ସପ୍ତଫେଣୀ ହାଣିଲେ ୨୫ ବର୍ଷ ଜେଲ୍‌

ସପ୍ତଫେଣୀ ହାଣିଲେ ୨୫ ବର୍ଷ ଜେଲ୍‌

ଆମେ ସାଧାରଣତଃ ବାଡ଼ିରେ ସପ୍ତଫେଣୀ ପରି କଣ୍ଟା ଗଛ ଦେଖିଲେ ତାହାକୁ କାଟି ଦେଇଥା’ନ୍ତି। କାରଣ ସେଭଳି ଗଛ ଆମର କୌଣସି ଉପକାରରେ ଆସିନଥାଏ। ଅପରପକ୍ଷେ, ବଗିଚା କାମ କଲା ବେଳେ ଅବାଧରେ ଚଳପ୍ରଚଳ କରିବା ପାଇଁ ତାହାର ଟାଣୁଆ ତୀକ୍ଷ୍‌ଣ କଣ୍ଟା ବାଧା ଦେଇଥାଏ। ଅବଶ୍ୟ କେହି କେହି ବାଡ଼ିବଗିଚା ସୀମାରେ ଏହି କଣ୍ଟା ଗଛକୁ ସୁରକ୍ଷିତ ବାଡ଼ ଭାବେ ବ୍ୟବହାର କରିଥା’ନ୍ତି। ତେବେ ପୃଥିବୀରେ ଏମିତି ସ୍ଥାନ ରହିଛି, ଯେଉଁଠି ଏହି କଣ୍ଟା ଗଛର ଭାରୀ ଆଦର। ପଶ୍ଚିମ ଆମେରିକୀୟ ପ୍ରଦେଶ ଆରିଜୋନାରେ ସାଗୁଆରୋ ନାମକ ଏକ ପ୍ରକାର ସପ୍ତଫେଣୀ ଗଛ କାଟିବା ଏକ ଗର୍ହିତ ଅପରାଧ ଭାବେ ପରିଗଣିତ।

publive-image Reddit

ଏପରିକି କାକ୍‌ଟସ୍‌ କଟାଳିଙ୍କର ଏହି ଅପରାଧ ପାଇଁ ସରକାର ୨୫ ବର୍ଷ ଯାଏ କାରାଦଣ୍ଡାଦେଶ ସହ ମୋଟା ଅଙ୍କ ଜରିମାନା ଆଦାୟର ମଧ୍ୟ ପ୍ରାବଧାନ ରଖିଛନ୍ତି। ଏହା ପଛର କାରଣ ହେଲା, ପ୍ରାୟ ଦେଢ଼ଶହରୁ ଦୁଇ ଶହ ବର୍ଷ ଯାଏ ଜୀବନ ଧାରଣ କ୍ଷମତା ରଖିଥିବା ଏହି କଣ୍ଟାଗଛ ବିଶେଷ କରି ଆରିଜୋନାରେ ହିଁ ଦେଖାଯାଇଥାଏ। ଏହାର ବୃଦ୍ଧି ପ୍ରକ୍ରିୟା ଭୀଷଣ ମନ୍ଥର। ଉଠିବାର ଦଶ ବର୍ଷ ବେଳକୁ ତାହା ମାତ୍ର ଦୁଇ ଇଞ୍ଚ ଡେଙ୍ଗା ହୋଇଥାଏ। ତେଣୁ ବିଲୁପ୍ତପ୍ରାୟ ହେବାକୁ ବସିଥିବା ଏହି ବୃକ୍ଷକୁ ସଂରକ୍ଷିତ ଘୋଷିତ କରାଯାଇଛି। ଏହାକୁ ଧ୍ବଂସମୁଖରୁ ବଞ୍ଚାଇବା ଲାଗି ସରକାର ଏପରି ଦଣ୍ଡବିଧାନ କରିଛନ୍ତି। ଏପରିକି କାହା ନିଜ ବାଡ଼ିରେ ଏହି ଗଛ ଉଠିଥିଲେ ମଧ୍ୟ ତାହାକୁ ସଫା କରିବା ପାଇଁ ସରକାରଙ୍କ ଅନୁମତି ଲୋଡ଼ା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe