ଦଇବ ସାହା: ୨ମହଲା ଛାତରୁ ଖସି ତଳେ ଯାଉଥିବା ରିକସା ଉପରେ ପଡ଼ିଲା ୩ବର୍ଷର ଶିଶୁ : ଭିଡିଓ ଦେଖନ୍ତୁ

ଦଇବ ସାହା: ୨ମହଲା ଛାତରୁ ଖସି ତଳେ ଯାଉଥିବା ରିକସା ଉପରେ ପଡ଼ିଲା ୩ବର୍ଷର ଶିଶୁ : ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ: ‘ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ’ ବୋଲି କଥାରେ ଅଛି। ଏହି ଉକ୍ତିର ଏକ ଉଦାହରଣ ମଧ୍ୟପ୍ରଦେଶର ଟିକମଗଢ଼ରେ ଦେଖିବାକୁ ମିଳିଛି। ଟିକମଗଢ଼ରେ ତିନିବର୍ଷର ଏକ ଶିଶୁ ଦୁଇମହଲା ଛାତରୁ ତଳରୁ ଖସି ପଡ଼ିଥିଲା। ଏବଂ ସେହି ସମୟରେ ତଳେ ଯାଉଥିବା ଏକ ରିକ୍‌ସାରେ ଆସି ପଡ଼ିଥିଲା। ଏହି ଘଟଣାକୁ ଦେଖିଥିବା ପ୍ରତ୍ୟେକ୍ଷଦର୍ଶୀ କିଛିସମୟ ପାଇଁ ସ୍ତବ୍ଧ ହୋଇ ରହି ଯାଇଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଶିଶୁଟି ଦୁଇ ମହଲା ଉଚ୍ଚରୁ ପଡ଼ିଥିଲେ ହେଁ ତାର ଶରୀରରେ ତଳେମାତ୍ର ଆଘାତ ଲାଗି ନଥିଲା।

ସମ୍ପୂର୍ଣ୍ଣ ଘଟଣା ଟି ଟିକମଗଢ଼ ସହରର ସବୁଠାରୁ ଜନଗହଳିପୂର୍ଣ୍ଣ ବଜାରରେ ଘଟିଛି। ଯେଉଁଠାରେ ବ୍ୟବସାୟୀ ଆଶିଷ ଜୈନଙ୍କ ତିନିବର୍ଷର ପୁଅ ଜେଜେବାପାଙ୍କ ସହ ଘର ଛାତ ଉପରେ ଖେଳୁଥିଲା। ଶିଶୁଟି ଛାତ ଉପରେ ଖେଳୁଥିବା ସମୟରେ ଆକସ୍ମିକ ଭାବେ ଛାତରୁ ତଳକୁ ଖସି ପଡ଼ିଥିଲା। ଏବଂ ଦେବଦୂତ ସାଜିଲା ଭଳି ଶିଶୁଟି ଯେଉଁ ସମୟରେ ଛାତରୁ ଖସି ପଡ଼ୁଥିଲା ସେତିକି ବେଳେ ସେହି ବାଟ ଦେଇ ଜଣେ ରିକ୍‌ସା ଚାଳକ ଯାଉଥିଲେ। ସୌଭାଗ୍ୟବଶତଃ ଶିଶୁଟି ଉକ୍ତ ରିକସାରେ ଆସି ପଡ଼ି ଯାଇଥିଲା।

ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରି ଘଟଣାର ଦୃଶ୍ୟ ଦେଖନ୍ତୁ

https://zeenews.india.com/hindi/zee-hindustan/viral-news/video/camera-capture-when-rickshaw-puller-appeared-as-angel/587092

publive-image

ଶିଶୁଟି ଏପରି ପଡ଼ିବା ଦେଖି ପରିବାରବର୍ଗ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଶିଶୁଟିକୁ ଠିକ୍‌ ଥିବା ଦେଖି ଦୀର୍ଘନିଶ୍ୱାସ ନେଇ ରିକ୍‌ସା ଚାଳକଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାପରେ ପରିବାରଲୋକ ଶିଶୁକୁ ନେଇ ହସ୍‌ପିଟାଲ ଯାଇଥିଲେ। ସେଠାରେ ଡାକ୍ତର ଉକ୍ତ ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସୁସ୍ଥ ଥିବା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe