୨୫୦୦ ମହିଳା ବିବସ୍ତ୍ର ହୋଇ ସମୁଦ୍ରରେ ବୁଡ଼ ପକାଇଲେ : ବିଶ୍ୱ ରେକର୍ଡ଼ କରିବା ସହ ସଂଗ୍ରହ କଲେ ୨କୋଟି ଟଙ୍କା

Advertisment
୨୫୦୦ ମହିଳା ବିବସ୍ତ୍ର ହୋଇ ସମୁଦ୍ରରେ ବୁଡ଼ ପକାଇଲେ : ବିଶ୍ୱ ରେକର୍ଡ଼ କରିବା ସହ ସଂଗ୍ରହ କଲେ ୨କୋଟି ଟଙ୍କା

ଆର୍ୟଲ୍ୟାଣ୍ଡରେ ‘ପିଙ୍କ ଟାଏ’ ନାମକ ସଂସ୍ଥା ପାଇଁ ୨୫୦୦ ମହିଳା ବିିବସ୍ତ୍ର ହୋଇ ସମୁଦ୍ରରେ ବୁଡ଼ ଲଗାଇଥିବା ଭଳି ବିରଳ ଘଟଣା ସାମ୍ନାକୁ ଆସିଛି। ବୁଡ଼ ଲଗାଉଥିବା ସମୟରେ ସେଠାକାର ତାପମାତ୍ରା ୧୨ ଡ଼ିଗ୍ରି ରହିଥିବା ବେଳେ ମଧ୍ୟ ମହିଳାମାନେ ଏପରି କରିବାରୁ ପଛଘୁଞ୍ଚା ଦେଇନଥିଲେ । ମିଡ଼ିଆ ରିପୋର୍ଟ ଅନୁଯାୟୀ ଏହି ସଂସ୍ଥା କର୍କଟ ରୋଗୀଙ୍କ ସହାୟତା ପାଇଁ କାର୍ଯ୍ୟ କରୁଥିବା ବେଳେ ଏହି ବୁଡ଼ ମାଧ୍ୟମରେ ଏହି ସଂସ୍ଥା ୨ କୋଟି ୧୯ ଲକ୍ଷ ଟଙ୍କା ସଂଗ୍ରହ କରି ପାରିଛି । ଖାଲି ସେତିକି ନୁହଁ, ଏହି ସମୁଦ୍ର ବୁଡ଼ ଦ୍ୱାରା ଏକ ନୂଆ ବିଶ୍ୱ ରେକର୍ଡ ମଧ୍ୟ ପ୍ରସ୍ତୁତ କରିଛନ୍ତି ୨୫୦୦ ଜଣ ମହିଳା ।

publive-image Evening Standard

ଏହି କାର୍ଯ୍ୟକ୍ରମର ଆଉ ଏକ ଖାସ୍‌ କଥା ହେଲା, ଏହି ବୁଡ଼ରେ ସାମିଲ୍‌ ହୋଇଥିବା ଅଧିକାଂଶ ମହିଳା କର୍କଟ ପୀଡ଼ିତା ଥିଲେ । ଏହା କାର୍ଯ୍ୟକ୍ରମ ଦ୍ୱାରା ସମୁଦାୟ ସାଢ଼େ ତିନି ଲକ୍ଷ ଯୁରୋ (ଭାରତୀୟ ମୁଦ୍ରାରେ ୨ କୋଟି ୧୯ ଲକ୍ଷ ଟଙ୍କା) ସଂଗ୍ରହ କରାଯାଇ ତାକୁ କର୍କଟ ପୀଡ଼ିତାଙ୍କ ଚିକିତ୍ସାରେ ବ୍ୟବହାର କରାଯିବ । ଏହା ପୂର୍ବରୁ ଏହି ରେକର୍ଡ଼ ଅଷ୍ଟ୍ରେଲିଆର ନାମରେ ରହିଥିବା ବେଳେ ସେଠାରେ ୭୮୬ ମହିଳା ବିବସ୍ତ୍ର ହୋଇ ସମୁଦ୍ରରେ ବୁଡ଼ ଲଗାଇଥିଲେ।

ଏହି ସଂସ୍ଥା ବିଗତ ୬ ବର୍ଷ ହେବ ଏପରି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। ଏହି କାର୍ଯ୍ୟକ୍ରମ ବିଷୟରେ ସଂସ୍ଥାର ମୁଖ୍ୟ କହିଛନ୍ତି , “ ଆମକୁ ଲାଗିଥିଲା ମୋଟ ଉପରେ ୧୫୦୦ ମହିଳା ଏକତ୍ରିତ ହେବେ କିନ୍ତୁ ଧିରେଧିରେ ସମୁଦ୍ର କୂଳରେ ଭିଡ଼ ବଢ଼ିବା ସହ ସଂପୂର୍ଣ୍ଣ ବେଳାଭୂମି ମହିଳାଙ୍କ ଦ୍ୱାରା ଭର୍ତ୍ତି ହୋଇଯାଇଥିଲା । ତେବେ ଏହା ବହୁତ ଖୁସିର କଥା । ତେବେ ଏହି ବୁଡ଼ରେ ସାମିଲ୍‌ ହୋଇଥିବା ଅଧିକାଂଶ ମହିଳା କର୍କଟ ପୀଡ଼ିତାଥିଲେ।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe