରେ ବସରିୟା ନାମ୍ନୀ ମହିଳା ଇଫ୍‌ତାର ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କ ଘରର କଲିଂ ବେଲ୍‌ ବାଜିଲା। ବସରିୟା ଯାଇ ଦୁଆର ଖୋଲିବାରୁ ଦେଖିଲେ ଜଣେ ଯୁବକ ଉପହାର ପ୍ୟାକେଟ୍‌ ଧରି ବାହାରେ ଛିଡ଼ା ହୋଇଛି। ଯୁବକ ଜଣକ ମୁଣ୍ଡରୁ ହେଲ୍‌ମେଟ୍‌ ଖୋଲି ନଥିଲେ। ମହିଳା ଜଣକ ପରିଚୟ ପଚାରିବାରୁ ସେ ନିଜକୁ ଜଣେ ଡେଲିଭରି ବୟର ପରିଚୟ ଦେଇ ଉପହାର ଆଉ ଜଣେ ପଠାଇଛନ୍ତି ବୋଲି କହି ଚାଲିଗଲେ।

publive-image newindianexpress

ବସରିୟା ଉପହାର ଖୋଲିବା ପରେ ଚମକି ପଡ଼ିଲେ। ଉପହାର ପ୍ୟାକେଟ୍‌ରେ କିଛି ଖାଦ୍ୟ ସହ ୨୦ ବର୍ଷ ତଳେ ହଜି ଯାଇଥିବା ଦୁଇଟି ସ୍ବର୍ଣ୍ଣମୁଦ୍ରା ଓ ଏକ ଚିଠି ଥିଲା। ଚିଠିରେ ଲେଖାଥିଲା, ‘ତୁମର ଏହି ସୁନା ମୁଁ ୨୦ ବର୍ଷ ତଳୁ ପାଇଲିଣି। ସେବେଠାରୁ ମୋତେ ତୁମକୁ ଫେରାଇବାର ଥିଲା। ଏବେ ଏହି ସ୍ବର୍ଣ୍ଣମୁଦ୍ରା ଗ୍ରହଣ କର ଓ ମୋତେ କ୍ଷମା କର।’

ବସରିୟା ନିଜର ପୁରୁଣା ସମ୍ପଦ ଫେରିପାଇବା ପରେ ଖୁସିରେ ତୁରନ୍ତ ନିଜ ସ୍ବାମୀଙ୍କୁ ହ୍ବାଟ୍‌ସଆପ୍‌ରେ ‌ମେସେଜ୍‌ ପଠାଇ ଖୁସି ବ୍ୟକ୍ତ କରିଥିଲେ। ସେ ତାଙ୍କର ୨୮ ଗ୍ରାମ୍‌ ଓଜନର ଏହି କଏନ୍‌କୁ ‌ଫେରି ପାଇବା ନିଶ୍ଚିତ ବିସ୍ମୟକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe