‘ହେ ଭଗବାନ, ମୋ ଶିଶୁକୁ ବଞ୍ଚାଇ ଦେଇଥିବାରୁ କୋଟି ପ୍ରଣାମ’: ଦୁର୍ଘଟଣାଗ୍ରସ୍ତ ଶିଶୁର ମା’

‘ହେ ଭଗବାନ, ମୋ ଶିଶୁକୁ ବଞ୍ଚାଇ ଦେଇଥିବାରୁ କୋଟି ପ୍ରଣାମ’: ଦୁର୍ଘଟଣାଗ୍ରସ୍ତ ଶିଶୁର ମା’

ନୂଆଦିଲ୍ଲୀ: ରାସ୍ତାରେ ଯିବା ସମୟରେ ସର୍ବଦା ସାବଧାନତା ରହିବା ନିହାତି ଜରୁରୀ। କାରଣ ସାମାନ୍ୟ ବି ଅସାବଧାନତା ନିଜର ତଥା ଅନ୍ୟ ଯାତ୍ରୀଙ୍କ ଜୀବନ ନେଇ ଯାଇଥାଏ। ଏମିତି ଅନେକ ଘଟଣା ବି ସାମ୍ନାକୁ ଆସିଛି।

ତେବେ ରାସ୍ତାରେ ପ୍ରତିଦିନ ଘଟୁଥିବା ଦୁର୍ଘଟଣାକୁ ନେଇ ଅନେକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥ‌ାଏ। ନିକଟରେ ସଡ଼କ ଦୁର୍ଘଟଣାକୁ ନେଇ ଏକ ଲୋମଟାଙ୍କୁରା ଭିଡିଓ ‘@ଆର୍ଥ.ରିଲ ନାମକ ଆକାଉଣ୍ଟରେ ପୋଷ୍ଟ ହୋଇଛି। ଏହି ଭିଡିଓକୁ ଯିଏ ‌ଦେଖୁଛନ୍ତି କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଉଛନ୍ତି।

ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ଶିଶୁ  ଦୌଡ଼ି ଦୌଡ଼ି ରାସ୍ତା ଅତିକ୍ରମ କରିବାକୁ ଚେଷ୍ଟା କରୁଛି। ଠିକ ଏଥିକି ବେଳେ ଏକ ବାଇକ ଆସି ତାକୁ ଧକ୍କା ଦେଉଛି। ଏହି ଧକ୍କା ଖାଇବା ପରେ ସେ ଯେମିତି ହିଁ ରାସ୍ତାକୁ ଛିଟିକି ପଡ଼ୁଛି। ପଛକୁ ପଛ ଆଉ ଦୁଇଟି ବାଇକ  ତାକୁ ଧକ୍କା ଦେଇ  ଆଗକୁ ବଢ଼ି ଯାଉଛି। ଏହାପରେ ଶିଶୁର ମା’ ଦୌଡ଼ି ଆସି ଶିଶକୁ ରାସ୍ତାରୁ ଉଠାଉଛନ୍ତି। ଶିଶୁ ଜଣକ କାନ୍ଦୁଥିବା ବେଳେ ସୌଭାଗ୍ୟବଶତଃ ତାର ଜୀବନ ରକ୍ଷା ପାଇ ଯାଇଥିବା ଭିଡିଓରେ ଦେଖିବାକୁ ମିଳୁଛି।

ଶିଶୁ ସହିତ ଏଭଳି ଦୁର୍ଘଟଣାକୁ ମା’ ନିଜ ଆଖି ସାମ୍ନାରେ ଦେଖିବା ପରେ ଭ‌ୋ‌ଭୋ ହୋଇ କାନ୍ଦୁଛନ୍ତି। ତାଙ୍କ ଶିଶୁର ଏହି ଦୁର୍ଘଟଣାରେ କିଛି ହୋଇ ନଥିବାରୁ ଭଗବାନଙ୍କୁ କୋଟି ପ୍ରଣାମ ଜଣାଇଛନ୍ତି ମା’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe