୫୨ ବର୍ଷୀୟ ମୁକ-ବଧିରଙ୍କୁ ମନ ଦେଇ ବସିଲେ ୨୫ ବର୍ଷୀୟା ଯୁବତୀ, ଏମିତି ଥିଲା ତାଙ୍କ ପ୍ରେମରୁ ବିବାହର ଯାତ୍ରା

Advertisment
୫୨ ବର୍ଷୀୟ ମୁକ-ବଧିରଙ୍କୁ ମନ ଦେଇ ବସିଲେ ୨୫ ବର୍ଷୀୟା ଯୁବତୀ, ଏମିତି ଥିଲା ତାଙ୍କ ପ୍ରେମରୁ ବିବାହର ଯାତ୍ରା

www.aajtak.in

ନୂଆଦିଲ୍ଲୀ: କଥାରେ ଅଛି ପ୍ରେମ ଅନ୍ଧ ହୋଇଥାଏ। ପ୍ରେମ ଧନୀ, ଗରିବ, ଉଚ୍ଚ, ନୀଚ, ସୁନ୍ଦର, ଅସୁନ୍ଦର କିମ୍ବା ବୟସ କିଛି ବି ଦେଖେ ନାହିଁ। ପୂର୍ବରୁ ଏହାର ଅନେକ ଉଦାହରଣ ଆପଣ ପାଇଛନ୍ତି। ନିକଟରେ ପାକିସ୍ତାନରେ ବି ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି।

ପାକିସ୍ତାନର ଜଣେ ୨୫ ବର୍ଷୀୟା ଯୁବତୀଙ୍କୁ ୫୨ ବର୍ଷୀୟା ଜଣେ ମୂକ-ବଧିର ବ୍ୟକ୍ତିଙ୍କ ସହ ପ୍ରେମ ହୋଇଗଲା ଓ ସେମାନେ ବିବାହ ବି କରିଛନ୍ତି। ୫୨ ବର୍ଷୀୟ କାଦିର ଜଣେ ଦିବ୍ୟାଙ୍ଗ୍‌। ସେ କହିପାରନ୍ତି ନାହିଁ କି ଶୁଣିପାରନ୍ତି ନାହିଁ। ତେବେ କାଦିରଙ୍କ ପ୍ରେମରେ ପାଗଳିନୀ ହୋଇଥିବା ଯୁବତୀ ଜଣକ ହେଉଛନ୍ତି ଯୁବିଆ।

‌ଯୁବିଆ ଜଣେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ନିଜର ସାକ୍ଷାତ୍‌କାର ଦେଇ କହିଛନ୍ତି ଯେ ପିଲାଟି ଦିନରୁ ସେ ବାପାମାଆଙ୍କୁ ହରାଇଛନ୍ତି। ସେ ନିଜ ବଡ଼ ଭାଇ ପାଖରେ ରହି ଛୋଟରୁ ବଡ଼ ହୋଇଛନ୍ତି। କାଦିର ହେଉଛନ୍ତି ତ‌ାଙ୍କ ଭାଇଙ୍କର ଜଣେ ଭଲ ବନ୍ଧୁ। କାଦିର ତାଙ୍କ ଭାଇଙ୍କୁ ଭେଟିବାକୁ ଘରକୁ ଯିବାଆସିବା କରନ୍ତି। ସେହି ଜରିଆରେ ଯୁବିଆ ଓ କାଦିର ପରସ୍ପରଙ୍କୁ ଜାଣନ୍ତି।

ହେଲେ ଅଚାନକ ଏକ ସଡ଼କ ଦୁର୍ଘଟଣାରେ ଯୁବିଆଙ୍କ ଭାଇଙ୍କର ମୃତ୍ୟୁ ହୋଇଗଲା। ତାପରେ ସେ ଏକଦମ ଏକାକିନୀ ହୋଇଗଲେ। ତାପରେ ସେ କ‌ାଦିରଙ୍କର ସାହାଯ୍ୟ ଓ ସରଳ ମନବୃତ୍ତି ପାଇଁ ତ‌ାଙ୍କୁ ପସନ୍ଦ କରି ବସିଲେ। ତାପରେ ଯୁବିଆ କାଦିରଙ୍କୁ ଇଶାରେ ପ୍ରେମ ନିବେଦନ କଲେ। କାଦିର ବି ତାଙ୍କ ପ୍ରସ୍ତାବକୁ ଗ୍ରହଣ କଲେ ଓ ଶେଷ‌ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧିହେଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe