ଦୃଷ୍ଟିଶକ୍ତି ନ ଥିଲେ କ’ଣ ହେଲା? ପ୍ରଥମ ପ୍ର‌େଚେଷ୍ଟାରେ ସିଭିଲ୍‌ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଗୋକୁଲ୍‌

Advertisment
ଦୃଷ୍ଟିଶକ୍ତି ନ ଥିଲେ କ’ଣ ହେଲା? ପ୍ରଥମ ପ୍ର‌େଚେଷ୍ଟାରେ ସିଭିଲ୍‌ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଗୋକୁଲ୍‌

ତିରୁବନନ୍ତପୁରମ୍‌: ସଫଳତା ଛୁଇଁବାର ମନ ବଳ ଦୃଢ଼ ଥିଲେ କେଉଁ ବି ପରିସ୍ଥିିତି ବାଧକ ସାଜିପାରେନା ତାହା ପୁଣି ଥରେ ପ୍ରମାଣିତ ହୋଇଛି। ଜଣେ ଦୃଷ୍ଟିଶକ୍ତି ନ ଥିବା ଦିବ୍ୟାଙ୍ଗ ପରୀକ୍ଷାର୍ଥୀ ସିଭିଲ୍‌ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ତାହା ପ୍ରମାଣ କରିଛନ୍ତି।

୨୩ ବର୍ଷିୟ ଗୋକୁଲ୍‌ ନାମକ ଏହି ଯୁବକ ପିଲାଟି ଦିନରୁ ଦୁନିଆକୁ ଦେଖିବାର ସୁଯୋଗ ପାଇନାହାନ୍ତି। ତଥାପି ବି ସେ ହାରି ଯାଇନାହାନ୍ତି। ନିଜ ଇଚ୍ଛା ଶକ୍ତିକୁ ଦୃଢ଼ କରି ସଫଳତାର ନିକଟତର ହୋଇପାରିଛନ୍ତି।

ପ୍ରଥମ ଉଦ୍ୟମରେ ଗୋକୁଲ୍‌ ସିଭିଲ୍‌ ସର୍ଭିସ୍‌ ରାଙ୍କ୍‌ ତାଲିକାରେ ସ୍ଥାନ ପାଇଛନ୍ତି। ସେ ଯେତେବେଳେ ନିଜର ପରୀକ୍ଷା ଫଳ ବିଷୟରେ ପ୍ରଥମେ ଶୁଣିବାକୁ ପାଇଲେ ସେତେବେଳେ ତାଙ୍କ ଖୁସିର ସୀମା ରହିଲା ନାହିଁ ବୋଲି ସେ ମତ ରଖିଛନ୍ତି।

publive-image www.newindianexpress.com

ଗୋକୁଲ୍‌ ମାର୍‌ ଇଭାନିୟସ୍‌ କଲେଜ୍‌‌ରେ ଇଂରାଜି ଓ ମାତୃଭାଷାରେ ସ୍ନାତକତ୍ତୋର କରିବା ସମୟରେ ସିଭିଲ୍‌ ସର୍ଭିସ ପାଇଁ ଚେଷ୍ଟା କରିଥିଲେ ଓ ‌ତାଙ୍କ ଚେଷ୍ଟା ଶେଷରେ ସଫଳ ବି ହୋଇଛି।

ଗୋକୁଲ୍‌ କେତେ ଜଣ ପ୍ରେରଣାଦାୟକ ଆଇଏଏସ୍‌ ଅଧିକାରୀଙ୍କ ବିଷୟରେ ଗଣମାଧ୍ୟମରୁ ଶୁଣିବା ପ‌ରେ ତାଙ୍କର ସିଭିଲ୍‌ ସର୍ଭିସ ପ୍ରତି ଆଗ୍ରହ ଆସିଥିଲା। ତାଙ୍କୁ ବି ଏପରି ଏକ କ୍ଷେତ୍ରରେ ରହି ଲୋକଙ୍କ ସେବା କରିବା ଉଚିତ ବୋଲି ସେ ଅନୁଭବ କରିଥିଲେ।

କେବଳ ସେତିକି ନୁହେଁ, ପୂର୍ବରୁ କିଛି ଦିବ୍ୟାଙ୍ଗ୍‌ ସିଭିଲ୍‌ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଖବର ଗୋକୁଲ୍‌ଙ୍କୁ ଆହୁରି ପ୍ରେରଣା ଦେଇଥିଲା। ସେ ବିନା କୌଣସି କୋଚିଂରେ ପ୍ରଥମ ଥରରେ ସିଭିଲ୍‌ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe