www.indiatoday.in
ମୁମ୍ବାଇ: ରେଳବାଇ ଯାତ୍ରୀଙ୍କ ପାଇଁ ଦୁର୍ଘଟଣା ଏକ ସାଧାରଣ ଘଟଣା। ଲୋକେ ସମୟରେ ଟ୍ରେନ୍ ପାଇବା ପାଇଁ ତରତର ହୋଇ ଯାଉଥିବା ବେଳେ ଅନେକ ଦୁର୍ଘଟଣାର ସାମ୍ନା କରିଥାନ୍ତି। ମାତ୍ର ଅନେକ ସମୟରେ ଯାତ୍ରୀମାନଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ହିରୋ ପାଲଟିଥାନ୍ତି ପ୍ଲାଟ୍ଫର୍ମରେ ଉପସ୍ଥିତ ଥିବା ଆର୍ପିଏଫ୍ ବ୍ୟକ୍ତିତ୍ବ।
ସେହିପରି ଟ୍ବିଟର୍ରେ ଏକ ଭିଡିଓ ଭାଇରାଲ୍ ହୋଇଛି। ଭିଡିଓଟିକୁ ପୋଷ୍ଟ୍ କରିଛନ୍ତି କ୍ବିଜର୍ ଖଲିଦ ନାମକ ଆଇପିଏସ୍ ଅଧିକାରୀ। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଝିଅ ଏକ ଚଳନ୍ତା ଟ୍ରେନ୍ରୁ ଖସିପଡ଼ିବା ପରେ ତାଙ୍କୁ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଧରିପକାଇ ତାଙ୍କ ଜୀବନ ବଞ୍ଚାଉଛନ୍ତି। ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ହୋମ୍ ଗାର୍ଡ।
ଏହି ଭିଡିଓଟି ଏପ୍ରିଲ୍ ୧୬ ତାରିଖରେ ଯୋଗେଶ୍ବରୀ ଷ୍ଟେସନ୍ର ସିସିଟିଭି ଫୁଟେଜ୍ରେ କଏଦ ହୋଇଥିଲା। ଏହି ପରୋପକାରୀ ହୋମ୍ ଗାର୍ଡ ଜଣକ ହେଉଛନ୍ତି ଅଲ୍ତଫ୍ ଶୈଖ୍। ସେ ଜଣେ ଯୁବତୀଙ୍କ ଜୀବନ ବଞ୍ଚାଇବା ପରେ ତାଙ୍କ ସାଙ୍ଗରେ ଥିବା ଅନ୍ୟ ଦୁଇ ଜଣ ଯୁବତୀ ଚଳନ୍ତା ଟ୍ରେନ୍ରୁ ଡେଇଁ ପଡ଼ି ବାହାରକୁ ବାହାରି ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି।
ଏହି ଭିଡିଓଟି ଟ୍ବିଟର୍ରେ ପୋଷ୍ଟ୍ ହେବା ପରେ ଏହାର ଭିୟୁ ୧୬ ହଜାରରୁ ଅଧିକ ହୋଇ ସାରିଲାଣି। ତେବେ ଭିଡିଓଟିକୁ ଦେଖିବା ପରେ ଅନେକ ବ୍ୟବହାରକାରୀ ଏବେ ବି ଦ୍ବନ୍ଦ୍ବରେ ଅଛନ୍ତି ଯେ ଅନ୍ୟ ୨ ଜଣ ଯୁବତୀ ଚଳନ୍ତା ଟ୍ରେନ୍ରୁ କାହିଁକି ଡେଇଁପଡ଼ିଲେ।
Follow Us