୨୦୧୮ରେ ଆସିବ ଧ୍ୱଂସକାରୀ ଭୂକମ୍ପ, ଏହି ସ୍ଥାନମାନଙ୍କରେ ରହିଛି ବିପଦ !

୨୦୧୮ରେ ଆସିବ ଧ୍ୱଂସକାରୀ ଭୂକମ୍ପ, ଏହି ସ୍ଥାନମାନଙ୍କରେ ରହିଛି ବିପଦ !

ନୂଆଦିଲ୍ଲୀ: ୨୦୧୭ ବିଦାୟ ନେଇ ନୂଆବର୍ଷ ୨୦୧୮ ଆସି ସାରିଛି। ୨୦୧୭ରେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଆସିଛି। କିନ୍ତୁ ୨୦୧୮ରେ ଯେଉଁ ଭୂକମ୍ପ ଆସିବ ତାହା ଏକ ବଡ଼ଧରଣ ଭୂକମ୍ପ ବୋଲି କୁହାଯାଉଛି।

publive-image

୨୦୧୭ ଅଗଷ୍ଟରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା, ଯେଉଁଥିରେ କୁହାଯାଇଥିଲା କି ନୂଆବର୍ଷ ଅର୍ଥାତ୍‌ ୨୦୧୮ରେ ଭୂକମ୍ପର ତୀବ୍ରତା ବଢ଼ିବ। ୨୦୧୮ରେ ଭୂକମ୍ପସ୍ତର ୭କୁ ବୃଦ୍ଧି ପାଇବ। ଏହି ରିପୋର୍ଟକୁ ୟୁନିଭର୍ସିଟି ଅଫ କାଲରାଡୋ ଜାରି କରିଥିଲା । ରିପୋର୍ଟରେ ଏହା ବି କୁହାଯାଇଛି କି ଭୂକମ୍ପର ସ୍ତର ରିକ୍ଟର ସ୍କେଲରେ  ୭ରୁ ୯.୦ ପର୍ଯ୍ୟନ୍ତ ବି ରହିପାରେ। ଭୂକମ୍ପ ପଶ୍ଚିମ ଆମେରିକା, ଦକ୍ଷିଣ ୟୁରୋପ, ଦକ୍ଷିଣ ଆମେରିକା ସହିତ ଅନ୍ୟ କେତେକାଂଶରେ ଭୂକମ୍ପର ତୀବ୍ରତା ଅଧିକ ହୋଇପାରେ। ତେବେ ବୈଜ୍ଞାନିକମାନେ ଏହି ଭୂକମ୍ପକୁ ନେଇ କୌଣସି ନିଶ୍ଚିତ ରିପୋର୍ଟ ଦେଇ ନାହାନ୍ତି, ଅନୁମାନ କରୁଛନ୍ତି। ତେବେ ନ୍ୟାସନାଲ ଆର୍ଥକୁଇକ୍‌ ଇନଫର୍‌ମେସନ୍‌ ସେଣ୍ଟର ପ୍ରତିବର୍ଷ ପାଖାପାଖି ୨୦,୦୦୦ ଭୂକମ୍ପର ରେକର୍ଡ କରିଥାଏ। ସେଥିମଧ୍ୟରୁ ୧୦୦ଟି ବଡ଼ଧରଣର ଭୂକମ୍ପ ଥାଏ।

publive-image

ଭୂକମ୍ପର ତୀବ୍ରତା ଓ ଅବଧିକୁ ଜାଣିବା ପାଇଁ ସିସମୋଗ୍ରାଫର ବ୍ୟବହାର କରାଯାଏ। ଏହି ଯନ୍ତ୍ର ପୃଥିବୀ ପୃଷ୍ଟରେ ହେଉଥିବା ହଲଚଲର ଗ୍ରାଫ ବନାଇଥାଏ। ଭୂକମ୍ପର କେନ୍ଦ୍ରସ୍ଥଳୀ ଓ ସେଥିରୁ ବାହାରୁ ଥିବା ଉର୍ଜ୍ଜା ବି ଜଣାପଡ଼ିଥାଏ। ଭୂକମ୍ପକୁ ମାପିବା ପାଇଁ ରିକ୍ଟର ସ୍କେଲ୍‌ର ବିକାଶ ଆମେରିକା ବ୍ରେଜ୍ଞାନିକ ଚାଲର୍ସ ରିକ୍ଟର ୧୯୩୫ ମସିହାରେ କରିଥିଲେ। ଏହି ସ୍କେଲରେ ୨.୦ ଓ ୩.୦ ତୀବ୍ରତା ଭୂକମ୍ପ ହଲକା ହୋଇଥାଏ ଓ ୬.୨ରୁ ଅଧିକ ତୀବ୍ରତା ଭୂକମ୍ପ ଶକ୍ତିଶାଳୀ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe